ଶେୟାର ମାର୍କେଟ ନିବେଶ ନାଁରେ ୧୦ କୋଟି ଠକେଇ

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ଶେୟାର ମାର୍କେଟ୍‌ରେ ନିବେଶ ନାଁରେ ପ୍ରାୟ ୧୦ କୋଟି ଟଙ୍କା ଠକେଇ ର଼୍ୟାକେଟର ରହସ୍ୟ ଉନ୍ମୋଚନ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ଏଥିରେ ସମ୍ପୃକ୍ତ ଆଇଏଏଭିଆଇସି ପ୍ରାଇଭେଟ୍‌ ଲିମିଟେଡ୍‌ର ୨ ନିର୍ଦ୍ଦେଶକଙ୍କୁ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଅର୍ପନ ପଟେଲ ଓ ଆଦ୍ୟଜ୍ୟୋତି ନାୟକ। ସେମାନଙ୍କଠାରୁ ୯୦ ହଜାର ଟଙ୍କା ସହ ଲାପ୍‌ଟପ,ମୋବାଇଲ ଫୋନ ଓ ହାର୍ଡ ଡିସ୍କ ଜବତ କରାଯାଇଛି। ତେବେ ଗିରଫ ପରେ ସେମାନଙ୍କୁ ବାନ୍ଦ୍ରାସ୍ଥିତ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଇ କଟକସ୍ଥିତ ଓପିଆଇଡି କୋର୍ଟରେ ହାଜର କରିବ ଇଓଡବ୍ଲ୍ୟୁ। ପଚରାଉଚରା ଓ ପ୍ରାଥମିକ ତଦନ୍ତରୁ ଇଓଡବ୍ଲ୍ୟୁ ତାଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ସେମାନେ ମୁମ୍ବାଇର ଖାର ଅଞ୍ଚଳରେ ଘର ଭଡ଼ା ନେଇ ଏହି ଠକେଇ ର଼୍ୟାକେଟ ଚଳାଇଥିଲେ। ଓଡ଼ିଶା ସମେତ ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ତାଙ୍କ ଠକେଇ ସାମ୍ରାଜ୍ୟ ଲମ୍ବିଛି। ଓଡ଼ିଶାରୁ ପ୍ରାୟ ୪ଶହ ନିବେଶକଙ୍କଠାରୁ ୫କୋଟି ଟଙ୍କା ଠକି ନେଇଥିବା ଜଣାପଡିଛି।
ସୂଚନାନୁଯାୟୀ, ଦୁଇ ଅଭିଯୁକ୍ତ ୨୦୨୦-୨୧ ରେ www.iaavic.com ୱେବ୍‌ ସାଇଟ ଖୋଲିଥିଲେ। ଏହାପରେ ଆଇଏଏଭିଆଇ୍‌ସି ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀ ମାଧ୍ୟମରେ ଶେୟାର ମାର୍କେଟରେ ଟଙ୍କା ବିନିଯୋଗ କଲେ ଅଧିକ ସୁଧ ମିଳିବ ବୋଲି ଲୋକଙ୍କ ବିଶ୍ୱାସ ଜମାଇବା ଲାଗି ଆକର୍ଷଣୀୟ ଅଫର ସହ ଭିଡିଓ ୟୁଟ୍ୟୁବ୍‌ରେ ଛାଡିଥିଲେ। ପ୍ରଥମେ ୨ ହଜାରରୁ ୧ ଲକ୍ଷ ଭିତରେ ନିବେଶ କରିବାକୁ ପଡିବ। ତାଙ୍କ ରେଫରେନ୍ସରେ ଅନ୍ୟକେହି ନିବେଶ କଲେ ୧୫ ପ୍ରତିଶତ ଲାଭ ଦିଆଯିବ। ଏହି ଟଙ୍କା ଷ୍ଟକ୍‌ ମାର୍କେଟରେ ବିନିଯୋଗ ହେବ ଓ ପ୍ରତିଦିନ ଲାଭର ୧ ପ୍ରତିଶତ ଜମାକାରୀଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ। ୧୦ ମାସରୁ ବର୍ଷେ ଭିତରେ ମୂଳଜମାର ଦୁଇ ଗୁଣା ପାଇବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଆଦାୟ କରିଥିଲେ। ଏପରିକି ନିବେଶକଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ଅଭିଯୁକ୍ତମାନେ କମ୍ପାନୀର ଲଗ୍‌ଇନ୍‌ ଆଇଡି, ପାସ୍‌ୱାର୍ଡ, ଟୋଲ ଫ୍ରି ନମ୍ବର ବି ଜାରି କରିଥିଲେ। ୨୦୨୧ ଜୁଲାଇରେ ଯାଜପୁର ଜିଲା ବିଞ୍ଝାରପୁର ଅଞ୍ଚଳର ସ୍ବାଧୀନ କୁମାର ସ୍ବାଇଁ ଏଥିରେ ୧୫ ଲକ୍ଷ ଟଙ୍କା ନିବେଶ କରିଥିଲେ। ପରବର୍ତ୍ତୀ ସମୟରେ ସେ ଠକେଇର ଶିକାର ହୋଇଥିବା ଜାଣିବା ପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ୧ଲକ୍ଷ ୫୦୦ ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri