ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ କରିଛନ୍ତି, ଯାହା ଆଙ୍ଗ୍‌ଜାଇଟି ବା ମାନସିକ ଉଦ୍‌ବେଗ ବା ଉତ୍କଣ୍ଠାର ଲକ୍ଷଣ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଛି। ଏହା ମଧ୍ୟରୁ ୩୯ଟି ଦିଗ ସମ୍ପୂର୍ଣ୍ଣ ନୂତନ ଭାବେ ଆବିଷ୍କୃତ ହୋଇଛି। ଆଙ୍ଗ୍‌ଜାଇଟିକୁ ନେଇ ଆନୁବଂଶିକ କ୍ଷେତ୍ରରେ ଏହା ବିଶ୍ୱର ସବୁଠାରୁ ବଡ଼ ଗବେଷଣା ବୋଲି କୁହାଯାଇଛି। ‘କିଙ୍ଗ୍‌ସ କଲେଜ ଲଣ୍ଡନ’ ଏବଂ ଅଷ୍ଟ୍ରେଲିଆର ‘ କ୍ୟୁଆଇଏମ୍‌ଆର୍‌ ବର୍ଗହୋଫର୍‌ ମେଡିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ର ଗବେଷକମାନେ ମିଳିତ ଭାବେ ପ୍ରାୟ ୬,୯୩,୮୬୯ ଜଣ ବ୍ୟକ୍ତିଙ୍କ ବଂଶାନୁକ୍ରମିକ ତଥ୍ୟ ଅନୁଧ୍ୟାନକରି ଏହି ତଥ୍ୟ ପାଇଛନ୍ତି। ପ୍ରସିଦ୍ଧ ଜର୍ନାଲ ‘ନେଚର ହ୍ୟୁମାନ ବିହେଭିୟର’ରେ ଏହି ରିପୋର୍ଟ ପ୍ରକାଶ ପାଇଛି। ମୁଖ୍ୟ ଗବେଷକ ମେଗାନ ସ୍କେଲ୍‌ଟନଙ୍କ କହିବା ଅନୁଯାୟୀ, କେବଳ ଜେନେଟିକ୍ସ (ବଂଶଗତ କାରଣ) ଯୋଗୁ ଆଙ୍ଗ୍‌ଜାଇଟି ହୁଏନାହିଁ। ମଣିଷର ଜୀବନଶୈଳୀ, ସାମାଜିକ ପରିବେଶ ଏବଂ ମାନସିକ ସ୍ଥିତି ଏଥିପାଇଁ ୯୪ ପ୍ରତିଶତ ଦାୟୀ ଥିବାବେଳେ ଜେନେଟିକ୍ସ ମାତ୍ର ୬ ପ୍ରତିଶତ ପ୍ରଭାବ ପକାଇଥାଏ। ତେଣୁ ଜେନେଟିକ୍‌ ବିପଦ ଥିବା ବ୍ୟକ୍ତି ମଧ୍ୟ ଭଲ ପରିବେଶରେ ରହିଲେ ଏହି ସମସ୍ୟାରୁ ମୁକ୍ତ ରହିପାରିବେ। ଏହି ଚିହ୍ନଟ ହୋଇଥିବା ଜିନ୍‌ଗୁଡ଼ିକ ମସ୍ତିଷ୍କର କୋଷଗୁଡ଼ିକ ମଧ୍ୟରେ ଯୋଗାଯୋଗ ରକ୍ଷାକରିବାରେ କାମ କରନ୍ତି। ଏହି ଗବେଷଣା ଦ୍ୱାରା ଭବିଷ୍ୟତରେ ଆଙ୍ଗ୍‌ଜାଇଟି, ଡିପ୍ରେସନ, କ୍ରନିକ୍‌ ପେନ୍‌ (ଦୀର୍ଘଦିନର ଯନ୍ତ୍ରଣା) ଏବଂ ମାଇଗ୍ରେନ୍‌ ଭଳି ଜଟିଳ ସମସ୍ୟାର ଠିକ୍‌ ଓ ପ୍ରଭାବଶାଳୀ ଚିକିତ୍ସା କରାଯାଇପାରିବ ବୋଲି କୁହାଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ଜିଆର୍‌ପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୭।୮: ଚର୍ଚ୍ଚିତ ଜିଆର୍‌ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ…

ଜିଲା ପରିଷଦ ସୋମନାଥଙ୍କ ଉଦ୍ୟମ ସଫଳ ହେଲା, ବଉଳା ନାଳ ଉପରେ ପୋଲ ନିର୍ମାଣ ପାଇଁ ମିଳିଲା ଅନୁମତି

ହାଟଡିହୀ/ଛେନାପଦୀ,୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri