୨୬ ବର୍ଷ ପରେ ସ୍ତ୍ରୀ ହତ୍ୟାକାରୀ ନିର୍ଦ୍ଦୋଷ

ଦେବଗଡ଼,୮।୧(ଡି.ଏନ.ଏ.): ଏକ ହତ୍ୟା ମାମଲାର ଦୀର୍ଘ ୨୬ ବର୍ଷ ପରେ ରାୟ ପ୍ରକାଶ ପାଇଛି। ଉକ୍ତ ମାମଲାର ବିଚାର କରି ଦେବଗଡ଼ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଚିନ୍ମୟ ଗୋଚ୍ଛାୟତ ମତୁଆ ମୁଣ୍ଡା ଓରଫ୍‌ ଗାଗାରିନ ନାମକ ଜଣେ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲା ଟିକାୟତପାଲି ଥାନା ଅଧୀନ ଦଲକୀ ଗ୍ରାମର ମତୁଆ ମୁଣ୍ଡା ଓରଫ୍‌ ଗାଗାରିନ ସେହି ଗ୍ରାମର ଦୀନବନ୍ଧୁ ବାଙ୍କିରାଙ୍କ ଘରେ କାମ କରୁଥିଲେ। ଦୀନବନ୍ଧୁଙ୍କ ମୃତ୍ୟୁ ପରେ ତାଙ୍କ (ଦୀନବନ୍ଧୁଙ୍କ) ବିଧବା ସ୍ତ୍ରୀ ରଜନୀ ଓରଫ ରାଇମନି ମୁଣ୍ଡାଙ୍କ ସହ ମତୁଆଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କରୁ ରଜନୀ ଗର୍ଭବତୀ ହେବା ପରେ ଘଟଣା ଜଣାପଡ଼ିଥିଲା। ଏହା ପରେ ଗ୍ରାମବାସୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଗ୍ରାମ୍ୟ କମିଟି ନିଷ୍ପତ୍ତି ଅନୁଯାୟୀ ମତୁଆ ରଜନୀଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରି ନିଜ ଘରକୁ ନେଇଥିଲେ।

ଉଭୟେ କିଛିଦିନ ସେଠାରେ ଏକାଠି ରହିବା ପରେ ସମ୍ବଲପୁର ଯିବା ପାଇଁ ଗତ ୧୯୯୫ ମସିହା ଫେବୃୟାରୀ ୨୦ ତାରିଖରେ ବସ୍‌ ଧରିବା ପାଇଁ ଦେବଗଡ ଥାନା ଅଧୀନ ଲଇମୁରା ଗ୍ରାମକୁ ଯାଇଥିଲେ। ସେହିଦିନଠାରୁ ଉଭୟଙ୍କ ଆଉ କୌଣସି ଖବର ମିଳି ନ ଥିଲା। ଏହାର ୭ ଦିନ ପରେ ରଜନୀଙ୍କ ମୃତଦେହ ଦେବଗଡ ଥାନା (ଲଇମୁରା ଫାଣ୍ଡି) ଅଧୀନ ଢେଙ୍ଗୁରଯୋର ଗ୍ରାମର ଏକ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ମତୁଆ ରଜନୀଙ୍କୁ ହତ୍ୟା କରି ଉକ୍ତ ପୋଖରୀରେ ଫିଙ୍ଗିଦେଇଥିବା ଅଭିଯୋଗ ହେବା ପରେ ଦେବଗଡ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ମତୁଆ ଫେରାର ଥିବାରୁ ତାଙ୍କୁ ଗିରଫ କରିବା ଉଭୟ ଦେବଗଡ ଏବଂ ସୁନ୍ଦରଗଡ ଜିଲା ପୋଲିସ ପାଇଁ ଏକ ବଡ ଆହ୍ବାନ ସାଜିଥିଲା। ଉଭୟ ଜିଲା ପୋଲିସର ମିଳିତ ସହଯୋଗରେ ୨୦୧୪ ଏପ୍ରିଲ ୧୯ରେ ମତୁଆଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଆବେଦନ ଖାରଜ ହେବା ପରେ ଉଚ୍ଚ ନ୍ୟାୟାଳୟ ମଧ୍ୟ ତାଙ୍କର ଜାମିନ ନାମଞ୍ଜୁର କରିବାରୁ ସେହି ଦିନଠାରୁ ଦୀର୍ଘ ପ୍ରାୟ ୭ ବର୍ଷରୁ ଊର୍ଦ୍ଧ୍ୱ ହେବ ଜେଲ ହାଜତରେ ବିଚାରାଧୀନ ବନ୍ଦୀ ଭାବେ ରହିଥିଲେ। ଏହି ଘଟଣା ସେହି ସମୟରେ ଉଭୟ ଦେବଗଡ ଏବଂ ସୁନ୍ଦରଗଡ ଜିଲାରେ ଆଲୋଡନ ସୃଷ୍ଟି କରିଥିଲା। ଶେଷରେ ଉକ୍ତ ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଗୋଚ୍ଛାୟତ ପ୍ରମାଣ ଅଭାବରୁ ମତୁଆଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ଗୁରୁ ଓ ସିଦ୍ଧେଶ୍ୱର ଗୁରୁ ମକଦ୍ଦମା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରରେ ନିର୍ବାଚନୀ ହିଂସା : ବନ୍ଧା ହେଲେଣି ୯୮

ଯାଜପୁର ଅଫିସ, ୨୨।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ଯାଜପୁର ଜିଲାରେ ଏହା ପୂର୍ବରୁ ହୋଇଥିବା ଅନ୍ୟ...

ଆଜି ଅପରାହ୍ନ ୨ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଗୁରୁବାର ଅପରାହ୍ନ ୨ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ ଜରିଆରେ ସେ ବାର୍ତ୍ତା ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ...

ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କଲେ ଲୁଟେରା

ଝାରବନ୍ଧ,୨୫।୩: ବରଗଡ଼ ଜିଲା ଝାରବନ୍ଧ ଥାନା ଅଧୀନ ଅମଠି ଗ୍ରାମରେ ଲୁଟେରାଙ୍କ ଆକ୍ରମଣରେ ଗୁରୁତର ଥିବା ମାଇକ୍ରୋ ଫାଇନାନ୍ସ କର୍ମଚାରୀ ବିଶ୍ୱଜିତ ରାଜହଂସଙ୍କ ବୁଧବାର ମୃତ୍ୟୁ...

ବିକାଶ ଦେଖିନି ଐତିହ୍ୟ ସହର ବ୍ୟାସନଗର: ଯୋଜନା ବଡ଼, ଫଳକରେ ସୀମିତ

ଯାଜପୁର ରୋଡ୍‌,୧୯ା୧୦(ଡି.ଏନ.ଏ.): ଐତିହ୍ୟ ଏବଂ ପ୍ରାକୃତିକ ବିଭବର ସହର ବ୍ୟାସନଗରର ସୌନ୍ଦର୍ଯ୍ୟ ବୃଦ୍ଧି ପ୍ରତି ପ୍ରଶାସନର ଆନ୍ତରିକତା ନାହିଁ। କଳିଙ୍ଗନଗର ଶିଳ୍ପ ପ୍ରତିଷ୍ଠାନରେ କାର୍ଯ୍ୟରତ ଅଧିକାରୀ,...

ବକେୟା ଟଙ୍କା ମାଗିବାରୁ ଆକ୍ରମଣ: ୯ ଜଣଙ୍କ ନଁ।ରେ ଥାନାରେ ମାମଲା

ଭଦ୍ରକ ଅଫିସ, ୧୯।୬: ବାହାଘରର ଫୁଲସଜ୍ଜା ବକେୟା ଟଙ୍କା ମାଗିବାରୁ ଦୋକାନୀ ସମେତ ୨ ସହଯୋଗୀଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ...

ଜୁଆଆଡ୍ଡାରେ ଚଢ଼ାଉ, ୭ ଗିରଫ

ହିଞ୍ଜିଳିକାଟୁ,୨୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତ୍ତଳ ଗ୍ରାମରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଶନିବାର ହିଞ୍ଜିଳି ପୋଲିସ ଚଢ଼ାଉ କରି ୭ ଜଣ ଜୁଆଡ଼ିଙ୍କୁ...

ଲକ୍ଷ୍ମୀପଶି ହୁଡିରେ ତହସିଲଦାରଙ୍କ ଚଢ଼ାଉ: ପଥର ସହ ୨ ଟ୍ରାକ୍ଟର ଜବତ

ଚମ୍ପୁଆ,୨୧ା୧୨(ଡି.ଏନ.ଏ): ବାରମ୍ବାର ରାଜସ୍ବ ବିଭାଗ ଆଖିରେ ଧୂଳି ଦେଇ ପଥର ଓ ବାଲି ଚୋରା କାରବାର ବଢୁଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ରୁକ୍ଷ ମନୋଭାବ...

ମନୁଭାଇଙ୍କ ହର୍ବାଲ ଚା’

ବାଲେଶ୍ୱର ଅଫିସ, ୪।୩-ହର୍ବାଲ ଚା’। ଏଥିରେ ପଡୁନି ଚା’ ପତି କି ଚିନି। କପ୍‌ ୫ଟଙ୍କାର ଏଇ ଚା’ ପିଇବାକୁ ବି ଭିଡ଼ ଲାଗୁଛି। ବାଲେଶ୍ୱର...

Advertisement
Archives

Model This Week