୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ ୨୦ ବର୍ଷ ପରେ ଏଠାରେ ପ୍ରାର୍ଥୀ ବଦଳାଇ ପ୍ରଥମ କରି ଜଣେ ମହିଳାଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ିଛି। ଲଗାତର ୪ଥରର ବିଧାୟକ ରଜନୀକାନ୍ତ ସିଂହଙ୍କୁ ଦଳ ଟିକେଟ୍‌ ନ ଦେଇ ତାଙ୍କ ସ୍ତ୍ରୀ ସଂଯୁକ୍ତା ସିଂହଙ୍କୁ ପ୍ରାର୍ଥୀ କରିଛି। ରାଜନୀତି ଓ ନିର୍ବାଚନ ଲଢ଼େଇରେ ସଂଯୁକ୍ତା ସମ୍ପୂର୍ଣ୍ଣ ନୂଆ ଚେହେରା। ସେହିପରି କଂଗ୍ରେସ ମଧ୍ୟ ଏଥର ପ୍ରାର୍ଥୀ ବଦଳାଇ ଜିଲା ସଭାପତି ଦାୟିତ୍ୱରେ ଥିବା ଅମ୍ବିକା ପ୍ରସାଦ ଭଟ୍ଟଙ୍କୁ ଟିକେଟ୍‌ ଦେଇଛି। ଅମ୍ବିକା ପ୍ରଥମ କରି ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ତେବେ ଭାଜପା ଅନୁଗୋଳରେ ପ୍ରାର୍ଥୀ ପରିବର୍ତ୍ତନ କରିନାହିଁ। ପୁରୁଣା ମୁହଁ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପରେ ଦଳ ପୁଣି ଭରସା କରିଛି। ତେଣୁ ଅଭିଜ୍ଞ ପ୍ରତାପଙ୍କ ସହ ଏଠାରେ ବିଜେଡି ଓ କଂଗ୍ରେସର ନବାଗତ ପ୍ରାର୍ଥୀଙ୍କ ମୁକାବିଲା ହେବା ବୋଲି କୁହାଯାଉଛି।
ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ଦୀର୍ଘ ୨୪ ବର୍ଷ ହେଲା ବିଜେଡି ବିଜୟ ଲାଭ କରିଆସୁଛି। ୨୦୦୦ ମସିହାରେ ଅଦ୍ୱୈତ ପ୍ରସାଦ ସିଂହ ଓ ୨୦୦୪ରୁ ଲଗାତର ତାଙ୍କ ପୁତ୍ର ରଜନୀକାନ୍ତ ସିଂହ ବିଜେଡିରୁ ବିଜୟୀ ହୋଇ ଅନୁଗୋଳକୁ ବିଜେଡି ଗଡ଼ରେ ପରିଣତ କରିଆସିଛନ୍ତି। ଏଥର ମଧ୍ୟ ସେ ଟିକେଟ୍‌ ଲବିରେ ଥିଲେ। ହେଲେ ଗତ ନିର୍ବାଚନରେ ଭୋଟହାର ହ୍ରାସକୁ ଦେଖି ଦଳ ରଜନୀକାନ୍ତଙ୍କ ପରିବର୍ତ୍ତେ ତାଙ୍କ ସ୍ତ୍ରୀ ସଂଯୁକ୍ତାଙ୍କୁ ପ୍ରାର୍ଥୀ କରିବାକୁ ସୁରକ୍ଷିତ ମଣିଛି। ଦଳର ଏପରି ନିଷ୍ପତ୍ତି ଅନ୍ୟ ଆଶାୟୀଙ୍କୁ ନିରାଶ କରିଥିବା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଇତିମଧ୍ୟରେ ଦଳର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ, ମୀରା ଗଡ଼ନାୟକ, ଯୁବ ବିଜେଡି ରାଜ୍ୟ ଉପସଭାପତି ପ୍ରକାଶ ଚନ୍ଦ୍ର ଭୋଇ, ଆଦର୍ଶ ଗ୍ରୁପ୍‌ ପ୍ରତିଷ୍ଠାତା ମହେଶ ଚନ୍ଦ୍ର ଧଳ, ବିଜେଡି ଡିଜିଟାଲ ସମ୍ପାଦକ ପ୍ରଶାନ୍ତ କୁମାର ଦେହୁରୀ, ବିଜୁ ଛାତ୍ର ଜନତା ଦଳ ଜିଲା ସାଧାରଣ ସମ୍ପାଦକ ରାହୁଲ ମହାପାତ୍ର ଓ ବାଉଳିଗଡ଼ ସରପଞ୍ଚ ଅମରେନ୍ଦ୍ର ଗଡ଼ନାୟକ ବିଜେଡି ପରିତ୍ୟାଗ କରି ଭାଜପାରେ ସାମିଲ ହେବା ବିଜେଡିର ଭୋଟବ୍ୟାଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବନ୍ତଳା ଅଞ୍ଚଳର ବିଜେଡି ନେତା ଦୁର୍ଗା ପ୍ରସାଦ ପ୍ରଧାନ ଘର ବାହୁଡ଼ା କରିଥିବାରୁ ଏହା ଅନୁଗୋଳ ବିଜେଡି ପାଇଁ ସାମାନ୍ୟ ଆଶ୍ୱାସନା ଆଣିପାରିଛି।
ସେହିପରି କଂଗ୍ରେସ ଟିକେଟ୍‌ ପାଇଥିବା ଅମ୍ବିକା ପ୍ରସାଦ ନିର୍ବାଚନ ଲଢ଼େଇରେ ସମ୍ପୂର୍ଣ୍ଣ ନୂଆ ହୋଇଥିବା ବେଳେ ଦଳ ମଧ୍ୟ ଅନୁଗୋଳରେ ଆଉ ପୂର୍ବପରି ଶକ୍ତିଶାଳୀ ହୋଇ ରହିନାହିଁ। ଏହାଛଡ଼ା ଅମ୍ବିକାଙ୍କୁ ପ୍ରାର୍ଥୀ କରାଯିବା ପରଠାରୁ ଦଳରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି। ଶେଷଥର ପାଇଁ ୧୯୯୫ରେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ଅନୁଗୋଳରେ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ୨୦୧୪ରେ କଂଗ୍ରେସରୁ ଓ ୨୦୧୯ରେ ଭାଜପାରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ଅଭିଜ୍ଞତା କ୍ଷେତ୍ରରେ ଆଗରେ ରହିଛନ୍ତି। ଏପରି କି ୨୦୧୯ରେ ବିଜେଡି ସହ କଡ଼ା ମୁକାବିଲା କରିଥିବା ପ୍ରତାପ ମାତ୍ର ୮,୮୨୩ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିବାରୁ ଏଥର ସଫଳତା ପାଇଁ ବେଶ୍‌ ଉତ୍ସାହୀ ରହିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri