୩ କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବ

ଜଗତ୍‌ସିଂହପୁର ଅଫିସ, ୧୧ା୧: ଜଗତ୍‌ସିଂହପୁର ଜିଲାରେ କୋଭିଡ୍‌- ୧୯ ସୁପରିଚାଳନା ସଂକ୍ରାନ୍ତୀୟ ସମୀକ୍ଷା ବୈଠକ ସୋମବାର ଜିଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ ଭିତ୍ତିଭୂମି ଉପରେ ଜିଲାପାଳ କହିଥିଲେ ପାରାଦୀପସ୍ଥିତ କୋଭିଡ୍‌ ହସ୍ପିଟାଲରେ ୬୫ ଶଯ୍ୟା ସହ ୫ଟି ଆଇସିୟୁ ରହିଛି। ଏହାବାଦ୍‌ ଜିଲାରେ ୩ଟି କୋଭିଡ୍‌ କେୟାର ସେଣ୍ଟର ତୁରନ୍ତ କାର୍ଯ୍ୟକ୍ଷମ ହେବ। ପାରାଦୀପ କଲେଜ ବାଳିକା ହଷ୍ଟେଲ ପରିସର ସଫାସୁତରା ସହ ୭୦ ଶଯ୍ୟା ବ୍ୟବସ୍ଥା ହେବ। ପୂର୍ତ୍ତ ବିଭାଗ ଓ ପାରାଦୀପ ପୌର ପରିଷଦ ଏହି କାମ ଆସନ୍ତା ୧୪ ସୁଦ୍ଧା ସାରିବେ। ପାରାଦୀପ ରେଣ୍ଟାଲ ହାଉସିଂ କମ୍ପ୍ଲେକ୍ସରେ ୩୦ ଶଯ୍ୟାବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବ। ସ୍ଥାନୀୟ ସରଳାଦେବୀ କଲ୍ୟାଣ ମଣ୍ଡପ ପରିସରରେ ୩୦ ଶଯ୍ୟା ବିଶିଷ୍ଟ କେନ୍ଦ୍ର ୨ ଦିନ ମଧ୍ୟରେ ପ୍ରସ୍ତୁତ ରଖିବାକୁ ଜିଲାପାଳ ଜଗତ୍‌ସିଂହପୁର ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ କୋଭିଡ୍‌ କେୟାର ସେଣ୍ଟରରେ ପରିସ୍ରାଗାର ଓ ପାନୀୟ ଜଳ ସୁବ୍ୟବସ୍ଥିତ ହେବ। ପରିଷ୍କାର, ପରିଚ୍ଛନ୍ନ ରଖାଯିବା ସହ ଅମ୍ଳଜାନ ସୁବିଧା ରହିବ। ପାରାଦୀପ ଅତିରିକ୍ତ ଜିଲାପାଳ ଏସବୁର ତଦାରଖ କରିବେ। ଆଇଓସିଏଲ୍‌ ଓ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାରେ ୧୫ରୁ ୧୮ବର୍ଷର ପିଲାଙ୍କୁ କ୍ୟାମ୍ପ ମାଧ୍ୟମରେ କୋଭିଡ୍‌ ଟିକା ଯେପରି ଦିଆଯିବ ସେନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପଦକ୍ଷେପ ନେବେ। ଏହି ବୟସର ଅନ୍ୟ ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ବିଦ୍ୟାଳୟରେ ଟିକା ଦିଆଯିବ। ପ୍ରାଥମିକ ପର୍ଯ୍ୟାୟରେ ୮ ବ୍ଲକର ୧୬ଟି ବିଦ୍ୟାଳୟରେ ପିଲାଙ୍କୁ ଟିକା ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି। ୬୦ ବର୍ଷରୁ ଅଧିକ ବୟସର ଓ ୯ ମାସ ପୂର୍ବରୁ ଦ୍ୱିତୀୟ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିିବ। ଜଗତ୍‌ସିଂହପୁର ସଦର ମହକୁମାସ୍ଥିତ ନୂଆ ଓପିଡି ବିଲ୍ଡିଂ, ଥାନା ଓ ଟାଉନହଲ୍‌ ସହ ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଡୋଜ୍‌ ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି । ବିଡିଓ ଓ ପୌର ନିର୍ବାହୀ ଅଧିକାରୀଙ୍କ ସହିତ ସମନ୍ବୟରେ ମେଡିକାଲ ଅଫିସରମାନେ ଆଇସୋଲେଶନ୍‌ରେ ଥିବା କୋଭିଡ୍‌ ରୋଗୀଙ୍କୁ ଔଷଧ କିଟ୍‌ ଦେବେ। କୋଭିଡ୍‌ର ୩ୟ ଲହର ଆରମ୍ଭ ହୋଇ ଯାଇଥିବାରୁ ସମସ୍ତ ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ ଓ ରାଜସ୍ବ ନିରୀକ୍ଷକମାନେ କୋଭିଡ୍‌ ମାର୍ଗଦର୍ଶିକା ଅବମାନନାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜରିମାନା ଆଦାୟ କରିବେ। ହାଟ, ବଜାର ଆଦିରେ ଗହଳି ନ ହେବା ପାଇଁ ପଦକ୍ଷେପ ନିଆଯିବ। ପିକନିକ୍‌, ବାର୍ଥ ଡେ ପାର୍ଟି, ଆନିଭର୍ସାରି ଆଦି ଉପରେ କଟକଣା ଜାରି କରାଯାଇଛି। ହାଟଗୁଡିକରେ ଗହଳି ହେଉଥିଲେ ଖୋଲା ପଡିଆକୁ ସ୍ଥାନାନ୍ତର କରାଯିବ। ସୋମବାରଠାରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ। କୌଣସି କର୍ମଚାରୀ ଥଣ୍ଡା କିମ୍ବା ଜ୍ୱରରେ ପୀଡିତ ହେଲେ କାର୍ଯ୍ୟାଳକୁ ଆସିବେ ନାହିଁ। ଧାନ ମଣ୍ଡିରେ କୋଭିଡ୍‌ ମାର୍ଗଦର୍ଶିକା ପାଳନ କରାଯିବ। ତହସିଲଦାରମାନେ ବଜାର କମିଟି ସଦସ୍ୟଙ୍କ ସହ ବୈଠକ କରିବେ। ବାହାଘର, ଅନ୍ତ୍ୟେଷ୍ଟିକ୍ରିୟା ଆଦି ପାଳନ ବେଳେ ମାର୍ଗଦର୍ଶିକା ପାଳନ ହେବ।
ବୈଠକରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଚିନ୍ମୟୀ ବିଶ୍ୱାଳ, ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁ ଚରଣ ଧୀର, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ, ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, ଜିଲା ଶିକ୍ଷା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦେଲେ ଏସବୁ ପ୍ରତିଶ୍ରୁତି…

ଭବାନୀପାଟଣା,୮ା୫(ଉତ୍ତମ କୁମାର ଦାଶ): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କଳାହାଣ୍ଡିକୁ ଦିନିକିଆ ଗସ୍ତରେ ଆସିଥିଲେ। ଅପରାହ୍ନ ୧ଟା ୧୫ରେ ଭବାନୀପାଟଣା ସହରସ୍ଥିତ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ...

ଭୁବନେଶ୍ୱର ବିମାନବନ୍ଦରରୁ ୨ କୋଟିରୁ ଅଧିକ ମୂଲ୍ୟର ସୁନା ଜବତ

ଭୁବନେଶ୍ୱର,୮ା୫: ଭୁବନେଶ୍ବର ବିମାନବନ୍ଦରରୁ ବୁଧବାର ୩ କେଜିରୁ ଊଦ୍ଧର୍‌ବ ସୁନା ଜବତ କରାଯାଇଛି। କେନ୍ଦ୍ରୀୟ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ୩.୭୭ କେଜି ସୁନା ଜବତ କରିଛି।...

କର୍ମୀ ଦେଉଥିଲେ ଫୁଲମାଳ, ନେଲେନି ନେତା

ବାଲେଶ୍ୱର,୮ା୫(ମାନସ ବିଶ୍ୱାଳ): ବାଲେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବୁଧବାର ମହା ମେଘବାହନ ଖାରବେଳ ସ୍ବାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଧ୍ୟାହ୍ନରେ ସେ ତାଙ୍କର ସମର୍ଥକମାନଙ୍କ ସହିତ...

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତାଙ୍କ ସହ ଶତାଧିକ କର୍ମୀ

ଗଞ୍ଜାମ,୮ା୫(ବିଦ୍ୟାଧର ସାହୁ): ଆସନ୍ତା ୧୩ରେ ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ଦଳ ନିଜନିଜ ରଣନୀତି ଆରମ୍ଭ କରିଛନ୍ତି।  ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୮ ପୁଇଁତଳା...

ଛେଳି ଚୋରିକୁ ନେଇ ମହାଭାରତ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୁଣ୍ଟୁଣୀ,୮ା୫(ସଚ୍ଚିଦାନନ୍ଦ ପଣ୍ଡା): ଛେଳି ଚୋରିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଖୁଣ୍ଟୁଣୀ ଡାକ୍ତରଖାନା ପଛପଟ...

ବିଜେଡିରେ ସାମିଲ ହେଲେ ଅପରାଜିତାଙ୍କ ବିଶ୍ୱସ୍ତ ଅଖିଳ ପଟ୍ଟନାୟକ

ଭୁବନେଶ୍ୱର,୮।୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଥିବା ବେଳେ ଦଳ ଡିଆଁ ଜାରି ରହିଛି। ଏହି କ୍ରମରେ ବୁଧବାର ଶଙ୍ଖ ଭବନରେ ବିଜେଡିର...

ଢେଙ୍କାନାଳ ଛାଡ଼ି ସମ୍ବଲପୁରରୁ କାହିଁକି ଲଢୁଛନ୍ତି ଧର୍ମେନ୍ଦ୍ର? ପ୍ରଶ୍ନ ଆଳରେ କଟାକ୍ଷ କଲେ ପାଣ୍ଡିଆନ୍‌…

ଭୁବନେଶ୍ୱର,୮।୫: ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରେ ଦୀର୍ଘ ୧୦ ବର୍ଷ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ରହିଥିଲେ। ଏହାସତ୍ତ୍ୱେ କାହିଁକି ଚଳିତ ନିର୍ବାଚନରେ ସମ୍ବଲପୁରରୁ ଲଢ଼ୁଛନ୍ତି ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri