ଦଲାଲ ଠକିନେଲେ ୪୦ ଲକ୍ଷ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ଅଧିକ ଲାଭ ଆଶାରେ ସେ ଶେୟାର ବଜାରରେ ଟଙ୍କା ବିନିଯୋଗ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଜଣେ ଦଲାଲଙ୍କୁ ୪୦ଲକ୍ଷ ଟଙ୍କା ଦେଇଥିଲେ। ତେବେ ଠକେଇର ଶିକାର ହେବାରୁ ଏହି ଟଙ୍କା ହରାଇଛନ୍ତି। ଫଳରେ ତାଙ୍କ ଆଶା ଧୁଳିସାତ୍‌ ହୋଇଯାଇଛି। ଏଭଳି ଠକେଇର ଶିକାର ହୋଇଛନ୍ତି ଡମଣା ଅଞ୍ଚଳର ଡାକ୍ତର ବୀରେନ୍ଦ୍ର କିଶୋର ଦାସ। ଏ ନେଇ ଡାକ୍ତର ଦାସ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଅଭିଯୋଗ ଅନୁଯାୟୀ, ନୀଳାଦ୍ରିବିହାର ଅଞ୍ଚଳରେ ଡାକ୍ତର ଦାସଙ୍କର ଏକ ହସ୍ପିଟାଲ ରହିଛି। ସମ୍ପୃକ୍ତ ଦଲାଲ ଜଣକ କିଛି ମାସ ତଳେ ତାଙ୍କ କାର୍ଯ୍ୟାଳୟକୁ ଆସି ଭେଟ କରିଥିଲେ। ଡାକ୍ତରଙ୍କୁ ମିଠା କଥା କହି ନିଜ ଜାଲରେ ଫସାଇଥିଲେ। ଡାକ୍ତରଙ୍କ ଗାଁ ବାଙ୍କୀ ଅଞ୍ଚଳରେ ସମ୍ପୃକ୍ତ ଦଲାଲଙ୍କ ଘର ହୋଇଥିବାରୁ ଡାକ୍ତର ତାଙ୍କୁ ବିଶ୍ୱାସ କରିଥିଲେ। ଏହାପରେ ଦଲାଲ ତାଙ୍କୁ ଶେୟାର ବଜାରରେ ଟଙ୍କା ଲଗାଇ ଲକ୍ଷାଧିକ ଟଙ୍କା ଲାଭ ପାଇବାର ଲୋଭ ଦେଖାଇ ଥିଲେ। ଶେୟାର ବଜାର ବିଷୟରେ ଡାକ୍ତର ଜଣଙ୍କ କିଛି ଜାଣି ନ ଥିବାରୁ ସେ ଏଥିରେ ଟଙ୍କା ବିନିଯୋଗ କରିବାକୁ ମନା କରିଦେଇଥିଲେ। କିନ୍ତୁ ଦଲାଲ ଜଣଙ୍କ ତାଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଆସିବା ସହ ଘରକୁ ଯାଇ ପରିବାର ଲୋକଙ୍କୁ ବୁଝାଇଥିଲେ। ଶେୟାର ବଜାରରେ ବିନିଯୋଗ କରିଥିବା ଅର୍ଥ ଉପରେ ସେମାନେ ୨୦ ପ୍ରତିଶତ ସୁଧ ପାଇବେ ବୋଲି କହିଥିଲେ। ଫଳରେ ଡାକ୍ତର ୨୩ଟି କିସ୍ତିରେ ୪୦ ଲକ୍ଷ ଟଙ୍କା ଦଲାଲଙ୍କୁ ଦେଇଥିଲେ। ଟଙ୍କା ପାଇବା ପରେ ଦଲାଲ ଜଣକ ଫେରାର ହୋଇଯାଇଥିଲେ। ଆଉ ଫୋନ୍‌ ଉଠାଇ ନ ଥିଲେ କି ଧରାଛୁଅଁା ଦେଇ ନ ଥିଲେ। ଶେଷରେ ଠକେଇର ଶିକାର ହୋଇଥିବା ଜାଣି ଡାକ୍ତର ଦାସ ଥାନାର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri