ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବାର ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସା ଆରମ୍ଭ

ମାଲକାନଗିରି,୨୪।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବାର ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସା ସେବା ଶନିବାର ଆରମ୍ଭ ହୋଇଛି। ଏହି ଚିକିତ୍ସା ୨ଦିନ ଧରି ଚାଲିବ । ଏଥିରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ଲେପ୍ରୋ ସର୍ଜରି ଡା. ବନବିହାରୀ ମିଶ୍ର, ୟୁରୋଲୋଜିର ଡା.ବେଣୁ ପାଣିଗ୍ରାହୀ, ହେପାଟୋଲୋଜିର ଡା. ସୁଶାନ୍ତ ଜେନା, କାର୍ଡିଓଲୋଜିର ଡା. ଚନ୍ଦ୍ରକାନ୍ତ ମିଶ୍ର ଓ ଆନେସ୍ଥେସିଆର ଡା.ସିଦ୍ଧାର୍ଥ ଶ୍ରବଣ ରାଉତରାୟ ସାମିଲ ହୋଇଛନ୍ତି। ହେଲିକପ୍ଟର ଯୋଗେ ଏହି ଟିମ୍‌ ଜୟପୁରରେ ପହଞ୍ଚତ୍ବା ପରେ ସେଠାରୁ ଏକ ଗାଡ଼ିରେ ଆସି ମାଲକାନଗିରି ଚିକିତ୍ସାଳୟରେ ପହଞ୍ଚତ୍ଥିଲେ। ପରେ ଏହି ଡାକ୍ତରମାନେ ରୋଗୀ ଚିକିତ୍ସା ଆରମ୍ଭ କରିଥିଲେ। ଏଥିପାଇଁ ପୂର୍ବରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି। ବହୁ ସଂଖ୍ୟାରେ ରୋଗୀ ଆସି ନିଜ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଫୁଲ୍ଲ ନନ୍ଦ କହିଛନ୍ତି। ଏହି ୨ ଦିନରେ ୧୨ରୁ ଊଦ୍ଧର୍‌ବ ମେଜର ସର୍ଜରି କରାଯିବାକୁ ସ୍ଥିର ହୋଇଛି। ଇକୋ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ଏଣ୍ଡୋସ୍କପି ଡାଇଗ୍ନୋସିସ୍‌ ପାଇଁ ସୁପର ସ୍ପେଶାଲିଷ୍ଟ ଆସିଛନ୍ତି। ୫୦ ଜଣଙ୍କ ଅଲ୍‌ଟ୍ରାସାଉଣ୍ଡ ଓ ୪ଶହରୁ ଊଦ୍ଧର୍‌ବ ଇକୋ କରାଯାଇଥିବା ଡାକ୍ତର ନନ୍ଦ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ହୋଇଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବାର ପ୍ରଥମ ପର୍ଯ୍ୟାୟରେ ୧୬୯ ରୋଗୀ ଉପକୃତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

ମାଲକାନଗିରି ପୋଲିସକୁ ଆଉ ଏକ ବଡ଼ ସଫଳତା: ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସକୁ ପୁଣିଥରେ ଏକ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ଡମ୍ପ୍‌ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri