ରାଜ୍ୟରେ ୧,୦୫୮ କରୋନା ପଜିଟିଭ୍‌ ଚିହ୍ନଟ; ୧୮ ବର୍ଷ ମଧ୍ୟରେ ୧୩୮ ଆକ୍ରାନ୍ତ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୩୮ ଜଣଙ୍କ ବୟସ ୧୮ ବର୍ଷ ବୟସ ମଧ୍ୟରେ ଥିବା ଜଣାପଡ଼ିଛି। ଏହାଛଡ଼ା ୬୧୬ କ୍ୱାରାଣ୍ଟାଇନ୍‌ ଏବଂ ୪୪୨ଟି ଲୋକାଲ କେସ୍‌ ରହିଛି। ତେବେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୭୬ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୬୨, ଅନୁଗୋଳରୁ ୩୨, ବାଲେଶ୍ୱରରୁ ୩୮, ବରଗଡ଼ରୁ ୧୧, ଭଦ୍ରକରୁ ୩୨, ବଲାଙ୍ଗୀରରୁ ୨, ବୌଦ୍ଧରୁ ୩, ଦେବଗଡ଼ରୁ ୫, ଢ଼େଙ୍କାନାଳରୁ ୧୮, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩୭, ଯାଜପୁରରୁ ୭୭, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୮, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୩୨, କେନ୍ଦୁଝରରୁ ୪, କୋରାପୁଟରୁ ୪, ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୩୭, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୭, ନୂଆପଡ଼ାରୁ ୫, ପୁରୀରୁ ୨୬, ରାୟଗଡ଼ାରୁ ୪, ସମ୍ବଲପୁରରୁ ୬, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୧୭ ଏବଂ ଷ୍ଟେଟ୍‌ ପୁଲରୁ ୮୨ଜଣ ଚିହ୍ନଟ ହୋଇଛନ୍ତି। ଅନେକ ଦିନ ପରେ ଗଜପତି ଜିଲାରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ଦେଖାଯାଇଛି। ଏହି ନୂଆ ପଜିଟିଭ୍‌ଙ୍କ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୫୬୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୭ ହଜାର ୧୯୭ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦ହଜାର ୪୨୮ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଅବସର ନେଲେ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ

ୱେଲିଂଟନ,୨୮।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ରିକେଟକୁ ବିଦାୟ ଦେଇ ଅଲ୍‌ରାଉଣ୍ଡର ତଥା ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ଆଶ୍ଚର୍ଯ୍ୟଜନକ ଭାବେ ଅବସର ନେଇଛନ୍ତି।…

ବ୍ରାଉନସୁଗାର ଜବତ ଘଟଣା: ୪ ଜଣଙ୍କ ମଧ୍ୟରୁ ଜେଲ ହାଜତକୁ ଗଲେ ୩, ଜଣେ ଖଲାସ

ହାଟଡିହୀ/କେନ୍ଦୁଝର,୨୮।୬(ଶୁଭକାନ୍ତ ନାୟକ/ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାଉନସୁଗାର ଜବତ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଜେଲ ହାଜତକୁ…

ଚେନ୍ନାଇରୁ ଘରକୁ ଫେରିବା ବାଟରେ ଶ୍ରମିକ ନିଖୋଜ, ଖୋଜିବା ପାଇଁ ସ୍ତ୍ରୀଙ୍କ ନିବେଦନ

ଦେବଗଡ,୨୮ା୬(ଶଶାଙ୍କ ଶେଖର ଝାଙ୍କର): ଚେନ୍ନାଇରୁ ଘରକୁ ଫେରୁଥିବା ସମୟରେ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳର ପୁରମୁଣ୍ଡା ଗ୍ରାମର ଜଣେ ଶ୍ରମିକ ନିଖୋଜ ହୋଇଯାଇଥିବା ଜଣାପଡିଛି ।…

ମହାନଦୀରେ ବୁଡ଼ିଗଲେ ୩ କଲେଜ ଛାତ୍ର

କଟକ,୨୮।୬(ପ୍ରଭୁକଲ୍ୟାଣ ପାଲ୍‌): ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀରେ ଏକ ଅଘଟଣ ଘଟିଛି। ମହାନଦୀର ବୁଡ଼ି ୩ଜଣ କଲେଜ ଛାତ୍ର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ…

ଧରିତ୍ରୀର ମହାପ୍ରଭାବ: ତୁମୋନିଖୋଲ ଗ୍ରାମରେ ପହଞ୍ଚିଲା ବ୍ଲକ ପ୍ରଶାସନ, ସମସ୍ୟାର ସମାଧାନ ପାଇଁ ବିଡିଓଙ୍କ ତ୍ବରିତ ପଦକ୍ଷେପ

ଥୁଆମୂଳ ରାମପୁର,୨୮।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ଗ୍ରାମପଞ୍ଚାୟତର ଉପାନ୍ତ ତୁମୋନିଖୋଲ ଗ୍ରାମର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ‘ଧରିତ୍ରୀ’ ଖବରକାଗଜରେ…

ପାଣି ନିଷ୍କାସନକୁ ନେଇ ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୧୫ ମାସ ପରେ ଅଭିଯୁକ୍ତ ୨ଭାଇଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମର ଅଶୋକ…

ଚାଷଜମିକୁ ଯାଉଥିବା ବେଳେ ନାଳ ନିକଟରେ ଟଳିପଡ଼ିଲେ ଚାଷୀ, ତାପରେ…

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ଼ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଚାଷଜମିକୁ ଯାଉଥିବା ବେଳେ ଟଳି ପଡିଲେ…

ବରଗଡ଼ର ଐତିହ୍ୟ ସନ୍ଧାନ, ସଂରକ୍ଷଣ ପାଇଁ ନିଆରା ଉଦ୍ୟମ, ଇତିହାସ ଗବେଷଣାକୁ ନୂଆ ଦିଗ ଦେବ ଐତିହ୍ୟ ପଦଯାତ୍ରା

ବରଗଡ଼,୨୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ପ୍ରାଚୀନ ଐତିହ୍ୟର ଚିହ୍ନଟ, ସଂରକ୍ଷଣ ଏବଂ ଏହାର ଆଧାରରେ ନୂତନ ଇତିହାସ ରଚନାର ଲକ୍ଷ୍ୟ ନେଇ ବରଗଡ଼ର ବୁଦ୍ଧିଜୀବୀମାନଙ୍କ ମିଳିତ ପ୍ରୟାସରେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri