୧୫ ଏକର ଫସଲ ଦଳିଦେଲେ

ଖମାର, ୨୨ା୮

ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାରରେ ଥମୁନି ହାତୀ ଉପଦ୍ରବ। ବାରମ୍ବାର ଗଁା ନିକଟକୁ ଆସି ଧନ ଜୀବନ ନଷ୍ଟ କରୁଥିବାବେଳେ ଶୁକ୍ରବାର ପୁଣି ବ୍ୟାପକ ଫସଲ କ୍ଷତି ଘଟାଇଛନ୍ତି ହାତୀ ପଲ। ଖମାର ରେଞ୍ଜ ଝାଲକିଲିଣ୍ଡା ଗ୍ରାମ ଓ ନିକଟସ୍ଥ ଘାଗରା, ଚୁଆ, ଚଟାଖୋଲ ଆଦି ଅଞ୍ଚଳରେ ପଶି ପ୍ରାୟ ୧୦ରୁ ୧୫ ଏକର ଜମିରେ ଧାନ ଚାଷ ନଷ୍ଟ କରିଛନ୍ତି। ଫଳରେ ବହୁ କଷ୍ଟରେ ଧାର କରଜ କରି ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି। ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏପରି ବାରମ୍ବାର ଘଟୁଥିବା ସେମାନେ ଅଭିଯୋଗ ଆଣିଛନ୍ତି।
କ୍ଷତିଗ୍ରସ୍ତ ଚାଷୀ କୁନା ସାହୁ, ଚୈତନ୍ୟ ପ୍ରଧାନ, ମଙ୍ଗୁଲୁ ସାହୁ, ରମାକାନ୍ତ ପ୍ରଧାନ, ବିଜୟ ପ୍ରଧାନ, ସୁଶାନ୍ତ ପାତ୍ର ପ୍ରମୁଖଙ୍କ ଅଭିଯୋଗ ମୁତାବକ, ହାତୀପଲ ବର୍ଷ ତମାମ ଏହି ଅଞ୍ଚଳରେ ରହି କ୍ଷୟକ୍ଷତି ଘଟାଉଛନ୍ତି। ଜମିରେ ଚାଷ ନଷ୍ଟ କରିବା ସହ ଖଳାରୁ ମଧ୍ୟ ଅମଳ ଫସଲ ଖାଇଦେଉଛନ୍ତି। ଦୀର୍ଘ ବର୍ଷ ହେଲା ସ୍ଥାନୀୟ ଲୋକେ ଏହି ଅସୁବିଧାରୁ ମୁକୁଳିପାରୁ ନ ଥିବାବେଳେ ପଦକ୍ଷେପ ନ ନେଇ ବିଭାଗ ଚୁପ୍‌ ବସିଛି। ପୂର୍ବରୁ ହୋଇଥିବା କ୍ଷୟକ୍ଷତିର ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ମିଳୁନାହିଁ। ଦିନରେ ଚାଷ କରି ରାତିରେ ଫସଲ ଜଗିବାକୁ ପଡୁଛି। ଚାଷୀମାନଙ୍କ ଅଭିଯୋଗ ସମ୍ପର୍କରେ ଫରେଷ୍ଟର ଛବିଳ ବେହେରା କହିଛନ୍ତି, ଟ୍ରେଞ୍ଚ ଖୋଳିବାକୁ ଆବଶ୍ୟକ ଜାଗା ମଞ୍ଜୁର ହୋଇସାରିଛି। ଖୁବ୍‌ଶୀଘ୍ର ସୋଲାର ଲାଇଟ ବ୍ୟବସ୍ଥା କରାଯିବ। ଆବଶ୍ୟକ ବନ କର୍ମଚାରୀଙ୍କ ସହ ବାଣ, ଲାଇଟ ସୁବିଧା ଯୋଗାଯାଇଛି। ରେଞ୍ଜର କାଜଲ କୁମାରୀ ନାୟକ କହିଛନ୍ତି, ଗୁରୁବାର ରାତିରେ କଣିହାଁ ବନାଞ୍ଚଳରୁ ହଠାତ୍‌ କେତୋଟି ହାତୀ ଖମାର ପଶିଆସିଥିଲେ। ବନ ବିଭାଗ ଜାଣି ନ ପାରିବାରୁ ଏପରି ହୋଇଛି। କ୍ଷତିପୂରଣ ପ୍ରଦାନ ବାବଦରେ ରେଞ୍ଜର କହିଛନ୍ତି, ଖରିଫ ଫସଲ ପାଇଁ ଏକର ପିଛା ୧୦ ହଜାର, ରବି ଫସଲ ପାଇଁ ଏକର ପିଛା ୧୨ ହଜାର ଅନୁକମ୍ପା ରାଶି ସରକାରଙ୍କ ତରଫରୁ ପ୍ରଦାନର ବ୍ୟବସ୍ଥା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?