ଭୁବନେଶ୍ୱର ଆସିଲା ୧୫୫୦ ଇଭିଏମ୍‌

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଏହି ଅବସରରେ ଶନିବାର ଖୋର୍ଦ୍ଧା ଜିଲା ମୁଖ୍ୟାଳୟରୁ ଭୁବନେଶ୍ୱରକୁ ଇଭିଏମ୍‌ ଅଣାଯାଇଛି। ଚଳିତ ନିର୍ବାଚନରେ କର୍ପୋରେଟର ଓ ମେୟର ପଦବୀ ପାଇଁ ନିର୍ବାଚନ ହେଉଛି। ସମୁଦାୟ ୭୦୫ଟି ବୁଥ୍‌ରେ ଏନେଇ ମତଦାନ ହେବାକୁ ଯାଉଛି। ପ୍ରତି ବୁଥ୍‌ରେ ଦୁଇଟି ଲେଖାଏ ଇଭିଏମ୍‌ ମେଶିନ୍‌ ଆବଶ୍ୟକ। ତେଣୁ ୧୪୧୦ ଇଭିଏମ୍‌ ମେଶିନ୍‌ ଆବଶ୍ୟକ ହେବାକୁ ଥିବାବେଳେ ଅତିରିକ୍ତ ଭାବେ ୧୦ପ୍ରତିଶତ ଅର୍ଥାତ୍‌ ୧୪୦ଟି ଇଭିଏମ୍‌ ଆସିଥିବା ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ତ୍ରୁଟିମୁକ୍ତ ନିର୍ବାଚନ ପାଇଁ ମୋଟ୍‌ ୧୫୫୦ ଇଭିଏମ୍‌ ଭୁବନେଶ୍ୱରକୁ ଆସିଛି। ନିର୍ବାଚନ ସମୟରେ କେଉଁଠାରେ ଇଭିଏମ୍‌ ମେଶିନ ଖରାପ ହେଲେ ବା ପରିଚାଳନାଗତ ତ୍ରୁଟି ଦେଖାଦେଲେ ତୁରନ୍ତ ଏହି ଅତିରିକ୍ତ ଇଭିଏମ୍‌ ମଧ୍ୟରୁ ଯୋଗାଇ ଦିଆଯିବ। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗ୍‌ ରୁମ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟଙ୍କ ସମ୍ମୁଖରେ ୧୭ ଓ ୧୮ ତାରିଖ ଦୁଇଦିନ ଧରି ଇଭିଏମ୍‌ କମିଶନିଂ କରାଯିବ। ୨୨ ତାରିଖ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗ୍‌ରୁମ୍‌ରେ ଇଭିଏମ୍‌ଗୁଡିକୁ ରଖାଯିବ। ୨୩ରେ ଇଭିଏମ୍‌ଗୁଡିକ ମହାନଗରରେ ହୋଇଥିବା ବିଭିନ୍ନ ବୁଥ୍‌କୁ ସ୍ଥାନାନ୍ତର କରାଯିବ। ସେହିପରି ମହାନଗରର ବିଭିନ୍ନ ୱାର୍ଡ଼ରେ ସ୍ବାଧୀନରୁ ଏକାଧିକ ପ୍ରାର୍ଥୀ ରହିଥିବାବେଳେ ସମସ୍ତ ଚିହ୍ନ କିପରି ତ୍ରୁଟିମୁକ୍ତ ଭାବେ ଇଭିଏମ୍‌ରେ ସ୍ଥାନ ପାଇବ ସେନେଇ ଗୁରୁତ୍ୱ ଦିଆଯିବ। ମହାନଗର ନିର୍ବାଚନରେ ଭୋଟରମାନେ ପ୍ରଥମଥର ନୋଟା (ନନ୍‌ ଅଫ୍‌ ଦି ଏବଭ୍‌) ବ୍ୟବହାର ଲାଗି ସୁଯୋଗ ପାଇବେ। ୱାର୍ଡ଼ କୌଣସି ବି ପ୍ରାର୍ଥୀ ଯୋଗ୍ୟ ମନେ ନ ହେଲେ ଭୋଟର୍‌ ନୋଟା ବାଛିପାରିବେ। ତେବେ ଇଭିଏମ୍‌ ପରିଚାଳନା ଏବଂ ଭୋଟ୍‌ ଗଣତି ପର୍ଯ୍ୟନ୍ତ ସବୁ କିଛି କିପରି ଶାନ୍ତିଶୃଙ୍ଖଳାର ସହ ହେବ ସେନେଇ ଆନୁସଙ୍ଗିକ ବନ୍ଦୋବସ୍ତ କରାଯାଉଥିବା ଏଡିଏମ୍‌ କହିଛନ୍ତି। ସୂଚନାଯୋଗ୍ୟ, ଇଭିଏମର ତ୍ରୁଟିମୁକ୍ତ ପରିଚାଳନା ପାଇଁ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ତାଲିମ୍‌ ପ୍ରଦାନ କରାଯିବ। ୧୪ ତାରିଖରୁ ୧୬ତାରିଖ ୩ ଦିନ ପର୍ଯ୍ୟନ୍ତ ପୁଲିଂ ପର୍ସନ ଟ୍ରେନିଂ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri