Posted inଖେଳ

୨ ବର୍ଷ ପରେ ଟେଷ୍ଟ ସିରିଜ ଜିତିଲା ପାକିସ୍ତାନ: ତଥାପି ତାଲିକାରେ ବଦଳିଲାନି ଭାଗ୍ୟ, ରହିଲା ଶେଷରେ…

ନୂଆଦିଲ୍ଲୀ, ୨୦।୧୧: ପାକିସ୍ତାନ କ୍ରିକେଟ ଟିମ ପାଇଁ ଶୁକ୍ରବାର ଦିନଟି ଭଲ ରହିଛି। ପ୍ରାୟ ଦୁଇ ବର୍ଷ ପରେ ଦଳ ଏକ ଟେଷ୍ଟ ସିରିଜ ଜିତିବାରେ ସଫଳ ହୋଇଛି। ଦଳର ଅଧିନାୟକ ବାବର ଆଜମଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ମିଳିନଥିଲେ ମଧ୍ୟ ପାକିସ୍ତାନ ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜରେ ଶ୍ରୀଲଙ୍କାକୁ ୧-୦ରେ ପରାସ୍ତ କରିଛି। ସିରିଜର ପ୍ରଥମ ମ୍ୟାଚ ଡ୍ର’ ରହିଥିଲା। ତେବେ ଏହି ବିଜୟ ପରେ ମଧ୍ୟ ପାକିସ୍ତାନକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC) ପଏଣ୍ଟ ଟେବୁଲରେ ବିଶେଷ ଫାଇଦା ମିଳିନାହିଁ। ଦଳ ଏବେ ବି ତାଲିକାର ଶେଷ ସ୍ଥାନରେ ରହିଛି। ଅନ୍ୟପଟେ ଏହି ପରାଜୟ ଯୋଗୁ ଶ୍ରୀଲଙ୍କାର ପଏଣ୍ଟ ପ୍ରତିଶତ କିଛିଟା ହ୍ରାସ ପାଇଛି।

ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚକୁ ପାକିସ୍ତାନ ୮ ଉଇକେଟ୍‌ରେ ଜିତି ନେଇଛି। ଏହା ସହ ସିରିଜ ମଧ୍ୟ ପାକିସ୍ତାନ ନାମରେ ହୋଇଛି। ମ୍ୟାଚର ପ୍ରଥମ ଇନିଂସରେ ଶ୍ରୀଲଙ୍କା ଦଳ ମାତ୍ର ୯୮ ରନରେ ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ପାକିସ୍ତାନ ନିଜ ପ୍ରଥମ ଇନିଂସରେ ୩୨୫ ରନର ବଡ଼ ସ୍କୋର କରିଥିଲା।

ଦ୍ୱିତୀୟ ଇନିଂସରେ ମଧ୍ୟ ଶ୍ରୀଲଙ୍କା ଦଳ ବିଶେଷ କିଛି କରିପାରିନଥିଲା। ଦଳ ୩୧୬ ରନରେ ଅଲଆଉଟ ହୋଇଥିଲା। ଫଳରେ ପାକିସ୍ତାନ ସାମ୍ନାରେ ଶେଷ ଇନିଂସରେ ମାତ୍ର ୯୦ ରନର ବିଜୟ ଲକ୍ଷ୍ୟ ରହିଥିଲା। ପାକିସ୍ତାନ ମାତ୍ର ୨ଟି ଉଇକେଟ୍‌ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା।

ଟେଷ୍ଟ କ୍ରିକେଟରେ ପାକିସ୍ତାନ ପୁଣିଥରେ ବାବର ଆଜମଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି। କିନ୍ତୁ ଏହି ସିରିଜରେ ତାଙ୍କ ବ୍ୟାଟରୁ ଆଶାନୁରୂପ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ସେ ମାତ୍ର ୮ ରନ କରିଥିଲେ। ଦ୍ୱିତୀୟ ଇନିଂସ୍ରେ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିନଥିଲା।

ପ୍ରଥମ ଇନିଂସରେ ସେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଦ୍ୱିତୀୟ ଇନିଂସରେ ପାକିସ୍ତାନର ଦୁଇଟି ଉଇକେଟ୍‌ ପଡ଼ିଥିଲେ ମଧ୍ୟ ସେ ବ୍ୟାଟିଂ ପାଇଁ ଆସିନଥିଲେ। ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ସେ ୫୦ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୩୪ ରନ କରି ଆଉଟ ହୋଇଥିଲେ। ଅର୍ଥାତ୍‌ ଦୁଇଟି ଟେଷ୍ଟରେ ବାବର ଆଜମ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିପାରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ପ୍ରାୟ ଦୁଇ ବର୍ଷ ପରେ କୌଣସି ଟେଷ୍ଟ ସିରିଜ ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ୨୦୨୪ ଅକ୍ଟୋବରରେ ନିଜ ମାଟିରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଜିତିଥିଲା ଦଳ। ଏହା ପରେ ଦଳର ପରାଜୟ ଧାରା ଆରମ୍ଭ ହୋଇଥିଲା, ଯାହା ଏବେ ଯାଇ ଶେଷ ହୋଇଛି।

ତେବେ ଏହି ବିଜୟ ପରେ ମଧ୍ୟ ପାକିସ୍ତାନକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲରେ ବିଶେଷ ଫାଇଦା ମିଳିନାହିଁ। ଏହି ମ୍ୟାଚ ପୂର୍ବରୁ ପାକିସ୍ତାନର ପଏଣ୍ଟ ପ୍ରତିଶତ (PCT) ୩.୩୩ ଥିବା ବେଳେ ବିଜୟ ପରେ ଏହା ୧୨.୧୨କୁ ବୃଦ୍ଧି ପାଇଛି। ତଥାପି ଦଳ ନବମ ତଥା ଶେଷ ସ୍ଥାନରେ ରହିଛି।

ଅନ୍ୟପଟେ ଏହି ପରାଜୟ ଯୋଗୁ ଶ୍ରୀଲଙ୍କାର PCT ମଧ୍ୟ ହ୍ରାସ ପାଇଛି। ମ୍ୟାଚ ପୂର୍ବରୁ ଦଳର PCT ୧୫.୪୮ ଥିବା ବେଳେ ଏବେ ଏହା ୧୩.୫୪କୁ ଖସିଆସିଛି। ତଥାପି ଶ୍ରୀଲଙ୍କା ଅଷ୍ଟମ ସ୍ଥାନରେ ରହିଛି।
ଏହି ଦୁଇ ଦଳଙ୍କ ପାଇଁ ଚଳିତ WTC ଚକ୍ରର ଫାଇନାଲରେ ପହଞ୍ଚିବାର ଆଶା ଶେଷ ହୋଇଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୭୫ PCT ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପୁଣି ଥରେ ପର୍ଦ୍ଦାଫାଶ: ଭାରତ ଗସ୍ତ ସମୟରେ ମୁସାଦିକ ମଲିକଙ୍କୁ ସ୍ବାଗତ କରାଯାଇ ନଥିଲା ଦାବି ମିଥ୍ୟା ପ୍ରମାଣିତ

ନୂଆଦିଲ୍ଲୀ,୨୦।୧୧: ଶୁକ୍ରବାର (ନଭେମ୍ବର ୨୦) ନୂଆଦିଲ୍ଲୀରେ ତିନି ଦିନିଆ ଏସସିଓ (SCO) ‘ସଭ୍ୟତାଗୁଡ଼ିକର ସଂଳାପ’ (Dialogue of Civilizations) ଆରମ୍ଭ ହେବାକୁ ଯାଉଛି, ଯେଉଁଥିପାଇଁ ଏସସିଓ ସଦସ୍ୟ…

ସଙ୍କଟରେ ୪୨ ମୌଜା କାଠଯୋଡ଼ି ନଦୀର ଝିଙ୍କିରିଆ ସେତୁ

କଟକ ସଦର,୨୦ା୧୧(ସୁଶାନ୍ତ କୁମାର ଜେନା): ୪୨ ମୌଜାର ଜୀବନ ରେଖା କୁହାଯାଉଥିବା କାଠଯୋଡ଼ି ନଦୀର ଝିଙ୍କିରିଆ ସେତୁଟି ଏବେ ସଙ୍କଟଜନକ ପରିସ୍ଥିତିରେ ରହିଛି। ୪୦ ବର୍ଷ ତଳେ…

ନେପାଳ ବିପକ୍ଷରେ ଫ୍ଲପ ହେଲେ ବୈଭବ ସୂର୍ଯ୍ୟବଂଶୀ; ୨୬ ରନର ଇନିଂସ ପରେ ଥମିଗଲା ଏହି ‘ଓ୍ବାଣ୍ଡର ବୟ’ଙ୍କ ଝଡ଼

ନୂଆଦିଲ୍ଲୀ,୨୦।୧୧: ‘ରାଇଜିଂ ଷ୍ଟାର୍ସ ଏସିଆ କପ’ରେ ନେପାଳ ବିପକ୍ଷ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟିଂରେ କୌଣସି ପ୍ରଭାବ ପକାଇ ପାରିଲେ ନାହିଁ। ଅଭିଷେକ ଶର୍ମାଙ୍କ ସହ ଇନିଂସ…

ସର୍ବାଧିକ ଟେଷ୍ଟ ୱିକେଟ ନେବାର ରେକର୍ଡ ହାସଲ କରିଛନ୍ତି ପାକିସ୍ତାନୀ ବୋଲର, ମିଚେଲ ଷ୍ଟାର୍କଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୨୦।୧୧: ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଅବାସ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ନେବାର ରେକର୍ଡ ସ୍ଥାପନ କରିଛନ୍ତି। ସେ ଅଷ୍ଟ୍ରେଲିଆର ପ୍ରସିଦ୍ଧ ଦ୍ରୁତ…

ଅକ୍ୱାନ ପ୍ରଭାବରେ ଭାଙ୍ଗିଲା ଶିଶୁଣ୍ଡା-ଚିଙ୍ଗୁଡ଼ିଆ ନାଳ ଘାଇ, ଶହଶହ ହେକ୍ଟର ଚାଷଜମି ଜଳମଗ୍ନ

ଜଗନ୍ନାଥପ୍ରସାଦ,୨୦ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ, ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶିଶୁଣ୍ଡା ଚିଙ୍ଗୁଡ଼ିଆ…

‘ତାଙ୍କ ପାଖରେ ଲଢୁଆ ମନୋଭାବ ରହିଛି…’ ଯଶସ୍ବୀ ଜୈସୱାଲଙ୍କୁ ନେଇ ବଡ଼ ବୟାନ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୦।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ୱେଲିଂଟନ ଟେଷ୍ଟ ମ୍ୟାଚରେ ଯଶସ୍ବୀ ଜୈସୱାଲ ଏକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଯଦିଓ ସେ ଶତକ ହାସଲ କରିବାରୁ ବଞ୍ଚିତ…

ନବୀନଙ୍କ ନିର୍ଦ୍ଦେଶରେ ମହାକାଳପଡ଼ାରେ ବିପନ୍ନଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ପୂର୍ବତନ ବାଚସ୍ପତି-ମନ୍ତ୍ରୀ ସାମିଲ ହୋଇ…

ମହାକାଳପଡ଼ା,୨୦ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ବାତ୍ୟା ଅକ୍ୱାନ ପ୍ରଭାବରେ ତଳିଆ ଅଞ୍ଚଳ ଲୋକଙ୍କ ଦୁଃଖ ବଢିଛି। ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପକୁ ନେଇ ଉଦ୍ଧାର କାର୍ଯ୍ୟକୁ ଜୋରଦାର…

ରୁଷିଆ, ଆମେରିକା ଏବଂ ଚାଇନା ମିଶି କ’ଣ ସାରା ବିଶ୍ୱ ଉପରେ କବଜା କରିପାରିବେ? ଜାଣନ୍ତୁ ତିନି ମହାଶକ୍ତି ପାଖରେ କେତେ ଶକ୍ତି

ନୂଆଦିଲ୍ଲୀ,୨୦।୧୧: ରୁଷ, ଆମେରିକା ଏବଂ ଚୀନ ପାଖରେ ବେଶ ବଡ଼ ସାମରିକ, ପରମାଣୁ ଏବଂ ଅର୍ଥନୈତିକ ଶକ୍ତି ରହିଛି। ସୂଚନାଯୋଗ୍ୟ ଯେ, ବିଶ୍ୱର ପ୍ରାୟ 91% ପରମାଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?