ପ୍ରକୃତି ଆମର ସଂସ୍କୃତିର ପରିଚୟ: ରାମଦେବ

ନୂଆଦିଲ୍ଲୀ,୩ା୮: ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ ଏବଂ ପତଞ୍ଜଳି ବିଶ୍ୱବିଦ୍ୟାଳୟ ହରିଦ୍ୱାରର ମିଳିତ ପ୍ରୟାସରେ ୪ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ନିକଟରେ ଆରମ୍ଭ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ୨ୟ ଦିନରେ ପାରମ୍ପରିକ ଭାରତୀୟ ଚିକିତ୍ସାର ଆଧୁନିକୀକରଣ, ଜନସ୍ବାସ୍ଥ୍ୟ ଏବଂ ଶିଳ୍ପ ଦୃଷ୍ଟିକୋଣ ଶୀର୍ଷିକ ଉପରେ ଏକ ବିସ୍ତୃତ ଆଲୋଚନା ବହୁ ବିଶିଷ୍ଠ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବୈଜ୍ଞାନିକ ତଥା ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତକରି ପତଞ୍ଜଳି ବିଶ୍ୱବିଦ୍ୟାଳୟର କୁଳପତି ସ୍ବାମୀ ରାମଦେବ କହିଛନ୍ତି, ପ୍ରକୃତି ଆମର ସଂସ୍କୃତିର ପରିଚୟ ଏବଂ ଏହା ଆମକୁ ସମୃଦ୍ଧତା ଏବଂ ସ୍ବାସ୍ଥ୍ୟ ମଧ୍ୟ ଦେଇଥାଏ। ଆଜି ଲକ୍ଷ ଲକ୍ଷ ଲୋକ ନିଜ ଘର ବଗିଚାରେ ତୁଳସୀ, ଆଲୋଭେରା ଏବଂ ଗିଲୋୟକୁ ଯତ୍ନ ସହକାରେ ଲଗାଇଛନ୍ତି। ସେହିଭଳି ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନର ସଭାପତି ଆଚାର୍ଯ୍ୟ ବାଲକ୍ରିଷ୍ଣା ଆୟୁର୍ବେଦ କ୍ଷେତ୍ରରେ ପତଞ୍ଜଳିର ବିପୁଳ ଅବଦାନ ବିଷୟରେ ବର୍ଣ୍ଣନା କରି କହିଛନ୍ତି, ପତଞ୍ଜଳି ଅନୁସନ୍ଧାନ ଏବଂ ଆୟୁର୍ବେଦିକ ଔଷଧ ବିଶ୍ୱରେ ଗ୍ରହଣୀୟ ହୋଇଛି। ସେହିପରି ଆୟୋଜକ କମିଟିର ଅଧ୍ୟକ୍ଷ ଡ. ବେଦ ପ୍ରିୟା ସଫଳତାର ସହ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ୨୧ଟି ଦେଶର ୫୦ରୁ ଅଧିକ ଶିକ୍ଷାନୁଷ୍ଠାନରୁ ହଜାର ହଜାର ଅଂଶଗ୍ରହଣକାରୀ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ହୋଇଥିଲେ। ଅପରପକ୍ଷରେ ଅତିଥିମାନଙ୍କ ଦ୍ୱାରା ମୋଟ ୫୯ଟି ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପତଞ୍ଜଳି ବିଶ୍ୱବିଦ୍ୟାଳୟ, ପତଞ୍ଜଳି ଆୟୁର୍ବେଦ କଲେଜ, ବୈଦିକ ଗୁରୁକୁଲମ୍‌ ଏବଂ ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନର ବୈଜ୍ଞାନିକ ଏବଂ ଛାତୀଛାତ୍ରାମାନେ ଅତିଥି ତଥା ଅଂଶଗ୍ରହଣକାରୀଙ୍କ ସମ୍ମାନାର୍ଥେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଯେଉଁଥିରେ ଗ୍ରୁପ୍‌ ନୃତ୍ୟ, ଗୀତ ଏବଂ ଯୋଗ ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri