ସଙ୍କଟରେ ୪୨ ମୌଜା କାଠଯୋଡ଼ି ନଦୀର ଝିଙ୍କିରିଆ ସେତୁ

କଟକ ସଦର,୨୦ା୧୧(ସୁଶାନ୍ତ କୁମାର ଜେନା): ୪୨ ମୌଜାର ଜୀବନ ରେଖା କୁହାଯାଉଥିବା କାଠଯୋଡ଼ି ନଦୀର ଝିଙ୍କିରିଆ ସେତୁଟି ଏବେ ସଙ୍କଟଜନକ ପରିସ୍ଥିତିରେ ରହିଛି। ୪୦ ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦାରା ନିର୍ମିତ ସେତୁର ଖୁଣ୍ଟ ନିକଟରୁ ପ୍ରତ୍ୟେକ ଦିନ ବାଲି ଚୋରାରେ ଉଠାଯାଉଛି। ଫଳରେ ଖୁଣ୍ଟ ଦୁର୍ବଳ ହେବାରେ ଲାଗିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଜନ ସଚେତନତା ଅଭାବରୁ ଏହି ବେଆଇନ ବାଲି ଉଠାଣ ଉପରେ କାହାର ଦୃଷ୍ଟି ପଡୁ ନ ଥିବା କୁହାଯାଉଛି। ୧୯୮୫ରେ ୪୨ ମୌଜାର ପ୍ରଥମ ସେତୁ ଭାବେ ନିର୍ମାଣ କରାଯାଇଥିଲା। ବିଶେଷକରି ବର୍ଷାଦିନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିବା ଏହି ତ୍ରିକୋଣ ଭୂମି ଅଞ୍ଚଳ ସବୁଦିନ ପାଇଁ କଟକ ସହର ସହିତ ଯୋଗାଯୋଗ ସ୍ଥାପନ କରିଥିଲା। ବର୍ଷାଦିନ ବ୍ୟତୀତ ନଦୀ ବାଲିରେ ଖରାଦିନିଆ ରାସ୍ତା ନିର୍ମାଣ କରାଯାଉଥିଲେ ସୁଦ୍ଧା ଭାରି ଯାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ କଟକ ସଦର ବିଧାୟକ ଏହି ସମସ୍ୟା ଉପରେ ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବିପକ୍ଷରେ ଫ୍ଲପ ହେଲେ ବୈଭବ ସୂର୍ଯ୍ୟବଂଶୀ; ୨୬ ରନର ଇନିଂସ ପରେ ଥମିଗଲା ଏହି ‘ଓ୍ବାଣ୍ଡର ବୟ’ଙ୍କ ଝଡ଼

ନୂଆଦିଲ୍ଲୀ,୨୦।୧୧: ‘ରାଇଜିଂ ଷ୍ଟାର୍ସ ଏସିଆ କପ’ରେ ନେପାଳ ବିପକ୍ଷ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟିଂରେ କୌଣସି ପ୍ରଭାବ ପକାଇ ପାରିଲେ ନାହିଁ। ଅଭିଷେକ ଶର୍ମାଙ୍କ ସହ ଇନିଂସ…

୨ ବର୍ଷ ପରେ ଟେଷ୍ଟ ସିରିଜ ଜିତିଲା ପାକିସ୍ତାନ: ତଥାପି ତାଲିକାରେ ବଦଳିଲାନି ଭାଗ୍ୟ, ରହିଲା ଶେଷରେ…

ନୂଆଦିଲ୍ଲୀ, ୨୦।୧୧: ପାକିସ୍ତାନ କ୍ରିକେଟ ଟିମ ପାଇଁ ଶୁକ୍ରବାର ଦିନଟି ଭଲ ରହିଛି। ପ୍ରାୟ ଦୁଇ ବର୍ଷ ପରେ ଦଳ ଏକ ଟେଷ୍ଟ ସିରିଜ ଜିତିବାରେ ସଫଳ…

ସର୍ବାଧିକ ଟେଷ୍ଟ ୱିକେଟ ନେବାର ରେକର୍ଡ ହାସଲ କରିଛନ୍ତି ପାକିସ୍ତାନୀ ବୋଲର, ମିଚେଲ ଷ୍ଟାର୍କଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୨୦।୧୧: ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଅବାସ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ନେବାର ରେକର୍ଡ ସ୍ଥାପନ କରିଛନ୍ତି। ସେ ଅଷ୍ଟ୍ରେଲିଆର ପ୍ରସିଦ୍ଧ ଦ୍ରୁତ…

ଅକ୍ୱାନ ପ୍ରଭାବରେ ଭାଙ୍ଗିଲା ଶିଶୁଣ୍ଡା-ଚିଙ୍ଗୁଡ଼ିଆ ନାଳ ଘାଇ, ଶହଶହ ହେକ୍ଟର ଚାଷଜମି ଜଳମଗ୍ନ

ଜଗନ୍ନାଥପ୍ରସାଦ,୨୦ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ, ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶିଶୁଣ୍ଡା ଚିଙ୍ଗୁଡ଼ିଆ…

‘ତାଙ୍କ ପାଖରେ ଲଢୁଆ ମନୋଭାବ ରହିଛି…’ ଯଶସ୍ବୀ ଜୈସୱାଲଙ୍କୁ ନେଇ ବଡ଼ ବୟାନ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୦।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ୱେଲିଂଟନ ଟେଷ୍ଟ ମ୍ୟାଚରେ ଯଶସ୍ବୀ ଜୈସୱାଲ ଏକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଯଦିଓ ସେ ଶତକ ହାସଲ କରିବାରୁ ବଞ୍ଚିତ…

ନବୀନଙ୍କ ନିର୍ଦ୍ଦେଶରେ ମହାକାଳପଡ଼ାରେ ବିପନ୍ନଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ପୂର୍ବତନ ବାଚସ୍ପତି-ମନ୍ତ୍ରୀ ସାମିଲ ହୋଇ…

ମହାକାଳପଡ଼ା,୨୦ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ବାତ୍ୟା ଅକ୍ୱାନ ପ୍ରଭାବରେ ତଳିଆ ଅଞ୍ଚଳ ଲୋକଙ୍କ ଦୁଃଖ ବଢିଛି। ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପକୁ ନେଇ ଉଦ୍ଧାର କାର୍ଯ୍ୟକୁ ଜୋରଦାର…

ରୁଷିଆ, ଆମେରିକା ଏବଂ ଚାଇନା ମିଶି କ’ଣ ସାରା ବିଶ୍ୱ ଉପରେ କବଜା କରିପାରିବେ? ଜାଣନ୍ତୁ ତିନି ମହାଶକ୍ତି ପାଖରେ କେତେ ଶକ୍ତି

ନୂଆଦିଲ୍ଲୀ,୨୦।୧୧: ରୁଷ, ଆମେରିକା ଏବଂ ଚୀନ ପାଖରେ ବେଶ ବଡ଼ ସାମରିକ, ପରମାଣୁ ଏବଂ ଅର୍ଥନୈତିକ ଶକ୍ତି ରହିଛି। ସୂଚନାଯୋଗ୍ୟ ଯେ, ବିଶ୍ୱର ପ୍ରାୟ 91% ପରମାଣୁ…

ଶୁକ୍ରଙ୍କ ରାଶି ପରିବର୍ତ୍ତନ: ୪୦ ଦିନ ଯାଏ ଏହି ୨ ରାଶି ରୁହନ୍ତୁ ସାବଧାନ! ହେବ ବଡ଼ଧରଣର କ୍ଷତି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, କଳା, ପ୍ରେମ ଓ ଭୌତିକ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ଖୁବଶୀଘ୍ର ଶୁକ୍ର ଦେବ ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?