୩ କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବ

ଜଗତ୍‌ସିଂହପୁର ଅଫିସ, ୧୧ା୧: ଜଗତ୍‌ସିଂହପୁର ଜିଲାରେ କୋଭିଡ୍‌- ୧୯ ସୁପରିଚାଳନା ସଂକ୍ରାନ୍ତୀୟ ସମୀକ୍ଷା ବୈଠକ ସୋମବାର ଜିଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ ଭିତ୍ତିଭୂମି ଉପରେ ଜିଲାପାଳ କହିଥିଲେ ପାରାଦୀପସ୍ଥିତ କୋଭିଡ୍‌ ହସ୍ପିଟାଲରେ ୬୫ ଶଯ୍ୟା ସହ ୫ଟି ଆଇସିୟୁ ରହିଛି। ଏହାବାଦ୍‌ ଜିଲାରେ ୩ଟି କୋଭିଡ୍‌ କେୟାର ସେଣ୍ଟର ତୁରନ୍ତ କାର୍ଯ୍ୟକ୍ଷମ ହେବ। ପାରାଦୀପ କଲେଜ ବାଳିକା ହଷ୍ଟେଲ ପରିସର ସଫାସୁତରା ସହ ୭୦ ଶଯ୍ୟା ବ୍ୟବସ୍ଥା ହେବ। ପୂର୍ତ୍ତ ବିଭାଗ ଓ ପାରାଦୀପ ପୌର ପରିଷଦ ଏହି କାମ ଆସନ୍ତା ୧୪ ସୁଦ୍ଧା ସାରିବେ। ପାରାଦୀପ ରେଣ୍ଟାଲ ହାଉସିଂ କମ୍ପ୍ଲେକ୍ସରେ ୩୦ ଶଯ୍ୟାବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବ। ସ୍ଥାନୀୟ ସରଳାଦେବୀ କଲ୍ୟାଣ ମଣ୍ଡପ ପରିସରରେ ୩୦ ଶଯ୍ୟା ବିଶିଷ୍ଟ କେନ୍ଦ୍ର ୨ ଦିନ ମଧ୍ୟରେ ପ୍ରସ୍ତୁତ ରଖିବାକୁ ଜିଲାପାଳ ଜଗତ୍‌ସିଂହପୁର ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ କୋଭିଡ୍‌ କେୟାର ସେଣ୍ଟରରେ ପରିସ୍ରାଗାର ଓ ପାନୀୟ ଜଳ ସୁବ୍ୟବସ୍ଥିତ ହେବ। ପରିଷ୍କାର, ପରିଚ୍ଛନ୍ନ ରଖାଯିବା ସହ ଅମ୍ଳଜାନ ସୁବିଧା ରହିବ। ପାରାଦୀପ ଅତିରିକ୍ତ ଜିଲାପାଳ ଏସବୁର ତଦାରଖ କରିବେ। ଆଇଓସିଏଲ୍‌ ଓ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାରେ ୧୫ରୁ ୧୮ବର୍ଷର ପିଲାଙ୍କୁ କ୍ୟାମ୍ପ ମାଧ୍ୟମରେ କୋଭିଡ୍‌ ଟିକା ଯେପରି ଦିଆଯିବ ସେନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପଦକ୍ଷେପ ନେବେ। ଏହି ବୟସର ଅନ୍ୟ ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ବିଦ୍ୟାଳୟରେ ଟିକା ଦିଆଯିବ। ପ୍ରାଥମିକ ପର୍ଯ୍ୟାୟରେ ୮ ବ୍ଲକର ୧୬ଟି ବିଦ୍ୟାଳୟରେ ପିଲାଙ୍କୁ ଟିକା ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି। ୬୦ ବର୍ଷରୁ ଅଧିକ ବୟସର ଓ ୯ ମାସ ପୂର୍ବରୁ ଦ୍ୱିତୀୟ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିିବ। ଜଗତ୍‌ସିଂହପୁର ସଦର ମହକୁମାସ୍ଥିତ ନୂଆ ଓପିଡି ବିଲ୍ଡିଂ, ଥାନା ଓ ଟାଉନହଲ୍‌ ସହ ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଡୋଜ୍‌ ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି । ବିଡିଓ ଓ ପୌର ନିର୍ବାହୀ ଅଧିକାରୀଙ୍କ ସହିତ ସମନ୍ବୟରେ ମେଡିକାଲ ଅଫିସରମାନେ ଆଇସୋଲେଶନ୍‌ରେ ଥିବା କୋଭିଡ୍‌ ରୋଗୀଙ୍କୁ ଔଷଧ କିଟ୍‌ ଦେବେ। କୋଭିଡ୍‌ର ୩ୟ ଲହର ଆରମ୍ଭ ହୋଇ ଯାଇଥିବାରୁ ସମସ୍ତ ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ ଓ ରାଜସ୍ବ ନିରୀକ୍ଷକମାନେ କୋଭିଡ୍‌ ମାର୍ଗଦର୍ଶିକା ଅବମାନନାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜରିମାନା ଆଦାୟ କରିବେ। ହାଟ, ବଜାର ଆଦିରେ ଗହଳି ନ ହେବା ପାଇଁ ପଦକ୍ଷେପ ନିଆଯିବ। ପିକନିକ୍‌, ବାର୍ଥ ଡେ ପାର୍ଟି, ଆନିଭର୍ସାରି ଆଦି ଉପରେ କଟକଣା ଜାରି କରାଯାଇଛି। ହାଟଗୁଡିକରେ ଗହଳି ହେଉଥିଲେ ଖୋଲା ପଡିଆକୁ ସ୍ଥାନାନ୍ତର କରାଯିବ। ସୋମବାରଠାରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ। କୌଣସି କର୍ମଚାରୀ ଥଣ୍ଡା କିମ୍ବା ଜ୍ୱରରେ ପୀଡିତ ହେଲେ କାର୍ଯ୍ୟାଳକୁ ଆସିବେ ନାହିଁ। ଧାନ ମଣ୍ଡିରେ କୋଭିଡ୍‌ ମାର୍ଗଦର୍ଶିକା ପାଳନ କରାଯିବ। ତହସିଲଦାରମାନେ ବଜାର କମିଟି ସଦସ୍ୟଙ୍କ ସହ ବୈଠକ କରିବେ। ବାହାଘର, ଅନ୍ତ୍ୟେଷ୍ଟିକ୍ରିୟା ଆଦି ପାଳନ ବେଳେ ମାର୍ଗଦର୍ଶିକା ପାଳନ ହେବ।
ବୈଠକରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଚିନ୍ମୟୀ ବିଶ୍ୱାଳ, ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁ ଚରଣ ଧୀର, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ, ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, ଜିଲା ଶିକ୍ଷା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

ଉଜ୍ଜୈନରୁ ଅହମଦାବାଦ, ବଙ୍ଗଳାରୁ ଓଡ଼ିଶା ପର୍ଯ୍ୟନ୍ତ ଝଲସିଲା ସାରା ଦେଶ; ମୋଦିଙ୍କ ଜନ୍ମଦିନରେ ଜଳିଲା କୋଟି କୋଟି ଦୀପ

ନୂଆଦିଲ୍ଲୀ,୧୭।୯: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ‘ସେବା-ସଂକଳ୍ପ ଅଭିଯାନ’…

NHAI ଉପରେ ସୁପ୍ରିମକୋର୍ଟଙ୍କ ପ୍ରଭାବ: ପ୍ରତି ୧୦୦ କିଲୋମିଟରରେ ଗୋଟିଏ ‘ପଶୁ ଆଶ୍ରୟସ୍ଥଳ’ ନିର୍ମାଣ କରାଯିବ

ନୂଆଦିଲ୍ଲୀ,୧୭।୯: ଜାତୀୟ ରାଜପଥରେ ବୁଲୁଥିବା ବୁଲା ପଶୁଙ୍କ ସମସ୍ୟା ଦେଶର ଅନେକ ରାଜ୍ୟକୁ ପ୍ରଭାବିତ କରୁଛି। ଏହି ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ବତଃପ୍ରବୃତ୍ତ ଭାବେ…

ପାଣିରେ ବୁଡ଼ି ଚାଲିଗଲା ଯୁବତୀଙ୍କ ଜୀବନ

ଲାଞ୍ଜିଗଡ଼, ୧୭ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳର ଏକ ନାଳପାଣିରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଧରାପଡ଼ିଲେ ଅଭିଯୁକ୍ତ

ବଞ୍ଚୋ,୧୭।୯(ପ୍ରଦୋଷ ବିଶ୍ୱାଳ ): ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରିଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା; ଦ୍ରୁତତମ ଶତକର ରେକର୍ଡ ସ୍ଥାପନ କଲେ

ନୂଆଦିଲ୍ଲୀ,୧୭।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ସହିତ ସେ ଭାରତ…

ହସ୍ପିଟାଲରୁ ମହିଳାଙ୍କ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ…

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୁରୁବାର ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ପ୍ରହଲ୍ଲାଦ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ ସେଠୀ(୪୫)ଙ୍କ ମୃତଦେହ ବ୍ରହ୍ମପୁର ବଡ଼…

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?