ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ସ୍ବୀକୃତି: ଜାଣନ୍ତୁ ଲିଷ୍ଟରେ କେଉଁ ସ୍କୁଲ…

ଭୁବନେଶ୍ୱର,୨୩ା୬(ସୁଚିସ୍ମିତା ସାହୁ): କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଓ ହରିତ୍‌ ବିଦ୍ୟାଳୟ ମୂଲ୍ୟାଙ୍କନ (ଏସ୍‌ଏଚ୍‌ଭିଆର୍‌) ୨୦୨୫-୨୬ ପୁରସ୍କାର ନିମନ୍ତେ ଓଡ଼ିଶାର ୧୦ଟି ବିଦ୍ୟାଳୟ ଜାତୀୟସ୍ତରୀୟ ସ୍ବୀକୃତି ପାଇବାକୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକ ପରିମଳ, ପରିଚ୍ଛନ୍ନତା, ନିରାପଦ ପାନୀୟଜଳର ଉପଲବ୍ଧତା, ସବୁଜିମା ଓ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି।
ରାଜ୍ୟରୁ ପ୍ରାୟ ୨୦ଟି ବିଦ୍ୟାଳୟକୁ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ପାଇଁ ନାମାଙ୍କିତ କରାଯାଇଥିବାବେଳେ ସେଥିରୁ ୧୦ଟି ବିଦ୍ୟାଳୟକୁ ଏସ୍‌ଏଚ୍‌ଭିଆର୍‌ ଅନ୍ତର୍ଗତ ଜାତୀୟ ପୁରସ୍କାର ଓ ସ୍ବୀକୃତି ପାଇଁ ମନୋନୀତ କରାଯାଇଛି। ସେଗୁଡ଼ିକ ହେଲା ମୟୂରଭଞ୍ଜ ଜିଲାର ଖଇରବଣି ଆଶ୍ରମ ସ୍କୁଲ, ନୟାଗଡ଼ର ହାତିଆସିଲା ପ୍ରାଥମିକ ବିଦ୍ୟାଳୟ, ଜଗତ୍‌ସିଂହପୁରର ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ, କେନ୍ଦ୍ରାପଡ଼ାର ବୀଣାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେନ୍ଦୁଝରର ଫୁଲକଅଁଳେଇ ମୋଡାଲ ସ୍କୁଲ, ଖୋର୍ଦ୍ଧା ଜିଲା ସିକୋସ୍ଥିତ ଚନ୍ଦ୍ରଶେଖର ଦେବ ସରକାରୀ ହାଇସ୍କୁଲ, ସୋନପୁରର ସାଗରପାଲି ଜି.ଏମ୍‌. ହାଇସ୍କୁଲ, ଗଜପତି ଜିଲା କୌଇନପୁରର ମହେନ୍ଦ୍ରତନୟା ଆଶ୍ରମ ସ୍କୁଲ, ସମ୍ବଲପୁରର ବି.ଏମ୍‌. ପଟ୍ଟନାୟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କନ୍ଧମାଳର ରାବନାଜୁ ପ୍ରାଥମିକ ବିଦ୍ୟାଳୟ। ସ୍ବଚ୍ଛ ଏବଂ ହରିତ୍‌ ବିଦ୍ୟାଳୟ ମୂଲ୍ୟାଙ୍କନ ମୁଖ୍ୟତଃ ପରିମଳ ଓ ପରିଚ୍ଛନ୍ନତା, ନିରାପଦ ପାନୀୟଜଳର ଉପଲବ୍ଧତା, ସବୁଜିମା ଏବଂ ଜୈବ ବିବିଧତା ଭଳି ପ୍ରମୁଖ ମାନଦଣ୍ଡ ଉପରେ ମୂଲ୍ୟାଙ୍କନ କରେ। ଏହି ପଦକ୍ଷେପ ବିଦ୍ୟାଳୟଗୁଡ଼ିକୁ ଛାତ୍ରୀଛାତ୍ରଙ୍କ ସୁସ୍ଥ ସ୍ବାସ୍ଥ୍ୟକୁ ସୁନିଶ୍ଚିତ କରିବା ସହ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ। ଏହି ଜାତୀୟସ୍ତରୀୟ ମାନ୍ୟତା ଓଡ଼ିଶାର ଶିକ୍ଷୟିତ୍ରୀଶିକ୍ଷକ, ଛାତ୍ରୀଛାତ୍ର, ସ୍କୁଲ ପରିଚାଳନା କମିଟି ଏବଂ ସ୍ଥାନୀୟ ସମ୍ପ୍ରଦାୟର ମିଳିତ ପ୍ରୟାସକୁ ପ୍ରତିଫଳିତ କରୁଛି। ଏହି ସ୍ବୀକୃତି ପାଇବା ପରେ ବିଦ୍ୟାଳୟସ୍ତରରେ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ। ସୂଚନାଯୋଗ୍ୟ, ଜାତୀୟସ୍ତରରେ ୨୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୧୯୧ ସ୍କୁଲକୁ ଏସ୍‌ଏଚ୍‌ଭିଆର୍‌ ଅଧୀନରେ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ ନଗଦ ୧ ଲକ୍ଷ ଟଙ୍କା ପୁରସ୍କାର, ସ୍ବୀକୃତି ପ୍ରମାଣପତ୍ର ଏବଂ ତିନିଦିନିଆ ଏକ୍ସପୋଜର ପରିଦର୍ଶନରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?