Posted inଖେଳ

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ କ୍ରିକେଟ ସିଜନ ପାଇଁ ପଞ୍ଜାବ କ୍ରିକେଟ ଆସୋସିଏସନ (PCA) ତାଙ୍କୁ ଗେଷ୍ଟ ପ୍ଲେୟାର ଭାବେ ସାଇନ୍ କରିଛି, ଯେଉଁଠାରେ ସେ ସବୁ ଫର୍ମାଟରେ ଖେଳୁଥିବାର ନଜର ଆସିବେ। ଗତବର୍ଷ ବିଦର୍ଭ ଦଳରୁ ଓହରିଯିବା ପରେ ଏବେ ସେ ପଞ୍ଜାବ ପାଇଁ ଘରୋଇ କ୍ରିକେଟ ଖେଳିବେ। ପଞ୍ଜାବ କ୍ରିକେଟ ଆସୋସିଏସନର ସଭାପତି ଅମରଜୀତ ସିଂହ ମେହେଟ୍ଟା କହିଛନ୍ତି ଯେ ଉମେଶଙ୍କ ଯୋଗଦାନ ଦ୍ୱାରା ପଞ୍ଜାବର ବୋଲିଂ ଆକ୍ରମଣ ଅଧିକ ଶକ୍ତିଶାଳୀ ହେବ।

ଦୀର୍ଘ ଦିନରୁ ଟିମ୍ ଇଣ୍ଡିଆ ଓ ଆଇପିଏଲ୍‌ରୁ ବାହାରେ ଥିବା ଉମେଶ ୨୦୨୩ରେ ଶେଷ ଥର ପାଇଁ ଭାରତ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଏବଂ ୨୦୨୪ ପରଠାରୁ ଆଇପିଏଲ୍‌ରେ ମଧ୍ୟ ସୁଯୋଗ ପାଇନାହାନ୍ତି। ସେ ଭାରତ ପାଇଁ ୫୭ଟି ଟେଷ୍ଟ ମ୍ୟାଚ୍‌ରେ ୧୭୦ଟି ୱିକେଟ୍ ଏବଂ ଏକଦିବସୀୟରେ ୧୦୬ଟି ଉଇକେଟ ନେଇଛନ୍ତି, ଯେତେବେଳେ କି ଫାର୍ଷ୍ଟ କ୍ଲାସ କ୍ରିକେଟରେ ତାଙ୍କ ନାମରେ ୩୮୦ଟି ଉଇକେଟ ରହିଛି। ନିକଟରେ କ୍ରିକେଟ ବିଶେଷଜ୍ଞ ଭାବେ ନଜର ଆସିଥିବା ଏହି ଅଭିଜ୍ଞ ଖେଳାଳି ଏବେ ପଞ୍ଜାବର ଯୁବ ଦ୍ରୁତ ବୋଲରଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିବେ।

ପଞ୍ଜାବ ଦଳ ଦୀର୍ଘ ୩୩ ବର୍ଷ ହେବ ରଣଜୀ ଟ୍ରଫି ଜିତିପାରି ନାହିଁ। ଶେଷଥର ପାଇଁ ୧୯୯୨-୯୩ ସିଜନରେ ପଞ୍ଜାବ ଚାମ୍ପିୟନ ହୋଇଥିବା ବେଳେ ୧୯୯୪-୯୫ ଓ ୨୦୦୪-୦୫ରେ ଫାଇନାଲରେ ପହଞ୍ଚି ମଧ୍ୟ ପରାଜିତ ହୋଇଥିଲା। ଆଗାମୀ ସିଜନରେ ଶୁଭମନ ଗିଲ୍, ଗୁରନୁର ବ୍ରାର ଓ ଅର୍ଶଦୀପ ସିଂହଙ୍କ ଭଳି ଖେଳାଳି ଦଳ ସହ ଯୋଡ଼ିହେବାର ସମ୍ଭାବନା ଥିବା ବେଳେ ଉମେଶ ଯାଦବଙ୍କ ଉପସ୍ଥିତି ଦଳର ବୋଲିଂ ବିଭାଗକୁ ନୂଆ ଶକ୍ତି ଯୋଗାଇବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?