ଆନ୍ଦୋଳନ ପରେ ନିଯୁକ୍ତ ହେଲେ ୪ ଡାକ୍ତର

ଭଞ୍ଜନଗର,୩।୮(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଓ ନର୍ସ ପଦବୀ ଖାଲିଥିବା ଯୋଗୁ ରୋଗୀସେବା ବିପର୍ଯ୍ୟସ୍ତ ହେଉଛି। ଏହାର ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ, ଭଞ୍ଜନଗର ଶାଖା ପକ୍ଷରୁ ମଙ୍ଗଳବାର ଧାରଣା ଦିଆଯିବ ବୋଲି ପ୍ରଶାସନକୁ ଜଣାଇ ଦିଆଯାଇଥିଲା। ଧାରଣା ପରେ ଏଠାରେ ୪ ଜଣ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି। ଖୁବ୍‌ଶ୍ରୀଘ୍ର ସର୍ଜରୀ, ଚକ୍ଷୁ ବିଶେଷଜ୍ଞ ସମେତ ଅନ୍ୟାନ୍ୟ ଖାଲିଥିବା ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯିବ। ରୋଗୀ ସେବାରେ କିଭଳି ଉନ୍ନତି ଆସିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଉପଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ପୂର୍ବ ନିଷ୍ପତ୍ତି ପ୍ରକାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ପ୍ରଥମେ ସହରରେ ଏକ ଶୋଭାଯାତ୍ରା କରାଯାଇଥିଲା। ପରେ ମେଡ଼ିକାଲ ସମ୍ମୁଖରେ ଧାରଣା ଦିଆଯାଇ ଉପଜିଲାପାଳ ଜ୍ୟୋତି ଶଙ୍କର ରାୟ ଏବଂ ମେଡ଼ିକାଲ ଅଧୀକ୍ଷକ ଡ଼.ସିତାଂଶୁ ଶେଖର ଶତପଥୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ସାମ୍ବାଦିକ ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇ ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ, ସ୍ବେଚ୍ଛାସେବୀ ଅନୁଷ୍ଠାନ ବାର୍ଡ଼, ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର, ବାଉଁଶଲୁଣ୍ଡି ନଦିଆ ସଂଘ, ବିଶ୍ୱ ହିନ୍ଦୁ ପରିଷଦ, ରାଜ୍ୟ ମହିଳା ସଂଘ ଭଞ୍ଜନଗର ଶାଖା ଓ ବାର ଆସୋସିଏଶନ କର୍ମକର୍ତ୍ତାମାନେ ଧାରଣାରେ ବସିଥିଲେ। ସଂଘର ଆନ୍ଦୋଳନକୁ ନେଇ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବଡ଼ଗଡ଼ ଓ ମୁଜାଗଡ଼ରୁ ୩ ଡାକ୍ତରଙ୍କୁ ଡ଼େପୁଟେଶନରେ ଭଞ୍ଜନଗର ମେଡ଼ିକାଲକୁ ପଠାଯାଇଛି । ଏଥିସହ ଜଣେ ମେଡିସିନ୍‌ ସ୍ପେସାଲିଷ୍ଟଙ୍କ ଏଠାକୁ ବଦଳି ହୋଇଛି । ସେ ମଧ୍ୟ କିଛିଦିନ ମଧ୍ୟରେ କାର୍ଯ୍ୟରେ ଯୋଗ ଦେବେ । ନୂତନ ଡ଼ାକ୍ତର ନିଯୁକ୍ତି ଦ୍ୱାରା ସ୍ବାସ୍ଥ୍ୟସେବା କ୍ଷେତ୍ରରେ କେତେକାଂଶରେ ଉନ୍ନତି ହେବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି। ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଉପସଭାପତି ପ୍ରଦୀପ ସ୍ବାଇଁ, ସମ୍ପାଦକ ରବୀନ୍ଦ୍ର ଗୌଡ଼, ସହ ସମ୍ପାଦକ ନିଲୁ ବିଷୋୟୀ, କର୍ମକର୍ତ୍ତା ଶିବୁ ଜେନା, ନଚିକେତା ପ୍ରଧାନ, ସୁଜିତ ବିଷୋୟୀ, ପ୍ରମୋଦ ପାତ୍ର, ବାବି ପଟ୍ଟନାୟକ, ଭବାନୀ ପାଳ, ଚିନ୍ମୟ ବେବର୍ତ୍ତା, ବବି ରଥ, ଉଦୟ ପଣ୍ଡା, ଗୋବିନ୍ଦ ଗୌଡ଼, ଗିରିଶ ସାହୁ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକ, ଭାଜପା ଘୁମୁସର ସାଙ୍ଗଠନିକ ଜିଲା ଉପ ସଭାପତି ସନ୍ତୋଷ ତିଆଡ଼ି, ବାମପନ୍ଥୀ ନେତା ହରେକୃଷ୍ଣ ସାହୁ, ବାର ଆସୋସିଏଶନ ସଭାପତି ସନ୍ତୋଷ ନାୟକ, ସରକାରୀ ଓକିଲ ଏମ୍‌.ତାଜ୍‌ ଆଦେନୀ, ମନୋଜ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ଦେବୀ ବିଷୋୟୀ, ବିଶ୍ୱ ହିନ୍ଦୁ ପରିଷଦ ନେତା ମୁରଲି ପଣ୍ଡା, ଭାଜପା ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ, ବିନାୟକ ତ୍ରିପାଠୀ, ଘୁମୁସର ଲେଖିକା ସଂସଦ, ଟେଲର ସଂଘ ସଭାପତି ଡ଼ି.ଚେଲପତି ରାଓ, ବିପଦର ବନ୍ଧୁ କର୍ମକର୍ତ୍ତା ପ୍ରମୁଖ ଧାରଣାସ୍ଥଳକୁ ଆସି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଉପ ଜିଲାପାଳଙ୍କ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଉତ୍କଳ ସାମ୍ବାଦିକ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଭାପତି ଜୟକୃଷ୍ଣ ଓ ଉପ ସଭାପତି ପ୍ରଦୀପ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri