ଭୁବନେଶ୍ୱର ଆସିଲା ୧୫୫୦ ଇଭିଏମ୍‌

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଏହି ଅବସରରେ ଶନିବାର ଖୋର୍ଦ୍ଧା ଜିଲା ମୁଖ୍ୟାଳୟରୁ ଭୁବନେଶ୍ୱରକୁ ଇଭିଏମ୍‌ ଅଣାଯାଇଛି। ଚଳିତ ନିର୍ବାଚନରେ କର୍ପୋରେଟର ଓ ମେୟର ପଦବୀ ପାଇଁ ନିର୍ବାଚନ ହେଉଛି। ସମୁଦାୟ ୭୦୫ଟି ବୁଥ୍‌ରେ ଏନେଇ ମତଦାନ ହେବାକୁ ଯାଉଛି। ପ୍ରତି ବୁଥ୍‌ରେ ଦୁଇଟି ଲେଖାଏ ଇଭିଏମ୍‌ ମେଶିନ୍‌ ଆବଶ୍ୟକ। ତେଣୁ ୧୪୧୦ ଇଭିଏମ୍‌ ମେଶିନ୍‌ ଆବଶ୍ୟକ ହେବାକୁ ଥିବାବେଳେ ଅତିରିକ୍ତ ଭାବେ ୧୦ପ୍ରତିଶତ ଅର୍ଥାତ୍‌ ୧୪୦ଟି ଇଭିଏମ୍‌ ଆସିଥିବା ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ତ୍ରୁଟିମୁକ୍ତ ନିର୍ବାଚନ ପାଇଁ ମୋଟ୍‌ ୧୫୫୦ ଇଭିଏମ୍‌ ଭୁବନେଶ୍ୱରକୁ ଆସିଛି। ନିର୍ବାଚନ ସମୟରେ କେଉଁଠାରେ ଇଭିଏମ୍‌ ମେଶିନ ଖରାପ ହେଲେ ବା ପରିଚାଳନାଗତ ତ୍ରୁଟି ଦେଖାଦେଲେ ତୁରନ୍ତ ଏହି ଅତିରିକ୍ତ ଇଭିଏମ୍‌ ମଧ୍ୟରୁ ଯୋଗାଇ ଦିଆଯିବ। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗ୍‌ ରୁମ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟଙ୍କ ସମ୍ମୁଖରେ ୧୭ ଓ ୧୮ ତାରିଖ ଦୁଇଦିନ ଧରି ଇଭିଏମ୍‌ କମିଶନିଂ କରାଯିବ। ୨୨ ତାରିଖ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗ୍‌ରୁମ୍‌ରେ ଇଭିଏମ୍‌ଗୁଡିକୁ ରଖାଯିବ। ୨୩ରେ ଇଭିଏମ୍‌ଗୁଡିକ ମହାନଗରରେ ହୋଇଥିବା ବିଭିନ୍ନ ବୁଥ୍‌କୁ ସ୍ଥାନାନ୍ତର କରାଯିବ। ସେହିପରି ମହାନଗରର ବିଭିନ୍ନ ୱାର୍ଡ଼ରେ ସ୍ବାଧୀନରୁ ଏକାଧିକ ପ୍ରାର୍ଥୀ ରହିଥିବାବେଳେ ସମସ୍ତ ଚିହ୍ନ କିପରି ତ୍ରୁଟିମୁକ୍ତ ଭାବେ ଇଭିଏମ୍‌ରେ ସ୍ଥାନ ପାଇବ ସେନେଇ ଗୁରୁତ୍ୱ ଦିଆଯିବ। ମହାନଗର ନିର୍ବାଚନରେ ଭୋଟରମାନେ ପ୍ରଥମଥର ନୋଟା (ନନ୍‌ ଅଫ୍‌ ଦି ଏବଭ୍‌) ବ୍ୟବହାର ଲାଗି ସୁଯୋଗ ପାଇବେ। ୱାର୍ଡ଼ କୌଣସି ବି ପ୍ରାର୍ଥୀ ଯୋଗ୍ୟ ମନେ ନ ହେଲେ ଭୋଟର୍‌ ନୋଟା ବାଛିପାରିବେ। ତେବେ ଇଭିଏମ୍‌ ପରିଚାଳନା ଏବଂ ଭୋଟ୍‌ ଗଣତି ପର୍ଯ୍ୟନ୍ତ ସବୁ କିଛି କିପରି ଶାନ୍ତିଶୃଙ୍ଖଳାର ସହ ହେବ ସେନେଇ ଆନୁସଙ୍ଗିକ ବନ୍ଦୋବସ୍ତ କରାଯାଉଥିବା ଏଡିଏମ୍‌ କହିଛନ୍ତି। ସୂଚନାଯୋଗ୍ୟ, ଇଭିଏମର ତ୍ରୁଟିମୁକ୍ତ ପରିଚାଳନା ପାଇଁ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ତାଲିମ୍‌ ପ୍ରଦାନ କରାଯିବ। ୧୪ ତାରିଖରୁ ୧୬ତାରିଖ ୩ ଦିନ ପର୍ଯ୍ୟନ୍ତ ପୁଲିଂ ପର୍ସନ ଟ୍ରେନିଂ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri