ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବାର ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସା ଆରମ୍ଭ

ମାଲକାନଗିରି,୨୪।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବାର ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସା ସେବା ଶନିବାର ଆରମ୍ଭ ହୋଇଛି। ଏହି ଚିକିତ୍ସା ୨ଦିନ ଧରି ଚାଲିବ । ଏଥିରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ଲେପ୍ରୋ ସର୍ଜରି ଡା. ବନବିହାରୀ ମିଶ୍ର, ୟୁରୋଲୋଜିର ଡା.ବେଣୁ ପାଣିଗ୍ରାହୀ, ହେପାଟୋଲୋଜିର ଡା. ସୁଶାନ୍ତ ଜେନା, କାର୍ଡିଓଲୋଜିର ଡା. ଚନ୍ଦ୍ରକାନ୍ତ ମିଶ୍ର ଓ ଆନେସ୍ଥେସିଆର ଡା.ସିଦ୍ଧାର୍ଥ ଶ୍ରବଣ ରାଉତରାୟ ସାମିଲ ହୋଇଛନ୍ତି। ହେଲିକପ୍ଟର ଯୋଗେ ଏହି ଟିମ୍‌ ଜୟପୁରରେ ପହଞ୍ଚତ୍ବା ପରେ ସେଠାରୁ ଏକ ଗାଡ଼ିରେ ଆସି ମାଲକାନଗିରି ଚିକିତ୍ସାଳୟରେ ପହଞ୍ଚତ୍ଥିଲେ। ପରେ ଏହି ଡାକ୍ତରମାନେ ରୋଗୀ ଚିକିତ୍ସା ଆରମ୍ଭ କରିଥିଲେ। ଏଥିପାଇଁ ପୂର୍ବରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି। ବହୁ ସଂଖ୍ୟାରେ ରୋଗୀ ଆସି ନିଜ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଫୁଲ୍ଲ ନନ୍ଦ କହିଛନ୍ତି। ଏହି ୨ ଦିନରେ ୧୨ରୁ ଊଦ୍ଧର୍‌ବ ମେଜର ସର୍ଜରି କରାଯିବାକୁ ସ୍ଥିର ହୋଇଛି। ଇକୋ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ଏଣ୍ଡୋସ୍କପି ଡାଇଗ୍ନୋସିସ୍‌ ପାଇଁ ସୁପର ସ୍ପେଶାଲିଷ୍ଟ ଆସିଛନ୍ତି। ୫୦ ଜଣଙ୍କ ଅଲ୍‌ଟ୍ରାସାଉଣ୍ଡ ଓ ୪ଶହରୁ ଊଦ୍ଧର୍‌ବ ଇକୋ କରାଯାଇଥିବା ଡାକ୍ତର ନନ୍ଦ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ହୋଇଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବାର ପ୍ରଥମ ପର୍ଯ୍ୟାୟରେ ୧୬୯ ରୋଗୀ ଉପକୃତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଉଡ଼ିଲା ବୋଲେରୋ,ଜଣେ ମୃତ, ୭ ଆହତ

ମାଲକାନଗିରି,୫ା୮(ଡି.ଏନ୍‌.ଏ.): ମାଲକାନଗିରି-ଛତିଶଗଡ଼ ସୀମା ଦାନ୍ତଓ୍ବୋଡାରେ ଗୁରୁବାର ସକାଳେ ମାଓବାଦୀ ତାଣ୍ଡବ ଦେଖିବାକୁ ମିଳିଛି। ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଡି ବିସ୍ଫୋରଣ ହୋଇଛି। ଫଳରେ ଜଣଙ୍କର...

୮ମ ଶ୍ରେଣୀ ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

କୋରୁକୋଣ୍ଡା/ମାଲକାନଗିରି, ୧୩।୧୧(ଡି.ଏନ.ଏ):ମାଲକାନଗିରି ଜିଲା କୋରୁକୋଣ୍ଡାରେ ବୁଧବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେନ୍ଦ୍ରାଗୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲ ପରିସରରୁ ଜଣେ...

ଅପରେଶନ୍‌ ବେଳେ ଠାବ ହେଲା ମାଓବାଦୀ କ୍ୟାମ୍ପ: ବିଭିନ୍ନ ସାମଗ୍ରୀ ଜବତ 

ମାଲକାନଗିରି,୧୦।୭(ନୃସିଂହ ଚରଣ ମହାନ୍ତି): କାଲିମେଳା ଥାନା ଅନ୍ତର୍ଗତ  ବଡ଼ିଗେଟା ପଞ୍ଚାୟତର  ମାରିଗେତା ଗ୍ରାମ ନିକଟ ଗମ୍ପାକୋଣ୍ଡା  ରିଜର୍ଭ ଜଙ୍ଗଲରେ ୧୪୨ ବାଟାଲିୟନର ବିଏସ୍‌ଏଫ ସୁରକ୍ଷାକର୍ମୀ  ସୋମବାର...

ସ୍ବାଭିମାନ ଅଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା

ଚିତ୍ରକୋଣ୍ଡା,୨୬ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଯୋଡ଼ାଆମ୍ବ ଥାନାରେ ପତାକା ଉତ୍ତୋଳନ କରିଛନ୍ତି ୪ ବରିଷ୍ଠ ପୋଲିସ ଅଧିକାରୀ। ଏହି...

ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ,ସ୍ବାସ୍ଥ୍ୟପରୀକ୍ଷା ଉପରେ ଗୁରୁତ୍ୱ

ମାଲକାନଗିରି,୧୦ା୫(ଡି.ଏନ୍‌.ଏ.)-ରାଜ୍ୟ ସରକାର ପ୍ରବାସୀ ଶ୍ରମିଙ୍କୁ ନିଜ ରାଜ୍ୟ ଓ ଜିଲାକୁ ଆଣିବା ପାଇଁ ଘୋଷଣା କଲା ପରେ ମାଲକାନଗିରି ଜିଲାକୁ ଆନ୍ଧ୍ର, ତେଲଙ୍ଗାନା, ମହାରଷ୍ଟ୍ର, କେରଳ,...

ଅଳ୍ପକେ ବର୍ତ୍ତିଲେ ଯବାନ: ଅଫୁଟା ଲ୍ୟାଣ୍ଡମାଇନ ଜବତ

ଚିତ୍ରକୋଣ୍ଡା,୧୦ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅଧୀନ ହାଣ୍ଡିଖାଲ ଜଙ୍ଗଲରୁ କୋମ୍ବିଂ ଅପରେଶନ ବେଳେ ବିଏସ୍‌ଏଫ୍‌ ଯବାନ ଏକ...

ଭାସିଯାଇଥିଲେ ନଦୀରେ: ୧୨ ଘଣ୍ଟା ପରେ ମିଳିଲା ମୃତଦେହ

ମାଲକାନଗିରି,୧୪।୯(ଡି.ଏନ୍‌.ଏ.): ନଦୀରେ ଭାସିଯାଇ ୩୫ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଲକାନଗିରି ଜିଲା ମାଥିଲି ଥାନା ଅଞ୍ଚଳ କର୍ତ୍ତନପାଲି ପଞ୍ଚାୟତ ଉଦୟଗିରି...

ଝିଅ ଆଗରେ ନଦୀକୁ ଡେଇଁଲେ ବାପା

ମାଲକାନଗିରି,୩୦ା୧୦(ଡି.ଏନ୍‌.ଏ.): ଦାରିଦ୍ରତା ଉଜାଡ଼ି ଦେଇଛି ପରିବାର। ପରିସ୍ଥିତି ଏପରି ହୋଇଛି ଶେଷରେ ଝିଅ ଆଗରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବାପା। ଏଭଳି ଦୁଃଖଦ ଘଟଣା...

Advertisement
Archives

Model This Week