୫ଜି ନେଟ୍‌ୱର୍କ ପ୍ରଚଳନ ପାଇଁ ପ୍ରସ୍ତୁତ ହେଉଛି ଜିଓ

ମୁମ୍ବାଇ,୩ା୮: ଦେଶର ସର୍ବବୃହତ୍‌ ଟେଲିକମ୍‌ ସେବା ବା ଡିଜିଟାଲ ସେବା ଯୋଗାଣକାରୀ କମ୍ପାନୀ ଜିଓ, ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଦ୍ୱାରା ପରିଚାଳିତ ୫ଜି ନିଲାମରେ ଭାଗନେଇ ୭୦୦ ମେଗାହର୍ଜ, ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ସର୍ବାଧିକ ସ୍ପେକ୍ଟ୍ରମ ଅଧିଗ୍ରହଣ ହାସଲ କରିଛି। ଜିଓ ଉପରୋକ୍ତ ସ୍ପେକ୍ଟ୍ରମଗୁଡିକୁ ୨୦ ବର୍ଷ ନିମନ୍ତେ ବ୍ୟବହାର ଅଧିକାର ହାସଲ ଲାଗି ୮୮,୦୭୮ କୋଟି ଟଙ୍କା ପ୍ରଦାନ କରିବ। ସ୍ପେକ୍ଟ୍ରମ ନିଲାମ ସର୍ତ୍ତାବଳୀ ଅନୁଯାୟୀ ସ୍ପେକ୍ଟ୍ରମ ବାବଦ ଦେୟ ସୁଧ ସମେତ ୨୦ଟି ସମାନ ବାର୍ଷିକ କିସ୍ତିରେ ଦାଖଲ କରିବାକୁ ହେବ। ଏହି ସ୍ପେକ୍ଟ୍ରମ ବ୍ୟବହାର ଅଧିକାର ହାସଲ ଦ୍ୱାରା ଜିଓ ବିଶ୍ୱର ସର୍ବାଧୁନିକ ୫ଜି ନେଟ୍‌ୱର୍କ ନିର୍ମାଣ ଦିଗରେ ସମର୍ଥ ହେବ ଏବଂ ଓୟାରଲେସ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗୀକରଣ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱ ସ୍ଥାନକୁ ଅଧିକ ମଜଭୁତ କରିବ। ଜିଓର ୫ଜି ନେଟ୍‌ୱର୍କ ପରବର୍ତ୍ତୀ ପିଢ଼ିର ଡିଜିଟାଲ ସଲ୍ୟୁସନ୍ସକୁ ସମର୍ଥ କରାଇବ ଯାହା ଏକ ୫ଟ୍ରିଲିଅନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଭାରତର ଏଆଇ-ପରିଚାଳିତ ଅଭିଯାନକୁ ତ୍ୱରାନ୍ବିତ କରିବ। ଜିଓ ଲୋ-ବ୍ୟାଣ୍ଡ, ମିଡ୍‌-ବ୍ୟାଣ୍ଡ ଏବଂ ଏମ୍‌ଏମ୍‌ୱେଭ ସ୍ପେକ୍ଟ୍ରମର ଏକ ଅନନ୍ୟ ସମ୍ମିଶ୍ରଣ ଅଧିଗ୍ରହଣ କରିଛି, ଯାହା ଏହାର ପରିବ୍ୟାପ୍ତ ଫାଇବର ନେଟ୍‌ୱର୍କ ଏବଂ ସ୍ବଦେଶୀ ପ୍ରଯୁକ୍ତି ପ୍ଲାଟ୍‌ଫର୍ମ ସହ ମିଶି ସର୍ବତ୍ର ୫ଜି ସେବା ସମସ୍ତଙ୍କ ପାଇଁ ଯୋଗାଇଦେବ। ଏହାର ଅତୁଳନୀୟ ୭୦୦ ମେଗାହର୍ଜ ସ୍ପେକ୍ଟ୍ରମ ଉପସ୍ଥିତି ସହ ଜିଓ ଦ୍ରୁତଗତି, କମ୍‌ ଲାଟେନ୍ସି ଏବଂ ବ୍ୟାପକ ସଂଯୋଗ ସହିତ ସର୍ବଭାରତୀୟ ସ୍ତରରେ ବାସ୍ତବ ୫ଜି ସେବା ଯୋଗାଇବାରେ ଏକମାତ୍ର ଅପରେଟର ହେବ। ଏହି ଅଧିଗ୍ରହଣ ଜରିଆରେ ଜିଓ ମାଲିକାନାରେ ଥିବା ମୋଟ ସ୍ପେକ୍ଟ୍ରମ ଉପସ୍ଥିତି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇ ୨୬,୭୭୨ ମେଗାହର୍ଜ ହୋଇଛି। ଏ ସମ୍ପର୍କରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଏମ୍‌ ଅମ୍ବାନୀ କହିଛନ୍ତି, ଆମେ ସର୍ବଦା ବିଶ୍ୱାସ କରି ଆସିଛୁ ଯେ ଯୁଗାନ୍ତକାରୀ ପ୍ରଯୁକ୍ତିର ସାମର୍ଥ୍ୟକୁ ଲାଗୁ କରାଗଲେ ଭାରତ ବିଶ୍ୱରେ ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତି ହୋଇପାରିବ। ଏହି ସୁଦୂରପ୍ରସାରୀ ଲକ୍ଷ୍ୟ ଏବଂ ଏକନିଷ୍ଠତା ଜିଓକୁ ଜନ୍ମ ଦେଇଛି। ଜିଓର ୪ଜି ସେବାର ବେଗ, ପରିମାଣ ଏବଂ ସାମାଜିକ ପ୍ରଭାବ ବିଶ୍ୱର ଯେକାୈଣସି ସ୍ଥାନ ତୁଳନାରେ ଅତୁଳନୀୟ। ସମ୍ପ୍ରତି ଏକ ବୃହତର ଲକ୍ଷ୍ୟ ଏବଂ ମଜଭୁତ ନିର୍ଣ୍ଣୟ ସହିତ ଜିଓ ୫ଜି ଯୁଗକୁ ଭାରତ ଅଗ୍ରସର ହେବା ଦିଗରେ ନେତୃତ୍ୱ ନେବାକୁ ଯାଉଛି। ସେହିପରି ସର୍ବଭାରତୀୟ ସ୍ତରରେ ୫ଜି ସେବା ପ୍ରଚଳନ ସହ ଆମେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବୁ। ଜିଓ ବିଶ୍ୱ ଶ୍ରେଣୀର ସୁଲଭ ୫ଜି ଏବଂ ୫ଜି ସମର୍ଥିତ ସେବାଗୁଡିକ ପ୍ରଚଳନ କରିବାକୁ ପ୍ରତିବଦ୍ଧ ରହିଛି। ଆମେ ସେବା, ପ୍ଲାଟ୍‌ଫର୍ମ ଏବଂ ସମାଧାନ ଯୋଗାଇଦେବୁ ଯାହା ଭାରତର ଡିଜିଟାଲ ବିପ୍ଳବ, ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟସେବା, କୃଷି, ମାନୁଫାକ୍ଚରିଂ ଏବଂ ଇ-ପ୍ରଶାସନ ଆଦି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ତ୍ୱରାନ୍ବିତ କରିବ ଏବଂ ତାହା ସହିତ ସମ୍ମାନାସ୍ପଦ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଭାରତ ଅଭିଯାନ ପ୍ରତି ଆଉ ଏକ ଗର୍ବ କଲା ଭଳି ଅବଦାନ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?