ପାରାଦୀପ ବନ୍ଦର: ୧୧୬.୧୩ ମିଲିଅନ ଟନ୍‌ ପଣ୍ୟ କାରବାର

ପାରାଦୀପ,୨ା୪(ସ୍ବ.ପ୍ର.): ବିଶ୍ୱ ବଜାରରେ ଲୁହାପଥର କାରବାର କ୍ଷେତ୍ରରେ ମାନ୍ଦାବସ୍ଥା, କରୋନା ମହାମାରୀ ଭଳି ନକାରାତ୍ମକ କାରବାର ସତ୍ତ୍ୱେ ୨୦୨୧-୨୨ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ରେକର୍ଡ ସଂଖ୍ୟକ ୧୧୬.୧୩ ମିଲିଅନ ଟନ୍‌ ପଣ୍ୟ କାରବାର କରିଛି। ୨୦୨୦-୨୧ବର୍ଷରେ ୧୧୪.୫୫ ଏମ୍‌ଏମ୍‌ଟିଏ (ମିଲିଅନ ମେଟ୍ରିକ ଟନ୍‌ ପର୍‌ ଆନମ୍‌) ଥିଲା। ପାରାଦୀପ ବନ୍ଦର ଅଥରିଟି ଅଧ୍ୟକ୍ଷ ପି. ଏଲ. ହାରାନ୍ଧ ଶୁକ୍ରବାର ଏ ନେଇ ରିପୋର୍ଟ ସାର୍ବଜନୀନ କରିଛନ୍ତି। ବନ୍ଦର ଜୟଦେବ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଧ୍ୟକ୍ଷ ହାରାନ୍ଧ କହିଛନ୍ତି, ପୂର୍ବରୁ ପାରାଦୀପ ପୋର୍ଟ ଟ୍ରଷ୍ଟ ଥିଲା। ଏବେ ପାରାଦୀପ ପୋର୍ଟ ଅଥରିଟି (ପିପିଏ) ହୋଇଛି। ଏହାଦ୍ୱାରା ବନ୍ଦର ଅଧ୍ୟକ୍ଷ କିଛି ନିଷ୍ପତ୍ତି ସିଧାସଳଖ ନେଇପାରିବେ। କାର୍ଗୋ କାରବାର ମୂଲ୍ୟଠାରୁ ଆରମ୍ଭ କରି ଅନ୍ୟ ୨୫ ପ୍ରସଙ୍ଗ ଉପରେ ନିଷ୍ପତ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ଯାଉଥିଲା। ଏବେ ଅଧ୍ୟକ୍ଷ ସେସବୁ ପାଇଁ ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନେଇପାରିବେ। ସାଗରମାଳା ପ୍ରକଳ୍ପ ଓ ଗତିଶକ୍ତି ଯୋଜନା ଆଧାରରେ କେତୋଟି ପଦକ୍ଷେପ ନିଆଯାଇଛି। ଯଥା କୋଷ୍ଟାଲ ସିପିଂରେ ୨୫ ପ୍ରତିଶତ ବୃଦ୍ଧି, ଯାନ୍ତ୍ରିକୀକରଣ କୋଇଲା ବୋଝେଇ ଖଲାସ ପ୍ରକଳ୍ପ (ଏମ୍‌ସିଏଚପି) ଜରିଆରେ ଟ୍ରେନ୍‌ରୁ ପଣ୍ୟ ଖଲାସ କାମ ତ୍ୱରାନ୍ବିତ କରାଯାଇଥିଲା। ୨୦୨୦/୨୧ରେ ୫୬୯୮ ଟ୍ରେନ୍‌ ଖଲାସ ଥିବାବେଳେ ୨୧-୨୨ରେ ୭୧୫୬ ଥିଲା। ଜାହାଜ ବର୍ଥରେ ଲାଗିବା ଏବଂ ଖଲାସ କରିବା (ଟର୍ନଆଉଟ୍‌)କୁ ୯ ଘଣ୍ଟା କମ୍‌ କରାଯାଇପାରିଛି। ପୂର୍ବବର୍ଷ ଦୈନିକ ପଣ୍ୟ କାରବାର ୨୩,୯୪୩ ମେଟ୍ରିକ ଟନ୍‌ ଥିବା ବେଳେ ଚଳିତବର୍ଷ ୨୭,୨୯୫ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି।
ସାଗରମାଳା ଯୋଜନା ଅଧୀନରେ ଗତ ୭ ବର୍ଷରେ ୩,୨୦୦ କୋଟି ଟଙ୍କା ଖର୍ଚ୍ଚ କରି ଅନେକ ପରିବର୍ତ୍ତନ କରାଯାଇଛି। ସଂଯୋଗୀକରଣ, ଭିତ୍ତିଭୂମି, ନବୀକରଣ କରାଯାଇଛି। ସେହିପରି ଆସନ୍ତା ୩ ବର୍ଷରେ ୩ଟି ୱେଷ୍ଟର୍ନ ଡକ୍‌ କାମ ଚାଲିଛି। ଏହା ସମ୍ପୂର୍ଣ୍ଣ ହେଲେ ୨ ଲକ୍ଷ ମେଟ୍ରିକ ଟନ୍‌ ବିଶିଷ୍ଟ ଜାହାଜ ଲାଗିପାରିବ। ସେହିପରି ପାରାଦୀପ-ହରିଦାସପୁର ୮୨ କିମି ରେଳପଥ ହେବା ପରେ ପଣ୍ୟ କାରବାର ସହଜ ହୋଇଛି। ଏହାସତ୍ତ୍ୱେ ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଜାତୀୟ ରାଜପଥକୁ ୮ ଲେନ୍‌ କରାଯିବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ସେହିପରି ରାଜ୍ୟ ସରକାରଙ୍କ ସହଭାଗିତାରେ ୧୦୦ ଏକର ଜାଗାରେ ବିଶ୍ୱସ୍ତରୀୟ ଟ୍ରକ୍‌ ଟର୍ମିନାଲ ହେବାକୁ ଯାଉଛି। ନଦୀଭିତ୍ତିକ ବନ୍ଦର ଓ ନଦୀରେ ପଣ୍ୟ କାରବାର କରିବାକୁ ସମସ୍ତ ପ୍ରକାର କାମ ଗତିଶକ୍ତି ଯୋଜନାରେ ଆରମ୍ଭ ହୋଇଛି। ଏହା କାର୍ଯ୍ୟକାରୀ ହେଲେ ବ୍ୟବହାରକାରୀ ସଂସ୍ଥାକୁ ଅନେକ ଫାଇଦା ମିଳିବ। ଏ ସମସ୍ତ ପ୍ରକଳ୍ପ ହେଲେ ପଣ୍ୟ କାରବାର ଆସନ୍ତା ୨୦୪୭ ବେଳକୁ ୭୫୦ ନିୟୁତ ଟନ୍‌ରେ ପହଞ୍ଚତ୍ବ ବୋଲି ହାରାନ୍ଧ କହିଥିଲେ। ଏହି ଖବରଦାତା ସମ୍ମିଳନୀରେ ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri