୧୫ ଏକର ଫସଲ ଦଳିଦେଲେ

ଖମାର, ୨୨ା୮

ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାରରେ ଥମୁନି ହାତୀ ଉପଦ୍ରବ। ବାରମ୍ବାର ଗଁା ନିକଟକୁ ଆସି ଧନ ଜୀବନ ନଷ୍ଟ କରୁଥିବାବେଳେ ଶୁକ୍ରବାର ପୁଣି ବ୍ୟାପକ ଫସଲ କ୍ଷତି ଘଟାଇଛନ୍ତି ହାତୀ ପଲ। ଖମାର ରେଞ୍ଜ ଝାଲକିଲିଣ୍ଡା ଗ୍ରାମ ଓ ନିକଟସ୍ଥ ଘାଗରା, ଚୁଆ, ଚଟାଖୋଲ ଆଦି ଅଞ୍ଚଳରେ ପଶି ପ୍ରାୟ ୧୦ରୁ ୧୫ ଏକର ଜମିରେ ଧାନ ଚାଷ ନଷ୍ଟ କରିଛନ୍ତି। ଫଳରେ ବହୁ କଷ୍ଟରେ ଧାର କରଜ କରି ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି। ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏପରି ବାରମ୍ବାର ଘଟୁଥିବା ସେମାନେ ଅଭିଯୋଗ ଆଣିଛନ୍ତି।
କ୍ଷତିଗ୍ରସ୍ତ ଚାଷୀ କୁନା ସାହୁ, ଚୈତନ୍ୟ ପ୍ରଧାନ, ମଙ୍ଗୁଲୁ ସାହୁ, ରମାକାନ୍ତ ପ୍ରଧାନ, ବିଜୟ ପ୍ରଧାନ, ସୁଶାନ୍ତ ପାତ୍ର ପ୍ରମୁଖଙ୍କ ଅଭିଯୋଗ ମୁତାବକ, ହାତୀପଲ ବର୍ଷ ତମାମ ଏହି ଅଞ୍ଚଳରେ ରହି କ୍ଷୟକ୍ଷତି ଘଟାଉଛନ୍ତି। ଜମିରେ ଚାଷ ନଷ୍ଟ କରିବା ସହ ଖଳାରୁ ମଧ୍ୟ ଅମଳ ଫସଲ ଖାଇଦେଉଛନ୍ତି। ଦୀର୍ଘ ବର୍ଷ ହେଲା ସ୍ଥାନୀୟ ଲୋକେ ଏହି ଅସୁବିଧାରୁ ମୁକୁଳିପାରୁ ନ ଥିବାବେଳେ ପଦକ୍ଷେପ ନ ନେଇ ବିଭାଗ ଚୁପ୍‌ ବସିଛି। ପୂର୍ବରୁ ହୋଇଥିବା କ୍ଷୟକ୍ଷତିର ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ମିଳୁନାହିଁ। ଦିନରେ ଚାଷ କରି ରାତିରେ ଫସଲ ଜଗିବାକୁ ପଡୁଛି। ଚାଷୀମାନଙ୍କ ଅଭିଯୋଗ ସମ୍ପର୍କରେ ଫରେଷ୍ଟର ଛବିଳ ବେହେରା କହିଛନ୍ତି, ଟ୍ରେଞ୍ଚ ଖୋଳିବାକୁ ଆବଶ୍ୟକ ଜାଗା ମଞ୍ଜୁର ହୋଇସାରିଛି। ଖୁବ୍‌ଶୀଘ୍ର ସୋଲାର ଲାଇଟ ବ୍ୟବସ୍ଥା କରାଯିବ। ଆବଶ୍ୟକ ବନ କର୍ମଚାରୀଙ୍କ ସହ ବାଣ, ଲାଇଟ ସୁବିଧା ଯୋଗାଯାଇଛି। ରେଞ୍ଜର କାଜଲ କୁମାରୀ ନାୟକ କହିଛନ୍ତି, ଗୁରୁବାର ରାତିରେ କଣିହାଁ ବନାଞ୍ଚଳରୁ ହଠାତ୍‌ କେତୋଟି ହାତୀ ଖମାର ପଶିଆସିଥିଲେ। ବନ ବିଭାଗ ଜାଣି ନ ପାରିବାରୁ ଏପରି ହୋଇଛି। କ୍ଷତିପୂରଣ ପ୍ରଦାନ ବାବଦରେ ରେଞ୍ଜର କହିଛନ୍ତି, ଖରିଫ ଫସଲ ପାଇଁ ଏକର ପିଛା ୧୦ ହଜାର, ରବି ଫସଲ ପାଇଁ ଏକର ପିଛା ୧୨ ହଜାର ଅନୁକମ୍ପା ରାଶି ସରକାରଙ୍କ ତରଫରୁ ପ୍ରଦାନର ବ୍ୟବସ୍ଥା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିବାର ୧୧ ଦିନ ପରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଶ୍ରୀଧର ଦେବଙ୍କ ସ୍ଥାନରେ ସାକା...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri