୨ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି,୨୪।୪(ଡି.ଏନ୍‌.ଏ.):  ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ପୋଲିସ ୨ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଆଶି ରାମ(୩୮) ଓ ସନ୍ନୁ ମାଡଭି(୨୮)। ମାଓବାଦୀ ବିରୋଧୀ ଅପରେଶନ ନାରାୟଣପୁର ଜିଲାରେ ଜାରି ରହିଥିବା ବେଳେ ଶନିବାର ଡିଆର୍‌ଜି ଯବାନମାନେ ଛୋଟେଙ୍ଗେର ପୋଲିସ ଷ୍ଟେଶନ କ୍ୟାମ୍ପ ପଡ଼ିଥିବା କାଡେମେଟାରୁ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରୁଥିଲେ। ଏହି ସମୟରେ ଭଟବେଡା ଗ୍ରାମ ଜଙ୍ଗଲରେ ୨ ଜଣ ସନ୍ଦିଗ୍ଧ ଲୁଚି ରହିଥିବା ଯବାନମାନେ ଦେଖିବାକୁ ପାଇଥିଲେ। ଯବାନଙ୍କୁ ଦେଖି ଆଶି ଓ ସନ୍ନୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ଯବାନମାନେ ଉଭୟଙ୍କୁ କାବୁ କରି ନେଇଥିଲେ। ସେମାନେ ମାଓବାଦୀ ସଙ୍ଗଠନରେ କାର୍ଯ୍ୟ କରୁଥିବା, ପୂର୍ବରୁ ଅନେକ ହିଂସାରେ ଜଡ଼ିତ ରହିବା ସହ ଦୁଇଜଣ ଆଇଟିବିପି ଯବାନଙ୍କୁ ହତ୍ୟା ଘଟଣାରେ ସାମିଲ ଥିବା ପଚରାଉଚରା ବେଳେ ପୋଲିସ ନିକଟରେ ଉଭୟେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀକରଣ ହେଉନି ବଟକରା

ବାଲିମେଳା,୧୪ା୩(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଆମିଷ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବେପାରୀମାନେ ମନ ଇଚ୍ଛା...

ଜଳକଷ୍ଟ ଭୋଗୁଛନ୍ତି ବନ୍ଧାମାମୁଡ଼ି ଗ୍ରାମବାସୀ

ବାଲିମେଳା,୧୫ା୩(ଶିବଦତ୍ତ ସାହୁ): ଆରମ୍ଭ ହେଲାଣି ଗ୍ରୀଷ୍ମଋତୁ । ମାଲକାନଗିରି ଜିଲାର ବିଭିନ୍ନ ବ୍ଲକରେ ଜଳ ସଙ୍କଟ ଦେଖାଦେଇଛି। ମୁଖ୍ୟତଃ ପାନୀୟଜଳ ଭଳି ସର୍ବନିମ୍ନ ମୌଳିକ ସୁବିଧା...

ଫୋବର୍‌ସରେ ସ୍ଥାନ ପାଇଲେ ମାଲକାନଗିରିର ଜୟନ୍ତୀ

ମାଲକାନଗିରି, ୧୫ା୩ (ଦୁର୍ଯ୍ୟୋଧନ ପାତ୍ର):ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମାଗାଜିନ୍‌ ଫୋବର୍‌ସ ପକ୍ଷରୁ ଦେଶର ୨୩ ଶକ୍ତିଶାଳୀ ମହିଳାଙ୍କୁ ଚୟନ କରାଯାଇଥିବାବେଳେ ଓଡ଼ିଶାରୁ ମାଲକାନଗିରିର ଆଦିବାସୀ ଝିଅ ଜୟନ୍ତୀ...

ମୁଖ୍ୟମନ୍ତ୍ରୀଙ୍କଠାରୁ ଉପହାର ପାଇଁ ଖୁସି ପ୍ରକଟ କଲେ ସ୍ବାଭିମାନ ଅଞ୍ଚଳବାସୀ

ଚିତ୍ରକୋଣ୍ଡା,୧୪।୩(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ବଡ଼ପଡ଼ାଠାରେ ଉତ୍କର୍ଷ ଶିକ୍ଷାକେନ୍ଦ୍ରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ଼ ମାଧ୍ୟମରେ ମୁଖ୍ୟମନ୍ତ୍ରୀ...

ମହୁଲ ପାଇଁ ନିଆଁରେ ନଷ୍ଟ ହେଉଛି ଜଙ୍ଗଲ

ମାଲକାନଗିରି,୧୨ା୩(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲାରେ ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମ ପ୍ରଭାବରୁ ଜଙ୍ଗଲରେ ଥିବା ଗଛଗୁଡିକ ପତ୍ରଝଡା ଦେଇଥାଏ। ଶୁଖିଲା ପତ୍ରରେ ଜଙ୍ଗଲ ଆଚ୍ଛାଦିତ ହୋଇଯାଏ। ଏହି...

ମାଓବାଦୀଙ୍କ ସ୍ତୁପ ଧ୍ୱଂସ କଲେ ମହିଳା କମାଣ୍ଡୋ

ମାଲକାନଗିରି, ୧୦ା୩(ଦୁର୍ଯୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାରେ ଏକ ମାଓବାଦୀ ସ୍ତୂପକୁ ମହିଳା ଯବାନମାନେ ଧ୍ୱଂସ କରି ଦେଇଛନ୍ତି। ଛତିଶଗଡ଼ ଦନ୍ତେୱାଡାରେ ବସ୍ତର...

କାଳ ହେଲା ବିବାହ ଭୋଜି: ଜଣେ ଶିଶୁ ମୃତ, ୨୫ ଅସୁସ୍ଥ

ମାଥିଲି,୭।୩: ମାଥିଲି ବନ୍ଧଗୁଡାରେ ଘଟିଯାଇଛି ଅଭାବନୀୟ କାଣ୍ଡ। ବାହାଘର ଭୋଜି ଖାଇ ଜଣଙ୍କର ମତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଶିଶୁ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଶିଶୁଙ୍କୁ...

ନିର୍ବାଚନ ପୂର୍ବରୁ ପୁଣି ଜଣେ ଭାଜପା ନେତାଙ୍କୁ ମାଓବାଦୀଙ୍କ ହତ୍ୟା

ମାଲକାନଗିରି,୭ା୩(ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ମାଓବାଦୀମାନେ ପୁଣି ଜଣେ ଭାଜପା ନେତାଙ୍କୁ ବୁଧବାର ଗୁଳି କରି ହତ୍ୟା କରିବା ସହ ତାଙ୍କ ଜେସିବିରେ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri