ସକାଳୁ ସକାଳୁ ହୃଦୟବିଦାରକ ଘଟଣା: ୩ ମହଲା କୋଠାରେ ଲାଗିଲା ନିଆଁ, ଚାଲିଗଲା ଶିଶୁପୁତ୍ରର ଜୀବନ

କଟକ,୯ା୧୧: କଟକ ଦରଘାବଜାର ଥାନା ଅନ୍ତର୍ଗତ ହାତୀପୋଖରୀ ଅଞ୍ଚଳରେ ସୋମବାର ସକାଳୁ ଏକ  ହୃଦୟବିଦାରକ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ତିନି ମହଲା ଆବାସିକ କୋଠାରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଣେ ୬ ବର୍ଷର ଶିଶୁପୁତ୍ରର ଜୀବନ ଯାଇଥିବାବେଳେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଜି  ଭୋର ସମୟରେ ଯେତେବେଳେ ସମସ୍ତେ ଶୋଇଥିଲେ, ସେହି ସମୟରେ ହାତୀପୋଖରୀ ଅଞ୍ଚଳରେ ଥିବା ଏହି ୩ ମହଲା କୋଠାରୁ ପ୍ରବଳ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା। ଦେଖୁ ଦେଖୁ ନିଆଁର ଶିଖା ଏତେ ଭୟଙ୍କର ରୂପ ନେଇଥିଲା ଯେ, ସମ୍ପୂର୍ଣ୍ଣ କୋଠାକୁ ଆଚ୍ଛାଦିତ କରିଦେଇଥିଲା। ଘର ଭିତରୁ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଆଗେଇ ଆସିଥିଲେ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଘର ଭିତରେ ଥିବା ପରିବାର ଲୋକେ ବାହାରକୁ ବାହାରି ପାରି ନ ଥିଲେ। ଅଗ୍ନିକାଣ୍ଡ ଯୋଗୁ ଘର ଭିତରେ ଥିବା ୬ ବର୍ଷର ଶିଶୁପୁତ୍ରଟି ଧୂଆଁ ଓ ନିଆଁରେ ଗୁରୁତର ଭାବେ ପୋଡ଼ି ଯାଇଥିଲା। ତାକୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତରଙ୍କ ଅପ୍ରାଣ ଚେଷ୍ଟା ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁପୁତ୍ରଟି ଆଖି ବୁଜିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଏହି ଦୁର୍ଘଟଣାରେ ପରିବାରର ଜଣେ ବୃଦ୍ଧ ମଧ୍ୟ ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ବଡ଼ ମେଡିକାଲରେ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

ଖବର ପାଇ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ବିପଦପୂର୍ଣ୍ଣ ସ୍ଥିତିରେ କୋଠା ଭିତରକୁ ପଶି ଫସି ରହିଥିବା ଅନ୍ୟ ଲୋକଙ୍କୁ ଉଦ୍ଧାର କରିଥିଲେ।

ତେବେ ୩ ମହଲା କୋଠାରେ ନିଆଁ କେଉଁ କାରଣରୁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଶର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି ନା ଅନ୍ୟ କୌଣସି କାରଣ ରହିଛି, ସେ ନେଇ ଅଗ୍ନିଶମ ବିଭାଗ ଓ ପୋଲିସ ପକ୍ଷରୁ ଛାନ୍‌ଭିନ୍‌ ଜାରି ରହିଛି। ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଜୁରାଟ ଟାଇଟନ୍ସରେ ଯୋଗଦେବାକୁ ପ୍ରସ୍ତୁତ ଆଶୁତୋଷ ଶର୍ମା! ଦିଲ୍ଲୀ କ୍ୟାପିଟାଲ୍ସକୁ ଦିଆଗଲା ଟ୍ରେଡ ପ୍ରସ୍ତାବ

ନୂଆଦିଲ୍ଲୀ,୯।୧୧: IPL 2027 ପାଇଁ ସମସ୍ତ ୧୦ଟି ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆସନ୍ତା ମାସରେ ଗୋଆରେ IPL 2027 ନିଲାମ ଅନୁଷ୍ଠିତ ହେବ। ଏହା ପୂର୍ବରୁ,…

ଦୀପାବଳିରେ ବୈଭବ ସୂର୍ଯ୍ୟବଂଶୀଙ୍କ ଘରକୁ ଆସିଲା ନୂଆ ଅତିଥି, ନିଜ ପରିବାର ସହ ଖୁସି ମନାଇଲେ କ୍ରିକେଟର

ନୂଆଦିଲ୍ଲୀ,୯।୧୧: ଭାରତର ଦମଦାର ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଘରକୁ ଏକ ନୂଆ ଅତିଥି ଆସିଛନ୍ତି। ଧନତେରସ ଏବଂ ଦୀପାବଳିର ଶୁଭ ଅବସରରେ, ସେ ଏକ ‘ଟାଟା ସିଏରା’…

ମହମ୍ମଦ ସାମିଙ୍କୁ ନେଇ ଏମିତି କହିଲେ ଟିମ ଇଣ୍ଡିଆର ବୋଲିଂ କୋଚ, ଯାହା ହେଲାଣି ଭାଇରାଲ

ନୂଆଦିଲ୍ଲୀ,୯।୧୧: ଭାରତର ଦ୍ରୁତ ବୋଲର ମହମ୍ମଦ ସାମି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି; ସେ ଗତ ଶୁକ୍ରବାର ନିଜର ଏହି ନିଷ୍ପତ୍ତି ଘୋଷଣା କରିଥିଲେ। ଏହାର ଦୁଇ…

ହାତରେ ଫୁଟିଲା ବାଣ, ଛିଣ୍ଡିଗଲା ପାପୁଲି

ଧର୍ମଗଡ଼,୯ା୧୧(ଘାସିରାମ ଜଗତ): ବାଣ ଫୁଟାଉଥିବା ବେଳେ ଅଘଟଣ। ଅସାବଧାନତା ଯୋଗୁ ହାତରେ ହିଁ ବାଣଟି ଫୁଟିଯିବାରୁ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଅଲଗା ହୋଇଯାଇଛି। ଏଭଳି…

ଭୟଙ୍କର ଟ୍ରେନ ଦୁର୍ଘଟଣା: ଦୁଇଟି ଟ୍ରେନ ମଧ୍ୟରେ ଧକ୍କା; ୭ ମୃତ, ୧୦୦ ଆହତ

କାଏରୋ,୯।୧୧: ଇଜିପ୍ଟର ରାଜଧାନୀ କାଏରୋ ନିକଟରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ୨୦୨୬ ନଭେମ୍ବର ୮ରେ, ଗିଜାରୁ ଫାଇୟୁମ ଅଭିମୁଖେ ଯାଉଥିବା ଏକ ଟ୍ରେନ,…

ଦୀପାବଳି ପରଦିନ ସକାଳେ ଦିଲ୍ଲୀର ବାୟୁ ହୋଇଯାଇଛି କେତେ ବିଷାକ୍ତ? ରାଜଧାନୀ ପାଲଟିଛି ’ଗ୍ୟାସ ଚାମ୍ବର’

ନୂଆଦିଲ୍ଲୀ,୯।୧୧: ଦୀପାବଳି ପରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ଆହୁରି ଖରାପ ହୋଇଯାଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ‘ଏୟାର କ୍ୱାଲିଟି ଇଣ୍ଡେକ୍ସ’ (AQI) ‘ଗମ୍ଭୀର’ (severe) ବର୍ଗରେ ପହଞ୍ଚିଛି।…

ଆମେରିକା ମିଡଟର୍ମ ଇଲେକ୍ସନରେ ପରାଜୟ ଉପରେ ଟ୍ରମ୍ପଙ୍କ ବଡ଼ ବୟାନ: କହିଲେ ‘ଏହା ଏକ ବଡ଼ ଝଟକା, କିନ୍ତୁ…’

ଓ୍ବାଶିଂଟନ,୯।୧୧: ରବିବାର (ନଭେମ୍ବର ୮, ୨୦୨୬) ଦିନ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଅନୁଷ୍ଠିତ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଫଳାଫଳକୁ ଆମେରିକାର ଇତିହାସରେ ଏକ ବଡ଼ ପଛୁଆ…

ପୁଣି ଭାଲୁ ଆତଙ୍କ: ଲୋକେ ଭୟଭୀତ

ବଲାଙ୍ଗୀର,୯ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ରେଞ୍ଜ ସର୍ଗୀଗଡ଼ା ଗାଁଭିତରେ ପୁଣି ବୁଲିଲା ଭାଲୁ। ଗାଁ ନିକଟରେ ଜଙ୍ଗଲ ଥିବାରୁ ଜଙ୍ଗଲ ଦେଇ ଗାଁକୁ ଭାଲୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?