ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣା: ୧୧ ଲକ୍ଷ ୨୩ ହଜାର ଟଙ୍କା, ସୁନାଗହଣା ଜବତ, ୨ କୋର୍ଟ ଚାଲାଣ

ନବରଙ୍ଗପୁର,୨୫ା୧(ସଦାଶିବ ପ୍ରହରାଜ): ଚଳିତ ମାସ ୧୩ ତାରିଖ ସନ୍ଧ୍ୟାରେ ମହିଳାଙ୍କୁ ହାତ ଓ ପାଟିକୁ କପଡ଼ାରେ ବାନ୍ଧି ତଣ୍ଟିରେ ଛୁରି ଲଗାଇ ନଗଦ ୨୦ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଲୁଟି ନେଲେ ଦୁର୍ବୃତ୍ତ ଏହି ଘଟଣା ପ୍ରଚାରିତ ହେବା ପରେ ସହରରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା ।
ଏହି ଘଟଣାରେ ନବରଙ୍ଗପୁର ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଚିନ୍ମୟ କୁମାର ସାହୁ(୩୭) ଓ ଶ୍ରୀମାନ କୁମାର ଘଡ଼େଇ (୩୯)। ଚିନ୍ମୟଙ୍କ ଘର ଢେଙ୍କାନାଳ ଜିଲା କାମାକ୍ଷା ନଗର ବୈଶିଙ୍ଗା। ସେ ନବରଙ୍ଗପୁର ସାନ ମସିଗାଁରେ ରହିଥିଲେ। ଶ୍ରୀମାନଙ୍କ ଘର ନବରଙ୍ଗପୁର କେଉଟ ସାହିରେ। ସେ ଜଣେ ପରିବା ବ୍ୟବସାୟୀ ଭାବେ ବେଶ ଜଣାଶୁଣା। ସେମାନଙ୍କଠାରୁ ଚୋରିରେ ବ୍ୟବହାର ମୋଟରସାଇକେଲ ନମ୍ବର (ଓଡି ୨୪ କେ ୨୯୨୪) ୧୧ ଲକ୍ଷ ୨୩ ହଜାର ଟଙ୍କା, ଗୋଟିଏ ସୁନା ଚେନ, ମୁଦି, ଛୁରି, ଟଙ୍କା ରହିଥିବା ବ୍ୟାଗ୍‌ ଓ ତିନୋଟି ମୋବାଇଲ ଜବତ କରାଯାଇଛି ବୋଲି ନବରଙ୍ଗପୁର ଏସପି ମିହିର କୁମାର ପଣ୍ଡା ଖବରଦାତା ସମିଳନୀରେ ସୂଚନା ଦେଇଛନ୍ତି। ଦୁଇଜଣ ଅଭିଯୁକ୍ତ ଟଙ୍କା ବ୍ୟାଗ୍‌ ଓ ସୁନା ଡକାୟତି କରିବା ପରେ ବାଙ୍ଗାପାଲି ଜଙ୍ଗଲକୁ ଯାଇ ସମାନ ଭାବରେ ୭ ଲକ୍ଷ ଟଙ୍କା ଦୁଇ ଭାଗ କରିଥିଲେ। ପରେ ଆସି ଘରେ ଟଙ୍କା ରଖିଥିଲେ।

ନବରଙ୍ଗପୁର ମଧ୍ୟଭାଗରେ ଥିବା ଦାରୁବନ୍ଧ ସାହିର ବ୍ୟବସାୟୀ ସରୋଜ ମହାନ୍ତି ଘରେ ନଥିବା ବେଳେ ଦୁଇଜଣ ମୁଖାପିନ୍ଧା ଯୁବକ ଘର ଭିତରେ ପଶିଥିଲେ। ସରୋଜଙ୍କ ସ୍ତ୍ରୀ ଅମିତା ମହାନ୍ତି ଘରେ ଏକୁଟିଆ ଥିବା ଦେଖି ତାଙ୍କୁ ପ୍ରଥମେ ମୁଣ୍ଡକୁ ମାଡ଼ ମାରି ହାତ ଓ ପାଟିକୁ ବାନ୍ଧି ଦେଇଥିଲେ। ପରେ ବେକରେ ଛୁରି ଲଗାଇ ସୁନା ଓ ଟଙ୍କା ମାଗିଥିଲେ। ପ୍ରତିବାଦ କରିବାରୁ ଜୀବନରେ ମାରିବାକୁ ଧମକ ଦେଇଥିଲେ। ପରେ ମହିଳା ଜଣକ ନିଜର ପିନ୍ଧିଥିବା ଅଳଙ୍କାର କାଡି ଦେଇଥିଲେ । ପରେ ଆଲମିରା ଖୋଲିବାକୁ ଧମକ ଦେଇଥିଲେ। ଆଲମିରା ଖୋଲିବା ପରେ ଆଲମିରାରୁ ଟଙ୍କା ବ୍ୟାଗ୍‌ ଓ ସୁନା ଅଳଙ୍କାର ବାହାର କରି ନେଇଯାଇଥିଲେ। ପରେ ତାଲା ପଡ଼ି ନ ଥିବା ଅନ୍ୟ ଏକ ଆଲମିରାରୁ ଟଙ୍କା ଓ ସୁନା ମଧ୍ୟ ବାହାର କରିଥିଲେ। ଟଙ୍କା ଓ ସୁନା ଧରିବା ପରେ ମହିଳାଙ୍କୁ ଏକ ରୁମ୍‌ ଭିତରେ ରଖି ବାହାର ଗାଡ଼ା ଦେଇଦେଇ ଦୁଇ ଯୁବକ ଏକ ମୋଟରସାଇକେଲର ଫେରାର ହୋଇଯାଇଥିଲେ। ମହିଳା ଜଣକ ପାଟି କରିବାରୁ ତଳଘର ଲୋକ ଆସି କବାଟ ଖୋଲିଥିଲେ।
ପରେ ସରୋଜ ମହାନ୍ତି ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ପ୍ରାୟ ୧୮ ଲକ୍ଷ ଟଙ୍କା ଓ ଗହଣା ଚୋରି ହୋଇଥିବା ଥାନାରେ ଏତଲା ଦେଇଥିଲେ। ତେବେ ସରୋଜଙ୍କ ସ୍ତ୍ରୀ ଅମିତା ଶ୍ରୀମାନଙ୍କ କଥାରୁ ବାରିଥିଲେ ଯେ କେହି ଜଣେ ଚିହ୍ନା ଲୋକ ଯୁବକ। ଯେହେତୁ ମୁଖା ପିନ୍ଧିଥିବାରୁ ସନ୍ଦେହ କରି ପରବର୍ତ୍ତୀ ସମୟରେ ପୋଲିସକୁ ସୂଚନା ଦେଇଥିଲେ। ଡକାୟତି କରିବା ସମୟରେ ଦୁଇ ଅଭୁଯୁକ୍ତ ମୋବାଇଲ ବ୍ୟବହାର କରି ନ ଥିବାରୁ ପୋଲିସ ତଦନ୍ତରେ କିଛି ପାଇବ ନାହିଁ ଅଭିଯୁକ୍ତ ଭାବିଥିଲେ। ଅତିରିକ୍ତ ଏସପି ଆଦିତ୍ୟ ସେନ, ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତରା, ଥାନା ଅଧିକାରୀ ସମ୍ବିତ କୁମାର ବେହେରା, ଏସାଇ ଦେବାଶିଷ ସାହୁ, ସବୀର ଅହମ୍ମଦ ଓ ଏଏସ୍‌ଆଇ ତୁଳସୀରାମ ପୂଜାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ସ୍ଥାନୀୟ ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ପଚରାଉଚରା କରିବା ପରେ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଶ୍ରୀମାନ ଓ ଚିନ୍ମୟକୁ ଧରିଥିଲା ପୋଲିସ । ଅଭିଯୁକ୍ତମାନେ ଚୋରି ଟଙ୍କାରୁ ୧ ଲକ୍ଷ ୫୭ ହଜାର ଟଙ୍କା ଖର୍ଚ୍ଚ କରିବା ସହିତ ୭୯ ହଜାର ଟଙ୍କା ଦେଇ ୩ ଟି ମୋବାଇଲ କିଣିଥିଲେ। ୫୦ ହଜାର ଟଙ୍କା ଫାଇନାନ୍ସରେ ଜମା କରିଥିଲେ। ତେବେ ଫାଇନାନ୍ସ ବିଭାଗକୁ ଟଙ୍କା ଫେରସ୍ତ ପାଇଁ ପୋଲିସ ଚିଠି କରିଛି ବୋଲି ସୂଚନା ଦେଇଛନ୍ତି ଏସ୍‌ପି ପଣ୍ଡା। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଆଦିତ୍ୟ ସେନ, ଏସଡ଼ିପିଓ କୃଷ୍ଣଚନ୍ଦ୍ର ଭତ୍ରା, ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?