ହତ୍ୟାକାରୀଙ୍କ ସମେତ ୩ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୬ା୯: ଠିକାଦାର ପୂର୍ଣ୍ଣଚନ୍ଦ୍ର ନାହାକ ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସଦର ଥାନା ପୋଲିସ ଗୁରୁବାର କାବୁ କରିଛି। ସେମାନଙ୍କ ମଧ୍ୟରେ ଜଣେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବେଳେ ଅନ୍ୟ ଦୁଇଜଣ ବାପା- ପୁଅ ଏହାର ଷଡଯନ୍ତ୍ରକାରୀ ବୋଲି ପୋଲିସ ସ୍ପଷ୍ଟ କରିଛି। ପୂର୍ବ ଶତୃତା ଓ ପୁଞ୍ଜିଭୂତ ଅଶାନ୍ତିରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ସଂଘବଦ୍ଧ ଭାବେ ଭୀମ ବେହେରା ଓ ତାଙ୍କର ଅନ୍ୟ ୩ ସହଯୋଗୀ ବିଭତ୍ସ ଭାବେ ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି। ଏଥିରେ ୩ ଜଣ ଷଡଯନ୍ତ୍ରକାରୀ ଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି ହତ୍ୟାକାଣ୍ଡରେ ୭ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ ସ୍ପଷ୍ଟ କରିଛି। ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ହତ୍ୟାକାରୀ ରିଶିପୁର ଗ୍ରାମର ଭୀମ ବେହେରା ଓ ଅନ୍ୟ ଦୁଇଜଣ ଷଡଯନ୍ତ୍ରକାରୀ ହେଲେ ରିଶିପୁର ଗ୍ରାମର କୃଷ୍ଣ ବେହେରା (୫୦) ଓ ତାଙ୍କ ପୁଅ ସାଗର (୨୬)। ମାମଲା ନମ୍ବର ୪୨୨/୨୨ ରେ ୩ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଏନେଇ ପୋଲିସ ମୁଖ୍ୟାଳୟରୁ ଜାରି ହୋଇଥିବା ଏକ ପ୍ରେସ୍‌ନୋଟରେ ବ୍ରହ୍ମପୁର ଏସ୍‌ପି ଡ. ଶ୍ରବଣା ବିବେକ ଏମ. ସୂଚନା ଦେଇଛନ୍ତି। ଫେରାର ଅନ୍ୟ ୩ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।
ପ୍ରକାଶଯେ, ପୁଟୁଷୋତ୍ତମପୁର ଥାନା ଅନ୍ତର୍ଗତ ରିଶିପୁର ଗ୍ରାମରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ନାହାକଙ୍କ ସହ ଭୀମ ବେହେରା ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଏକ ମାମଲାକୁ ନେଇ ଅଶାନ୍ତି ଲାଗି ରହିଥିଲା। ଗତ ୧୩ ତାରିଖରେ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମପୁର ପୋକ୍‌ସୋ କୋର୍ଟକୁ ଆସୁଥିଲେ। ଭୀମ ମଧ୍ୟ ଉକ୍ତ କୋର୍ଟକୁ ଆସିବାର ଥିଲା। ଏକଥା ଭୀମ ଜାଣିବା ପରେ ତାଙ୍କ ୩ ଜଣ ସହଯୋଗୀଙ୍କ ସହ ସେମାନେ ଗ୍ରାମରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ପିଛା କରିଥିଲେ। ଗୋଲା ଚଣ୍ଡୀପଦର- ରେଗିଡି ଛକରେ ଥିବା ଏକ ନିଛାଟିଆ ସ୍ଥାନରେ ଭୀମ ଓ ତାଙ୍କ ସହଯୋଗୀମାନେ ପୂର୍ଣ୍ଣଙ୍କ ଗାଡି ଅଟକାଇ ଥିଲେ। ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଅପରାଧୀମାନେ ଚାରିପଟୁ ଘେରିଯାଇ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରୀରେ ବନ୍ୟା: ଫସଲ ନଷ୍ଟ ହେବା ଆଶଙ୍କା

ବରୀ/ରତ୍ନଗିରି,୧୦ା୯(ସ୍ବ.ପ୍ର/ଡି.ଏନ୍‌.ଏ.)- ବରୀ ଅଞ୍ଚଳ ଦେଇ ବ୍ରାହ୍ମଣୀ, ବିରୂପା, ଖରସ୍ରୋତା ଶାଖା ତନ୍ତୀଘାଇ ଏବଂ ଦୁଧେଇ ନଦୀ ପ୍ରବାହିତ ହୋଇଛି। ସୋମବାର ଏସବୁ ନଦୀରେ ବନ୍ୟାଜଳ ଆସିଛି।...

ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ କେରଳରୁ ରାୟଗଡ଼ାରେ ପହଞ୍ଚିଲେ ୨୧୬ ପ୍ରବାସୀ

ରାୟଗଡ଼ା ଅଫିସ,୨୧ା୫: କେରଳକୁ ରୋଜଗାର କରିବା ପାଇଁ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି ଜିଲାରୁ ବହୁ ଶ୍ରମିକ ଯାଇଥିଲେ। କରୋନା...

କଞ୍ଚାମାଲ ଅଭାବ, ସାମଗ୍ରୀ ଚାହିଦା କମୁଛି

ବ୍ରହ୍ମପୁର ଅଫିସ୍‌,୨୬ା୨-ବ୍ରହ୍ମପୁରର ମେଦିରୀ ସଂପ୍ରଦାୟକ ଲୋକେ ପୂର୍ବରୁ ବାଉଁଶରେ ବିଭିନ୍ନ ପ୍ରକରର ସାମଗ୍ରୀ ତିଆରି କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ବର୍ତ୍ତମାନ ସମୟରେ...

ବିଜେପୁର ଉପନିର୍ବାଚନ: ୩ଟା ସୁଦ୍ଧା ୫୬.୫% ମତଦାନ

ବରଗଡ଼ ଅଫିସ/ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ...

ଜଙ୍ଗଲକୁ ଶିକାର ପାଇଁ ଯିବା ସମୟରେ ଧରିଲା ବନ ବିଭାଗ: ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ସଜନାଗଡ଼,୨୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଶୁକ୍ରବାର ବିଳମ୍ବିତ ରାତିରେ ନୀଳଗିରି ଥାନା ଅଧୀନ...

ମେମୁ ଟ୍ରେନ୍‌ ଚଳାଚଳ ଲାଗି ପ୍ରତିଶ୍ରୁତି

ଜଳେଶ୍ୱର, ୧୧।୪(ଡି.ଏନ.ଏ.)-ଦୀର୍ଘ ୧୪ମାସ ଧରି ପାସେଞ୍ଜର ଟ୍ରେନ୍‌ଗୁଡିକ ବନ୍ଦ ଥିବାରୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ସମାଜ କଲ୍ୟାଣ ବିକାଶ ପରିଷଦ ଓ ରେଳ...

ବିଦ୍ୟାଳୟରେ ବାଘ ଆତଙ୍କ, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ, ୧୦।୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରିଗୁଡା ପଞ୍ଚାୟତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ପରିସରରେ ବାଘ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଭୋରରେ ବିଦ୍ୟାଳୟର କୁକ୍‌ କମ୍‌...

କୋଭିଡ-୧୯ ରେଗୁଲେସନ୍‌ ଉଲ୍ଲଂଘନ, ହରିହର ନର୍ସିଂହୋମ୍‌କୁ ସିଲ୍‌ କଲା ପ୍ରଶାସନ

ବଲାଙ୍ଗୀର ଅଫିସ, ୯ା୪: କୋଭିଡ-୧୯ ରେଗୁଲେସନ୍‌ ଉଲ୍ଲଂଘନ ଯୋଗୁଁ ବଲାଙ୍ଗୀର ସହରର ସୁଦପଡାଠାରେ ଥିବା ହରିହର ଡାଇଗ୍ନୋଷ୍ଟିକ୍‌ ଏବଂ ନର୍ସିଂହୋମକୁ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର...

Advertisement
Archives

Model This Week