ଶିଳ୍ପ ପାଇଁ ୧ ଲକ୍ଷ ହେକ୍ଟର ଜମି

ଭୁବନେଶ୍ୱର,୩୦।୭(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଯୋଗାଇଦେବା ତଥା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ଇଡ୍‌କୋ ଦ୍ୱାରା ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରାଯାଇଛି। ଇଡ୍‌କୋ ଏଥିପାଇଁ ୧ ଲକ୍ଷ ହେକ୍ଟର ଜମି ଅଧିଗ୍ରହଣ କରିବ। ବିଜେଡି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଶୁକ୍ରବାର ପ୍ରଶ୍ନକାଳରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହା କହିଛନ୍ତି। ମୂଳ ପ୍ରଶ୍ନକର୍ତ୍ତା ପଚାରିଥିଲେ ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା ଲାଗି ସରକାର ଇଡ୍‌କୋ ଜରିଆରେ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରୁଛନ୍ତି। ଏହି ଯୋଜନାରେ ଭତରକନିକା ନିକଟସ୍ଥ ଡାଙ୍ଗମାଳ, ଖମାରସାହି, ବଗପାଟିଆ ଓ ପେଣ୍ଠ ବେଳାଭୂମି ନିକଟରେ ପରିବେଶ ଅନୁକୂଳ ଇକୋ କଟେଜ୍‌, ରିସର୍ଟ ପ୍ରତିଷ୍ଠା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ କାଟେଗୋରି-ଏ ଅଧୀନରେ ଭିତରକନିକା ନିକଟସ୍ଥ ଖମାରସାହିଠାରେ ୨୩.୨୯ ଏକର ଓ ଦୁର୍ଗାପ୍ରସାଦଠାରେ ୮.୧୪ ଏକର ଜମି ଚିହ୍ନଟ କରାଯାଇ ଏହାର ଲିଜ୍‌ ପାଇଁ ଇଡ୍‌କୋ ତରଫରୁ ଜିଲା କର୍ତ୍ତୃପକ୍ଷଙ୍କୁ ଆବେଦନ କରାଯାଇଛି। ଏହାଛଡ଼ା ପର୍ଯ୍ୟଟନ ବିଭାଗ ତରଫରୁ ଭିତରକନିକା ମାଷ୍ଟର ପ୍ଲାନ୍‌ ମାଧ୍ୟମରେ ଉକ୍ତ ଅଞ୍ଚଳର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରିବା ସହ ପେଣ୍ଠ ବେଳାଭୂମି ନିକଟରେ ଥିବା ସରକାରୀ ଜମିଗୁଡ଼ିକର ବିକାଶ ନିମନ୍ତେ ପ୍ରୟାସ କରାଯାଇଛି। ଅତିରିକ୍ତ ପ୍ରଶ୍ନରେ ବିଧାୟକ ନାଉରୀ ନାୟକ, ପ୍ରଶାନ୍ତ ବେହେରା, ତାରା ପ୍ରସାଦ ବାହିନୀପତି, ସୁଧାଂଶୁ ଶେଖର ପରିଡ଼ା, କୁସୁମ ଟେଟେ, ଅମର ଶତପଥୀ ପ୍ରମୁଖ ରାଜ୍ୟରେ ଶିଳ୍ପ ସ୍ଥାପନ ଓ କୋଣାର୍କ ଝୋଟକଳ ସମେତ ବନ୍ଦ ହୋଇଥିବା ଶିଳ୍ପର ପୁନରୁଦ୍ଧାର ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ବିଧାୟକମାନେ ନିଜ ଅଞ୍ଚଳରେ ଶିଳ୍ପ ପାଇଁ ପ୍ରସ୍ତାବ ଦେଲେ ତା’ ଉପରେ ସରକାର ବିଚାର କରିବେ। କେବଳ ଦାବି କଲେ ହେବନାହିଁ, ନିଜ ନିର୍ବାଚନ ମଣ୍ଡଳୀରେ ଜମି ଅଧିଗ୍ରହଣରେ ଯେପରି ସମସ୍ୟା ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ଏହା ହେଲେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଭାଗ ପଦକ୍ଷେପ ନେବ। କୋଣାର୍କ ଝୋଟକଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଘରୋଇ ସଂସ୍ଥାକୁ ବିକ୍ରି କରିଦିଆଯାଇଛି। ତା’ ଉପରେ ରାଜ୍ୟ ସରକାରଙ୍କର କିଛି କରିବାର ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଇଟି ହେବ ଅନୁବନ୍ଧିତ ମହାବିଦ୍ୟାଳୟ

ଭୁବନେଶ୍ୱର, ୪ା୪ (ବ୍ୟୁରୋ): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଆଇନ-୨୦୦୨କୁ ସଂଶୋଧନ କରାଯାଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଆଗତ ଏହି ସଂଶୋଧନ...

CORONAVIRUS UPDATE: ରାଜ୍ୟରେ ପୁଣି ୧୧୨ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଲା

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଆଉ ୧୧୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଜୋନ୍‌ସ୍ତରୀୟ କଳା ଉତ୍ସବ: ଭାଗ ନେଲେ ୫ ଜିଲାର ଛାତ୍ରୀଛାତ୍ର ଓ ଗାଇଡ୍‌ ଶିକ୍ଷକ

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ସହର ସ୍ଥିତ ମିଶନ ବାଳିକା ବିଦ୍ୟାଳୟ ପରିସରରେ ଜୋନ୍‌ସ୍ତରୀୟ କଳା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର...

କରୋନା ଲଢ଼େଇରେ ଆଉ ଜଣେ ଯୋଦ୍ଧା

ଝାରସୁଗୁଡ଼ା ଅଫିସ,୧୮ା୪- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ସରକାର ସମଗ୍ର ଦେଶବାସୀଙ୍କ ସହଯୋଗ ଲୋଡୁଥିବା ବେଳେ...

ଆଜି ରାଜ୍ୟରୁ ୧୧୯୩ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ରେକର୍ଡ ସଂଖ୍ୟକ

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୧୯୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୨,୩୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିମନ୍ତେ କାଠ ଅନୁକୂଳ

ଖଣ୍ଡପଡ଼ା,୫ା୩(ସ୍ବ.ପ୍ର.): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ଖଣ୍ଡପଡ଼ାଠାରେ ବୁଧବାର ସନ୍ଧ୍ୟାରେ କାଠ ଅନୁକୂଳ ଅନୁଷ୍ଠିତ ହୋଇଛି। ଖଣ୍ଡପଡ଼ା ଏନ୍‌ଏସିର...

୬୪ ପୋଲିସ ଅଧିକାରୀ ପାଇବେ ମୁଖ୍ୟମନ୍ତ୍ରୀ ମେଡାଲ

ଭୁବନେଶ୍ୱର,୧।୯(ବ୍ୟୁରୋ): ତଦନ୍ତରେ ଉତ୍କର୍ଷତା ଦେଖାଇଥିବା ୬୪ଜଣ ପୋଲିସ ଅଧିକାରୀଙ୍କୁ ‘ମୁଖ୍ୟମନ୍ତ୍ରୀ ମେଡାଲ’ ମିଳିବ। ଆସନ୍ତା ୪ ତାରିଖ ଶନିବାର ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଧିକାରୀଙ୍କୁ ପୁରସ୍କୃତ...

ଐତିହ୍ୟ ସ୍ଥଳ ନିକଟରେ ବେଆଇନ ନିର୍ମାଣ

ପୁରୁଣା ଭୁବନେଶ୍ୱର,୨୧ା୩ (ଡି.ଏନ.ଏ.): ରାଜଧାନୀକୁ ସରସ ସୁନ୍ଦର ରୂପେ ଗଢି ତୋଳିବାର ଦାୟିତ୍ୱ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ(ବିଏମସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କର ରହିଛି।...

Advertisement
Archives

Model This Week