Posted inଜାତୀୟ

ମହାରାଷ୍ଟ୍ର ଏସ୍‌ଆଇଆର୍‌ରେ ୩୩% ଭୋଟର ବାଦ୍‌

ନୂଆଦିଲ୍ଲୀ,୨୭ା୧୦: ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଦେଖାଦେଇଥିବାବେଳେ ମହାରାଷ୍ଟ୍ରରେ ଭୋଟର ତାଲିକାରୁ ୩୩ ପ୍ରତିଶତ ଭୋଟରଙ୍କ ନାମ ବାଦ୍‌ ପଡ଼ିଥିବା ଅଭିଯୋଗ ହୋଇଛି। ଏହାକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନ୍‌କୁ ସୁପ୍ରିମକୋର୍ଟ ଅନୁଧ୍ୟାନ ପାଇଁ ସୋମବାର ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଏବଂ ଭି. ମୋହନାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାର, ଭାରତର ନିର୍ବାଚନ କମିଶନ (ଇସିଆଇ) ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ତେବେ ଦାବି ଓ ଅଭିଯୋଗ ଦାଖଲ ପାଇଁ ସମୟସୀମା ବଢ଼ାଇବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ତଥା ପେସାରେ ଖବରଦାତା ଅରୁଣ ଆନନ୍ଦଗିରି ଉକ୍ତ ପିଟିଶନ ଦାଏର କରିଥିଲେ। ସମୟସୀମା ବଢ଼ାଇବା ନିମନ୍ତେ ନିର୍ଦ୍ଦେଶ ଦେବା ଜରୁରୀ ବୋଲି ଯଦି ଜଣାପଡ଼େ, ତେବେ ତାହା ବୃଦ୍ଧି କରାଯାଇପାରିବ ବୋଲି ଖଣ୍ଡପୀଠ ଆବେଦନକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୫ରେ ହେବ।
ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଡାଟାର ଉପସ୍ଥିତ ରହି କହିଥିଲେ, ମୁମ୍ବାଇ ଓ ପୁଣେରେ ପୁନଃ ବିକାଶ ସମୟରେ ବହୁ ଲୋକ ଅସ୍ଥାୟୀ ଭାବେ ସ୍ଥାନାନ୍ତର ହୋଇଥିଲେ। ଉକ୍ତ ଲୋକମାନେ ମିଳିଲେ ନାହିଁ ବୋଲି ଦର୍ଶାଇ ସେମାନଙ୍କ ନାମକୁ ଭୋଟର ତାଲିକାରୁ ବାଦ୍‌ ଦିଆଯାଇଛି। ମହାରାଷ୍ଟ୍ରର ମୋଟ ୯.୭୯ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୨ କୋଟିଙ୍କ ନାମ ଚିଠା ଭୋଟର ତାଲିକାରୁ କାଟିଦିଆଯାଇଛି। ଏହା ବ୍ୟତୀତ ତାର୍କିକ ଅସଙ୍ଗତି ବା ଭୋଟର ତାଲିକାରେ କେତେକ ତଥ୍ୟଗତ ଅସଙ୍ଗତି ଦେଖାଦେବା କାରଣରୁ ୧.୨୨ କୋଟି ଭୋଟରଙ୍କ ନାମ ବାଦ୍‌ ପଡ଼ିଛି। ପିଟିଶନରେ ଦର୍ଶାଯାଇଥିଲା, ଯେପର୍ଯ୍ୟନ୍ତ ମାମଲା ସର୍ବୋଚ୍ଚ ଅଦାଲତଙ୍କ ବିଚାରାଧୀନ ରହିଛି, ସେ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଏସ୍‌ଆଇଆର୍‌ ପୂର୍ବ ତାଲିକାରେ ଥିବା ଭୋଟରମାନଙ୍କ ନାମ ବାଦ୍‌ ଦିଆଯିବା ଉଚିତ ନୁହେଁ।
ଖଣ୍ଡପୀଠଙ୍କୁ ଆଇନଜୀବୀ ଡାଟାର କହିଥିଲେ, ମୁମ୍ବାଇ ଓ ପୁଣେରେ ପ୍ରାୟ ୩,୫୦୦ ପୁନଃବିକାଶ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବାରୁ ବହୁ ପୁରୁଣା ହାଉସିଂ କଲୋନିକୁ ଭଙ୍ଗାଯାଇଛି। ଫଳରେ ଅନେକ ହଜାର ବାସିନ୍ଦା ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି। ସେମାନଙ୍କ ଠିକଣା ଓ ଅନ୍ୟାନ୍ୟ ବିବରଣୀ ନ ମିଳିବା କାରଣରୁ ଭୋଟର ତାଲିକାର ନାଁ କାଟିଦିଆଯାଇଥାଇପାରେ। ପୂର୍ବ ନିର୍ବାଚନରେ ଭୋଟର ଭାବେ ତାଳିକାରେ ଥିବା ଲୋକମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଫର୍ମ ପ୍ରପଳନ ନିମନ୍ତେ ଇସିଆଇଙ୍କୁ ନିର୍ଦ୍ଦେଶ ଦେବାକୁ ଡାଟାର ଖଣ୍ଡପୀଠଙ୍କୁ କହିଥିଲେ। ଫର୍ମ-୬ ନୂଆ ଭୋଟରଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ପୂର୍ବରୁ ଭୋଟର ଥିବା ଲୋକମାନଙ୍କ ପାଇଁ ଉକ୍ତ ଫର୍ମ ପ୍ରଚଳନ କରାଯିବା ଠିକ୍‌ ନୁହେଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ପ୍ରଭାବିତ ହୋଇଥିବା ଭୋଟରମାନଙ୍କୁ ସେମାନଙ୍କ ଦାବି ଓ ଆପତ୍ତି ଅଭିଯୋଗ ଦାଖଲ ପାଇଁ ସୋମବାର ଶେଷ ତାରିଖକୁ ବଢ଼ାଇବା ନିମନ୍ତେ ଆବେଦନକାରୀ ଅନୁରୋଧ କରିଥିଲେ ଏବଂ ମାମଲା ଅଦାଲତଙ୍କ ବିଚାରାଧୀନ ଥିବା ପର୍ଯ୍ୟନ୍ତ ଭୋଟର ତାଲିକା ଚୂଡ଼ାନ୍ତ କରାଯିବା ଉପରେ ସ୍ଥଗିତାଦେଶ ଲଗାଇବାକୁ ଦାବି କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସାମୂହିକ ପ୍ରୟାସରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସହଜ ହୁଏ ଓ ନୂତନତ୍ୱର ଆଶା ସଞ୍ଚାର ହୋଇପାରେ। ଏଭଳି ଏକ ନୂଆ ସଫଳତା ଆଣିପାରିଛନ୍ତି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲା ମଚ୍ଛଲିପଟନମ୍‌…

ଜଳବାୟୁ ପରିବର୍ତ୍ତନ ସଙ୍କଟରେ ନଳବଣ

ଶୀତଋତୁର ଆଗମନରେ ଚିଲିକା ହ୍ରଦର ଆକାଶ ଦୂରଦେଶରୁ ଆସୁଥିବା ପ୍ରବାସୀ ପକ୍ଷୀମାନଙ୍କ ସମାଗମରେ ଜୀବନ୍ତ ହୋଇଉଠେ। ମଧ୍ୟଏସିଆ ଓ ଉତ୍ତର-ଏସିଆର ଅନ୍ୟାନ୍ୟ ଅଞ୍ଚଳରୁ ଅନେକ ହଜାର କିଲୋମିଟର…

ଗ୍ରାମସଭାର ଅଧିକାର ଉପରେ ଆକ୍ରମଣ

ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନର ମୂଳ ଆତ୍ମା ହେଉଛି କ୍ଷମତାର ବିକେନ୍ଦ୍ରୀକରଣ ଏବଂ ସମାଜର ଶେଷଧାଡ଼ିର ମଣିଷକୁ ଶାସନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାଗୀଦାର କରାଇବା। ବିଶେଷକରି ଦେଶର…

ପୁନର୍ବାର ଲୁଲା

ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ୪ର୍ଥ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ୮୦ ବର୍ଷୀୟ ଲୁଲା ବାମପନ୍ଥୀ ଟାଣୁଆ ନେତା ଭାବେ ଜଣାଶୁଣା।…

ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ, ଦକ୍ଷିଣ ଓଡ଼ିଶାର ସ୍କୁଲ-ଅଙ୍ଗନୱାଡି କେନ୍ଦ୍ର ବନ୍ଦ

ଭୁବନେଶ୍ବର,୨୭।୧୦: ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ନବରଙ୍ଗପୁର, ରାୟଗଡ଼ା ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ୨୭ ଓ ୨୮ ଦୁଇ ଦିନ ବନ୍ଦ ରଖାଯିବା…

ମାତ୍ର ୧ ରନକୁ ନେଇ ହଟ୍ଟଗୋଳ; ବିସିସିଆଇ (BCCI) ନିକଟରେ ଅଭିଯୋଗ ଜଣାଇଲା ଦଳ ଜାଣନ୍ତୁ ପ୍ରକୃତ ଘଟଣା କ’ଣ

ନୂଆଦିଲ୍ଲୀ,୨୭।୧୦: ଭାରତୀୟ କ୍ରିକେଟରେ ଏକ ଅଦ୍ଭୁତ ବିବାଦ ସାମ୍ନାକୁ ଆସିଛି। ଏହି ଘଟଣାଟି ଏକ ‘ଅଣ୍ଡର-୧୯’ (Under-19) ଟୁର୍ଣ୍ଣାମେଣ୍ଟ ସମୟରେ ଘଟିଛି, ଯେଉଁଠାରେ ମାତ୍ର ଗୋଟିଏ ରନକୁ…

SRCଙ୍କ କଡ଼ା ଚେତାବନୀ, ବାତ୍ୟା ନେଇ ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୭।୧୦(ବନ୍ଦନା ସେଠୀ): ସମ୍ଭାବ୍ୟ ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ମିଥ୍ୟା, ଭ୍ରମାତ୍ମକ ଓ ଅନୁମାନଭିତ୍ତିକ ପୂର୍ବାନୁମାନ ତଥା ସତର୍କ ସୂଚନା ପ୍ରସାରଣ କରୁଥିବା…

ଚାଞ୍ଚଲ୍ୟକର ତଥ୍ୟ, ଗ୍ଲୋବାଲ ୱାର୍ମିଂ ଯୋଗୁ ଅଟକିଗଲା ନୂଆ ‘ବରଫ ଯୁଗ’

ନୂଆଦିଲ୍ଲୀ,୨୭ା୧୦: ପ୍ରତିଷ୍ଠିତ ପତ୍ରିକା ‘ସାଇନ୍ସ’ରେ ପ୍ରକାଶିତ ଏକ ଚାଞ୍ଚଲ୍ୟକର ଗବେଷଣା ତଥ୍ୟ ଅନୁସାରେ, ପୃଥିବୀ ଆଜକୁ ପ୍ରାୟ ୨,୦୦୦ ବର୍ଷ ପୂର୍ବରୁ ଏକ ନୂତନ ‘ବରଫ ଯୁଗ’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?