ଆଚରଣଗତ ପରିବର୍ତ୍ତନ ପାଇଁ ନିୟୋଜିତ ୨୧୬୮ ସ୍ବଚ୍ଛସାଥୀ

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ସହରାଞ୍ଚଳରେ ପରିମଳ ପରିଚାଳନା ବିଶେଷକରି କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମେନ୍ତ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ସହରରେ ଥିବା ପ୍ରତିଟି ଘରୁ, ଦୋକାନ ବଜାର, ଅନୁଷ୍ଠାନ,ପ୍ରତିଷ୍ଠାନ ଆଦିରୁ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁ ଅଲଗା ଅଲଗା ଭାବେ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ୨,୧୬୮ ସ୍ବଚ୍ଛସାଥି ଏବଂ ୪୮୬ ଜଣ ସ୍ବଚ୍ଛ ସୁପରଭାଇଜର ରାଜ୍ୟର ୧୧୪ଟି ପୈାରସଂସ୍ଥାରେ ପରିମଳ କାର୍ଯ୍ୟରତ ଅଛନ୍ତି। ଏ ପର୍ଯ୍ୟନ୍ତ ବିଭିନ୍ନ ପୈାରସଂସ୍ଥାରେ ୧୬୫ଟି ମେଇକ୍ରୋ କାମ୍ପୋଷ୍ଟିଙ୍ଗ ସେଣ୍ଟର ଏବଂ ୧୪୦ଟି ମ୍ୟାଟେରିଆଲ ରିକଭରୀ ଫ୍ୟାସିଲିଟି ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ମିଶନ ଶକ୍ତି ସ୍ବୟଂ ସହାୟକ ଦଳ ତରଫରୁ ୪ ଜଣ ସ୍ବଚ୍ଛ ସାଥୀଙ୍କ ପାଇଁ ଜଣେ ସ୍ବଚ୍ଛ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଯେଉଁମାନେ ଲୋକଙ୍କ ମଧ୍ୟରେ ଆଚରଣଗତ ପରିବର୍ତ୍ତନ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମନୋନୀତ ସ୍ବଚ୍ଛ କର୍ମୀ ବ୍ୟାଟେରୀ ଚାଳିତ ଅଳିଆ ସଂଗ୍ରହ ଗାଡ଼ି ସହାୟତାରେ ଅଳିଆ ସଂଗ୍ରହ କରୁଛନ୍ତି । ଅଳିଆ ଅଲଗା ହୋଇ ସଂଗ୍ରହ ହେବାପରେ ‘ସମ୍ପଦ କେନ୍ଦ୍ର’ କୁ ନିଆଯାଇ ସେଠାରେ ଓଦା ଅଳିଆ ମେଇକ୍ରୋ କାମ୍ପୋଷ୍ଟିଙ୍ଗ ସେଣ୍ଟର ଏବଂ ଶୁଖିଲା ଅଳିଆ ମ୍ୟାଟେରିଆଲ ରିକଭରୀ ଫ୍ୟାସିଲିଟିରେ ପ୍ରକ୍ରିୟାକରଣ କରାଯାଉଛି । ମାଇକ୍ରୋ କାମ୍ପୋଷ୍ଟିଙ୍ଗ ସେଣ୍ଟରରେ ଓଦା ଅଳିଆ ପ୍ରକ୍ରିୟାକରଣ ହୋଇ ମୋ ଖତ (ଜୈବିକଖତ) ପ୍ରସ୍ତୁତ ହେଉଛି । ”ମୋ ଖତ ବିକ୍ରୟ କାଉଣ୍ଟର“ ଏବଂ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟରରେ କିଲୋଗ୍ରାମ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି ଓ ଏହାର ଅନେକ ଚାହିଦା ରହିଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ମହିଳା ଏବଂ କିନ୍ନରଙ୍କ ଦକ୍ଷତାକୁ ସ୍ବୀକୃତି ଦେଇ, ସେ ବର୍ଜ୍ୟବସ୍ତୁ ସଂଗ୍ରହ ହେଉ ଅବା ସମ୍ପଦ କେନ୍ଦ୍ରର ପରିଚାଳନା ସବୁଥିରେ ସେମାନଙ୍କର ଭାଗିଦାରୀତା ନିଶ୍ଚିତ କରିଛନ୍ତି। ଏତଦ୍‌ ବ୍ୟତୀତ ଗୋଷ୍ଠୀ ସଂଗଠନ, ବଜାର ସମିତିିଙ୍କ ବର୍ଜ୍ୟ ବସ୍ତୁ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ଆହୁରି ସୁଦୃଢ କରିଛି ବୋଲି ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ସଂଗ୍ରାମଜିତ ନାୟକ କହିଛନ୍ତି ।
ରାଜ୍ୟର ସହରାଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର ରଖିବାର ପ୍ରୟାସକୁ ମଧ୍ୟ ଅନେକ ସ୍ବୀକୃତି ମିଳିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ହେଉଥିବା ପରିମଳ ”ସ୍ବଚ୍ଛସର୍ବେକ୍ଷଣ-୨୦୨୦’ରେ ଓଡିଶା ଦୁଇଟି ଜାତୀୟ ପୁରସ୍କାର ସହିତ ପୈାରସଂସ୍ଥାଗୁଡିକର ଭଲପ୍ରଦର୍ଶନ ଗୌରବ ଆଣିଦେଇଛି। ଓଡ଼ିଶାକୁ ‘ଦ୍ରୁତଗାମୀ ରାଜ୍ୟ’ ଓ ବ୍ରହ୍ମପୁର ମହାନଗର ନିଗମକୁ ଅଭିନବ କାର୍ଯ୍ୟକ୍ରମ ପାଇଁ ଶ୍ରେଷ୍ଠ ସହର ଭାବେ ପୁରସ୍କୃତ କରାଯାଇଛି। କୋଭିଡ଼ ସତ୍ୱେ କୋଭିଡ଼ ନିୟମସବୁକୁ କଡ଼ାକଡ଼ି ପାଳନ କରାଯାଇ ରାଜ୍ୟର ସମସ୍ତ ପୌରସଂସ୍ଥାରେ ଥିବା ସଫେଇ କର୍ମଚାରୀ, ସ୍ବଚ୍ଛ କର୍ମୀ, ସ୍ବଚ୍ଛ ସାଥୀ, ସ୍ବଚ୍ଛସୁପରଭାଇଜର ଏବଂ ପରିମଳରେ ନିୟୋଜିତ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିଲା । ୩ଟି ପର୍ଯ୍ୟାୟରେ ୧୧୪ଟି ପୈାରସଂସ୍ଥାରେ ୩୩୬୦୬ ଜଣ ତାଲିମ ପାଇଥିଲେ । ଏହା ପୂର୍ବରୁ ପୌରସଂସ୍ଥାରେ ତାଲିମ ଦେବାକୁ ଥିବା ତାଲିମଦାତାଙ୍କ ଭିଡ଼ିଓ କନଫରେନସିଂ ମାଧ୍ୟମରେ ବିଭାଗ ତରଫରୁ ପ୍ରଦାନ କରାଯାଇଥିଲା ।”ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା“ ଗଢିବା ଲକ୍ଷ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ସୁଦୁର ପ୍ରସାରୀ ଦଗ୍‌ଦର୍ଶନ ଓ ନିର୍ଦ୍ଦେଶ କ୍ରମେ ଲୋକାଭିମୁଖୀ ଯୋଜନା ଏବଂ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri