ବେଲୁନ ବିକିବାକୁ ଯାଇ ଫେରିନି ପୁଅ

ପାପଡ଼ାହାଣ୍ଡି,୨୪।୪(ଡି.ଏନ୍‌.ଏ.):  ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ଅଧୀନ ସାନବାର୍ଲି ଗ୍ରାମର ଜଣେ ନାବାଳକ ୩ ଦିନ ହେଲା ନିଖୋଜ ଅଛନ୍ତି। ଏ ନେଇ ମଇଦଲପୁର ଫାଣ୍ଡିରେ ବାପା ପରମାନନ୍ଦ ହରିଜନ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ପରମାନନ୍ଦଙ୍କ ସାନ ପୁଅ ଅର୍ଜୁନ(୧୬) ଗ୍ରାମର ଅନ୍ୟ ୩ ପୁଅଙ୍କ ସହ ବୁଧବାର ମଇଦଲପୁରଠାରେ ମାଁ ଠାକୁରାଣୀଙ୍କ କଳସ ଯାତ୍ରାରେ ବେଲୁନ ବିକ୍ରି କରିବାକୁ ଆସିଥିଲେ। ସାଙ୍ଗରେ ଯାଇଥିବା ୩ ବାଳକ ଗୁରୁବାର ଘରକୁ ଫେରିଥିଲେ ମଧ୍ୟ ଅର୍ଜୁନ ଫେରି ନ ଥିଲେ। ଘର ଲୋକେ ପଚାରିବାରୁ ସେ ବସ୍‌ରେ ଆସିବ ବୋଲି ସାଙ୍ଗମାନେ କହିଥିଲେ। ସନ୍ଧ୍ୟାପରେ ମଧ୍ୟ ପୁଅ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ମିଳିବାରୁ ଶନିବାର ଅର୍ଜୁନଙ୍କ ମା’ ଏବଂ ବାପା ମଇଦଲପୁର ଫାଣ୍ଡିରେ ନିଖୋଜ ନେଇ ଏତଲା ଦେଇଛନ୍ତି। ପୁଅକୁ ଖୋଜିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଫାଣ୍ଡି ଅଧିକାରୀ ଡି ଦେବିକୁମାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?