ଆଚରଣଗତ ପରିବର୍ତ୍ତନ ପାଇଁ ନିୟୋଜିତ ୨୧୬୮ ସ୍ବଚ୍ଛସାଥୀ

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ସହରାଞ୍ଚଳରେ ପରିମଳ ପରିଚାଳନା ବିଶେଷକରି କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମେନ୍ତ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ସହରରେ ଥିବା ପ୍ରତିଟି ଘରୁ, ଦୋକାନ ବଜାର, ଅନୁଷ୍ଠାନ,ପ୍ରତିଷ୍ଠାନ ଆଦିରୁ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁ ଅଲଗା ଅଲଗା ଭାବେ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ୨,୧୬୮ ସ୍ବଚ୍ଛସାଥି ଏବଂ ୪୮୬ ଜଣ ସ୍ବଚ୍ଛ ସୁପରଭାଇଜର ରାଜ୍ୟର ୧୧୪ଟି ପୈାରସଂସ୍ଥାରେ ପରିମଳ କାର୍ଯ୍ୟରତ ଅଛନ୍ତି। ଏ ପର୍ଯ୍ୟନ୍ତ ବିଭିନ୍ନ ପୈାରସଂସ୍ଥାରେ ୧୬୫ଟି ମେଇକ୍ରୋ କାମ୍ପୋଷ୍ଟିଙ୍ଗ ସେଣ୍ଟର ଏବଂ ୧୪୦ଟି ମ୍ୟାଟେରିଆଲ ରିକଭରୀ ଫ୍ୟାସିଲିଟି ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ମିଶନ ଶକ୍ତି ସ୍ବୟଂ ସହାୟକ ଦଳ ତରଫରୁ ୪ ଜଣ ସ୍ବଚ୍ଛ ସାଥୀଙ୍କ ପାଇଁ ଜଣେ ସ୍ବଚ୍ଛ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଯେଉଁମାନେ ଲୋକଙ୍କ ମଧ୍ୟରେ ଆଚରଣଗତ ପରିବର୍ତ୍ତନ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମନୋନୀତ ସ୍ବଚ୍ଛ କର୍ମୀ ବ୍ୟାଟେରୀ ଚାଳିତ ଅଳିଆ ସଂଗ୍ରହ ଗାଡ଼ି ସହାୟତାରେ ଅଳିଆ ସଂଗ୍ରହ କରୁଛନ୍ତି । ଅଳିଆ ଅଲଗା ହୋଇ ସଂଗ୍ରହ ହେବାପରେ ‘ସମ୍ପଦ କେନ୍ଦ୍ର’ କୁ ନିଆଯାଇ ସେଠାରେ ଓଦା ଅଳିଆ ମେଇକ୍ରୋ କାମ୍ପୋଷ୍ଟିଙ୍ଗ ସେଣ୍ଟର ଏବଂ ଶୁଖିଲା ଅଳିଆ ମ୍ୟାଟେରିଆଲ ରିକଭରୀ ଫ୍ୟାସିଲିଟିରେ ପ୍ରକ୍ରିୟାକରଣ କରାଯାଉଛି । ମାଇକ୍ରୋ କାମ୍ପୋଷ୍ଟିଙ୍ଗ ସେଣ୍ଟରରେ ଓଦା ଅଳିଆ ପ୍ରକ୍ରିୟାକରଣ ହୋଇ ମୋ ଖତ (ଜୈବିକଖତ) ପ୍ରସ୍ତୁତ ହେଉଛି । ”ମୋ ଖତ ବିକ୍ରୟ କାଉଣ୍ଟର“ ଏବଂ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟରରେ କିଲୋଗ୍ରାମ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି ଓ ଏହାର ଅନେକ ଚାହିଦା ରହିଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ମହିଳା ଏବଂ କିନ୍ନରଙ୍କ ଦକ୍ଷତାକୁ ସ୍ବୀକୃତି ଦେଇ, ସେ ବର୍ଜ୍ୟବସ୍ତୁ ସଂଗ୍ରହ ହେଉ ଅବା ସମ୍ପଦ କେନ୍ଦ୍ରର ପରିଚାଳନା ସବୁଥିରେ ସେମାନଙ୍କର ଭାଗିଦାରୀତା ନିଶ୍ଚିତ କରିଛନ୍ତି। ଏତଦ୍‌ ବ୍ୟତୀତ ଗୋଷ୍ଠୀ ସଂଗଠନ, ବଜାର ସମିତିିଙ୍କ ବର୍ଜ୍ୟ ବସ୍ତୁ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ଆହୁରି ସୁଦୃଢ କରିଛି ବୋଲି ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ସଂଗ୍ରାମଜିତ ନାୟକ କହିଛନ୍ତି ।
ରାଜ୍ୟର ସହରାଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର ରଖିବାର ପ୍ରୟାସକୁ ମଧ୍ୟ ଅନେକ ସ୍ବୀକୃତି ମିଳିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ହେଉଥିବା ପରିମଳ ”ସ୍ବଚ୍ଛସର୍ବେକ୍ଷଣ-୨୦୨୦’ରେ ଓଡିଶା ଦୁଇଟି ଜାତୀୟ ପୁରସ୍କାର ସହିତ ପୈାରସଂସ୍ଥାଗୁଡିକର ଭଲପ୍ରଦର୍ଶନ ଗୌରବ ଆଣିଦେଇଛି। ଓଡ଼ିଶାକୁ ‘ଦ୍ରୁତଗାମୀ ରାଜ୍ୟ’ ଓ ବ୍ରହ୍ମପୁର ମହାନଗର ନିଗମକୁ ଅଭିନବ କାର୍ଯ୍ୟକ୍ରମ ପାଇଁ ଶ୍ରେଷ୍ଠ ସହର ଭାବେ ପୁରସ୍କୃତ କରାଯାଇଛି। କୋଭିଡ଼ ସତ୍ୱେ କୋଭିଡ଼ ନିୟମସବୁକୁ କଡ଼ାକଡ଼ି ପାଳନ କରାଯାଇ ରାଜ୍ୟର ସମସ୍ତ ପୌରସଂସ୍ଥାରେ ଥିବା ସଫେଇ କର୍ମଚାରୀ, ସ୍ବଚ୍ଛ କର୍ମୀ, ସ୍ବଚ୍ଛ ସାଥୀ, ସ୍ବଚ୍ଛସୁପରଭାଇଜର ଏବଂ ପରିମଳରେ ନିୟୋଜିତ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିଲା । ୩ଟି ପର୍ଯ୍ୟାୟରେ ୧୧୪ଟି ପୈାରସଂସ୍ଥାରେ ୩୩୬୦୬ ଜଣ ତାଲିମ ପାଇଥିଲେ । ଏହା ପୂର୍ବରୁ ପୌରସଂସ୍ଥାରେ ତାଲିମ ଦେବାକୁ ଥିବା ତାଲିମଦାତାଙ୍କ ଭିଡ଼ିଓ କନଫରେନସିଂ ମାଧ୍ୟମରେ ବିଭାଗ ତରଫରୁ ପ୍ରଦାନ କରାଯାଇଥିଲା ।”ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା“ ଗଢିବା ଲକ୍ଷ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ସୁଦୁର ପ୍ରସାରୀ ଦଗ୍‌ଦର୍ଶନ ଓ ନିର୍ଦ୍ଦେଶ କ୍ରମେ ଲୋକାଭିମୁଖୀ ଯୋଜନା ଏବଂ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri