ପୁନର୍ବାର ଲୁଲା

ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ୪ର୍ଥ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ୮୦ ବର୍ଷୀୟ ଲୁଲା ବାମପନ୍ଥୀ ଟାଣୁଆ ନେତା ଭାବେ ଜଣାଶୁଣା। ସେ ଦକ୍ଷିଣପନ୍ଥୀ ନେତା ୪୫ ବର୍ଷୀୟ ଫ୍ଲାଭିଓ ବୋଲ୍‌ସୋନାରୋଙ୍କୁ ପରାସ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଫ୍ଲାଭିଓ ହେଉଛନ୍ତି ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କ ପୁତ୍ର। ଫ୍ଲାଭିଓଙ୍କ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥନ ଓ ଦକ୍ଷିଣପନ୍ଥୀ ରଣକୌଶଳ ପ୍ରୟୋଗ ସତ୍ତ୍ୱେ ବ୍ରାଜିଲବାସୀ ଲୁଲାଙ୍କୁ ବିପୁଳ ଭୋଟରେ ଜିତାଇବା ଏକଚ୍ଛତ୍ରବାଦ ଚିନ୍ତାଧାରା ପୋଷଣ କରୁଥିବା ନେତାଙ୍କୁ ହଟେଇବା ଦିଗରେ ଏହା ଏକ ଶକ୍ତ ବାର୍ତ୍ତା ଦେଇଛି। ସ୍ମରଣ କରାଇ ଦିଆଯାଇପାରେ ଯେ, ଫ୍ଲାଭିଓଙ୍କ ପିତା ଜୈରଙ୍କ ଶାସନକାଳରେ ବ୍ରାଜିଲବାସୀ ସମ୍ମୁଖୀନ ହୋଇଥିବା ସମସ୍ୟା ଓ ବିଶେଷକରି ପରିବେଶ ପ୍ରତି ତାଙ୍କ ଅବିଚାରଭାବକୁ ଭୁଲିନାହାନ୍ତି। ତେବେ ପରାଜୟକୁ ଫ୍ଲାଭିଓ କିମ୍ବା ତାଙ୍କ ପିତା ସ୍ବୀକାର କରିବାକୁ ରାଜିନାହାନ୍ତି। ଜଣାପଡ଼ୁଛି ଯେ, ଏବେ ବିଶ୍ୱରେ ଯେଉଁମାନେ ନିର୍ବାଚନ ହାରୁଛନ୍ତି ସେମାନେ ପରାଜୟକୁ ସହଜରେ ଗ୍ରହଣ କରୁନାହାନ୍ତି।
ଭାରତ ପରିପ୍ରେକ୍ଷୀରେ ଦେଖିଲେ ଏଠାକାର ଶାସକ ଦୀର୍ଘବର୍ଷ ଶାସନରେ ରହିବାକୁ ଚାହୁଁଥିବାରୁ ଜିତିବା ପାଇଁ ସବୁ ଫନ୍ଦିଫିକର କରୁଛନ୍ତି। ସେଥିପାଇଁ ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଆଣି ଅନେକ ମତଦାତାଙ୍କୁ କାଟି ଚାଲିଛନ୍ତି । ମହାରାଷ୍ଟ୍ର ଭଳି ରାଜ୍ୟରେ ସେଠାକାର ବିଧାନସଭା ନିର୍ବାଚନ ପୂର୍ବରୁ କରାଯାଇଥିବା ଏସ୍‌ଆଇଆର୍‌ ମାଧ୍ୟମରେ ପ୍ରାୟ ୩୩ ପ୍ରତିଶତ ଭୋଟର ଅର୍ଥାତ୍‌ ଏକତୃତୀୟାଂଶ ମତଦାତାଙ୍କୁ ବାଦ୍‌ ଦିଆଯାଇ ନିର୍ବାଚନ କରାଯାଇଥିଲା ବୋଲି ଜଣାପଡ଼ିଛି। ଏହିଭଳି ଏସ୍‌ଆଇଆର୍‌ ମାଧ୍ୟମରେ ଭାଜପା ଜିତୁଥିବା ବିଷୟ ୨୦୨୯ ପାର୍ଲାମେଣ୍ଟ ନିର୍ବାଚନର ଯଥେଷ୍ଟ ପୂର୍ବରୁ ପର୍ଦ୍ଦାଫାଶ ହୋଇଥିବାରୁ ଅନେକ ତ୍ରୁଟି ପଦାକୁ ଆସୁଛି। ଅନ୍ୟପଟେ ଭାଜପା ସମର୍ଥକମାନେ ତେଲଙ୍ଗାନା, କର୍ନାଟକ, ତାମିଲନାଡୁ, କେରଳ ଭଳି ରାଜ୍ୟର ଉଦାହରଣ ଦେଇ ବିରୋଧୀଙ୍କ ପ୍ରଶ୍ନକୁ କାଟିବା ପାଇଁ ଯୁକ୍ତି କରୁଛନ୍ତି। ଏହି ଲଢ଼େଇରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଭଳି ରାଜନୈତିକ ଦଳ ଯୋଗ ଦେଉନାହାନ୍ତି। ତାହାର କାରଣ ହୋଇପାରେ ଯେ, ୨୦୨୭ରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ରାଜ୍ୟରେ ଶାସନ କରୁଥିବା ଆପ୍‌କୁ ମୁଖ୍ୟତଃ କଂଗ୍ରେସ ଏବଂ ଅକାଳୀ ଦଳକୁ ସାମ୍ନା କରିବାକୁ ପଡ଼ିବ। ସେଠାରେ ଭାଜପାର ନେତା ନାହାନ୍ତି କିମ୍ବା ତାହା ଓଡ଼ିଶା ଭଳି ବିକଳ୍ପ ଦଳ ମଧ୍ୟ ନୁହେଁ। ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ଅନିନ୍ଦିତା ମିତ୍ର, ଆଇଏଏସ୍‌ଙ୍କୁ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଶଂସା କରାଯାଇଛି। କାରଣ ଦାୟିତ୍ୱରେ ଥିବା ଏସ୍‌ଆଇଆର୍‌ ସମ୍ପର୍କିତ ତାଙ୍କ କାର୍ଯ୍ୟ ଅତି ଶୀଘ୍ର ସରିଯାଇଥିଲା। ସେଠାରେ ଯେହେତୁ ଭାଜପାର ତୃଣମୂଳ କର୍ମୀ ନାହାନ୍ତି, ତେଣୁ ଏସ୍‌ଆଇଆର୍‌ରେ ଅଧିକ ନାମ କାଟିବା ପାଇଁ କୌଣସି ପଦ୍ଧତି ମିଳି ନ ଥିଲା। ଏହା ଦକ୍ଷିଣ ଭାରତର ଅନେକ ରାଜ୍ୟରେ ସମାନ ରୂପ ଧାରଣ କରିଛି। ତେଣୁ ଭାରତର କେତେକ ବଛା ରାଜ୍ୟ ଯଥା ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ଏସ୍‌ଆଇଆର୍‌ର କୋପ ବୁଝିବା ସମ୍ଭବପର ହୋଇଛି। ଏଥିରୁ ବୁଝିବାକୁ ହେବ ଯେ କ୍ଷମତାରେ ଥିବା ବ୍ୟକ୍ତିମାନେ ସବୁ ଦେଶରେ ଏକ ପ୍ରକାର ମନୋଭାବ ପୋଷଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଫ୍ରାନ୍ସକୁ ସଦ୍ୟ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ।
ସେପ୍ଟେମ୍ବର ୨୦୨୬ ମଧ୍ୟବର୍ତ୍ତୀ ସମୟରେ ଶିକ୍ଷା ବ୍ୟବସ୍ଥାରେ ଅବନତି ଓ ଶିକ୍ଷକ ଅଭାବ ବିରୋଧରେ ଛାତ୍ରମାନଙ୍କ ବିରୋଧ ପ୍ରଦର୍ଶନରୁ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ସମଗ୍ର ଫ୍ରାନ୍ସକୁ ଆକ୍ତାମାକ୍ତା କରିଦେଇଛି। ଅତ୍ୟଧିକ ଦରବୃଦ୍ଧି, ଜୀବନଯାପନ ଖର୍ଚ୍ଚ ବଢ଼ିବାଠାରୁ ଆରମ୍ଭ କରି ସରକାରୀ ନୀତିକୁ ଖୋଲାଖୋଲି ବିରୋଧ କରାଯାଉଛି। ରାଜଧାନୀ ପ୍ୟାରିସ ସମେତ ଦେଶର ବିଭିନ୍ନ ସହରରେ ଲୋକେ ରାସ୍ତାକୁ ଓହ୍ଲାଇ ପୋଡ଼ାଜଳା କରିବା ସହ ବଜାରରୁ ଲୁଟପାଟ କରୁଥିବା ଦେଖାଯାଉଛି। ଆନ୍ଦୋଳନକୁ ଦମନ କରିବା ପାଇଁ ସୁରକ୍ଷାକର୍ମୀମାନେ ୧୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛନ୍ତି। ଫ୍ରାନ୍ସ ଅର୍ଥନୀତି ଅତି ଦୁର୍ବଳ ଅବସ୍ଥାକୁ ଚାଲିଯାଇଥିବାରୁ ସେଠାକାର ସର୍ବସାଧାରଣ ଋଣ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୧୯ ପ୍ରତିଶତରେ ପହଞ୍ଚତ୍ୟାଇଛି। ଇରାନ୍‌ ଓ ଆମେରିକା ଯୁଦ୍ଧ ସ୍ଥିତି ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ଫ୍ରାନ୍ସ ଅର୍ଥନୀତିକୁ ବଡ଼ କ୍ଷତି ପହଞ୍ଚାଇଛି। ଏଭଳି ସ୍ଥଳେ ରାଜନୈତିକ ଅବିଶ୍ୱାସ ଅର୍ଥନୈତିକ ସଙ୍କଟକୁ ବିସ୍ଫୋରକ ସ୍ତରକୁ ନେଇଯାଇଛି। ଇମାନୁଏଲ ମାକ୍‌ରଁଙ୍କ ଏକ ଦଶନ୍ଧିର ରାଷ୍ଟ୍ରପତିତ୍ୱ ଜନସାଧାରଣଙ୍କ ମଙ୍ଗଳରେ ଆସି ନ ଥିବାରୁ ତାଙ୍କ ବିରୋଧରେ ସାଧାରଣରେ ଅସନ୍ତୋଷ ବଢ଼ିଛି। ମାକ୍‌ରଁ ଘୋର ବାମପନ୍ଥୀ କିମ୍ବା ଦକ୍ଷିଣପନ୍ଥୀ ଭିତରେ ଆସି ନ ଥାଆନ୍ତି ଓ ସେ ଜଣେ ଉଦାରବାଦୀ ବୋଲି ନିଜକୁ ଅଭିହିତ କରୁଥିଲେ ମଧ୍ୟ ତାଙ୍କ କାର୍ଯ୍ୟ ଦେଶବାସୀଙ୍କ ଆଶା ପୂରଣ କରିବାରେ ଅସଫଳ ହୋଇଥିବା ଏବର ପ୍ରତିବାଦରୁ ବୁଝାପଡ଼ୁଛି। ଆସନ୍ତା ଏପ୍ରିଲରେ ଫ୍ରାନ୍ସରେ ନିର୍ବାଚନ ଅଛି। ସେଠାରେ ଦକ୍ଷିଣପନ୍ଥୀ ପ୍ରାର୍ଥୀ ମାରିନ୍‌ ଲ’ ପେନ୍‌ ଓ ବାମପନ୍ଥୀ ନେତା ରାଫେଲ ଗ୍ଲୁକ୍ସମ୍ୟାନ ଏହି ଅସନ୍ତୋଷର ସୁଯୋଗ ନେଇପାରନ୍ତି।
ସେହିଭଳି ଭାରତୀୟମାନେ ଦେଇଥିବା ମେଲୋଡି ଚକୋଲେଟ ଖାଉଥିବା ଇଟାଲୀ ପ୍ରଧାନମନ୍ତ୍ରୀ ଜିଓରଜିଆ ମେଲୋନି ତାଙ୍କ ବନ୍ଧୁମାନଙ୍କ ଭଳି ପ୍ରବଳ ବିରୋଧର ସମ୍ମୁଖୀନ ହେଲେଣି। ଅନୁରୂପ ଭାବେ ସ୍ପେନ୍‌, ପର୍ତ୍ତୃଗାଲ ଓ ଆଲବାନିଆରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି। କହିବାକୁ ଗଲେ ନୀତି ନିର୍ଦ୍ଧାରକମାନଙ୍କ ଭୁଲ୍‌ ନିଷ୍ପତ୍ତି ଆର୍ଥିକ ଶୃଙ୍ଖଳାକୁ ବିଗାଡ଼ି ଦେଉଛି। ଦୀର୍ଘ ସମୟ ଶାସନରେ ରହିବା ପାଇଁ ଅର୍ଥନୈତିକ ବ୍ୟବସ୍ଥାରେ ବିରାଦରି ଚାଲିଲେ ତାହା ସାମୂହିକ ଉନ୍ନତିରେ ସହାୟକ ହୋଇ ନ ଥାଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଋଷିଆ ଓ ୟୁକ୍ରେନ ମଧ୍ୟରେ ହୋଇଛି ଯୁଦ୍ଧବିରତି; ମେଲାନିଆ ଟ୍ରମ୍ପ କରିଥିଲେ ମଧ୍ୟସ୍ଥତା

ଓ୍ବାଶିଂଟନ,୨୭।୧୦: ମଙ୍ଗଳବାର (ଅକ୍ଟୋବର ୨୭) ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ସ୍ଥାନୀୟ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଉଲ୍ଲେଖନୀୟ ଯେ, ଆମେରିକାର ପ୍ରଥମ ମହିଳା (ଫାଷ୍ଟ ଲେଡି)…

ଲକ୍ଷ୍ମୀପୂଜା ଦେଖି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୨ଜୀବନ

ପରଜଙ୍ଗ,୨୭।୧୦(ନିଗମାନନ୍ଦ ଦଳବେହେରା): ଲକ୍ଷ୍ମୀପୂଜା ଦେଖି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି…

ଏଇ ଭାରତରେ

ସାମୂହିକ ପ୍ରୟାସରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସହଜ ହୁଏ ଓ ନୂତନତ୍ୱର ଆଶା ସଞ୍ଚାର ହୋଇପାରେ। ଏଭଳି ଏକ ନୂଆ ସଫଳତା ଆଣିପାରିଛନ୍ତି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲା ମଚ୍ଛଲିପଟନମ୍‌…

ଜଳବାୟୁ ପରିବର୍ତ୍ତନ ସଙ୍କଟରେ ନଳବଣ

ଶୀତଋତୁର ଆଗମନରେ ଚିଲିକା ହ୍ରଦର ଆକାଶ ଦୂରଦେଶରୁ ଆସୁଥିବା ପ୍ରବାସୀ ପକ୍ଷୀମାନଙ୍କ ସମାଗମରେ ଜୀବନ୍ତ ହୋଇଉଠେ। ମଧ୍ୟଏସିଆ ଓ ଉତ୍ତର-ଏସିଆର ଅନ୍ୟାନ୍ୟ ଅଞ୍ଚଳରୁ ଅନେକ ହଜାର କିଲୋମିଟର…

ଗ୍ରାମସଭାର ଅଧିକାର ଉପରେ ଆକ୍ରମଣ

ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନର ମୂଳ ଆତ୍ମା ହେଉଛି କ୍ଷମତାର ବିକେନ୍ଦ୍ରୀକରଣ ଏବଂ ସମାଜର ଶେଷଧାଡ଼ିର ମଣିଷକୁ ଶାସନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାଗୀଦାର କରାଇବା। ବିଶେଷକରି ଦେଶର…

ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ, ଦକ୍ଷିଣ ଓଡ଼ିଶାର ସ୍କୁଲ-ଅଙ୍ଗନୱାଡି କେନ୍ଦ୍ର ବନ୍ଦ

ଭୁବନେଶ୍ବର,୨୭।୧୦: ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ନବରଙ୍ଗପୁର, ରାୟଗଡ଼ା ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ୨୭ ଓ ୨୮ ଦୁଇ ଦିନ ବନ୍ଦ ରଖାଯିବା…

ମାତ୍ର ୧ ରନକୁ ନେଇ ହଟ୍ଟଗୋଳ; ବିସିସିଆଇ (BCCI) ନିକଟରେ ଅଭିଯୋଗ ଜଣାଇଲା ଦଳ ଜାଣନ୍ତୁ ପ୍ରକୃତ ଘଟଣା କ’ଣ

ନୂଆଦିଲ୍ଲୀ,୨୭।୧୦: ଭାରତୀୟ କ୍ରିକେଟରେ ଏକ ଅଦ୍ଭୁତ ବିବାଦ ସାମ୍ନାକୁ ଆସିଛି। ଏହି ଘଟଣାଟି ଏକ ‘ଅଣ୍ଡର-୧୯’ (Under-19) ଟୁର୍ଣ୍ଣାମେଣ୍ଟ ସମୟରେ ଘଟିଛି, ଯେଉଁଠାରେ ମାତ୍ର ଗୋଟିଏ ରନକୁ…

SRCଙ୍କ କଡ଼ା ଚେତାବନୀ, ବାତ୍ୟା ନେଇ ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୭।୧୦(ବନ୍ଦନା ସେଠୀ): ସମ୍ଭାବ୍ୟ ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ମିଥ୍ୟା, ଭ୍ରମାତ୍ମକ ଓ ଅନୁମାନଭିତ୍ତିକ ପୂର୍ବାନୁମାନ ତଥା ସତର୍କ ସୂଚନା ପ୍ରସାରଣ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?