Posted inଜାତୀୟ

ଖବରଦାତାଙ୍କ ଟୁଇଟ୍‌ ହଟାଇବା ଦାବିରେ ଭାରତ ପ୍ରଥମ

ନୂଆଦିଲ୍ଲୀ,୩୦ା୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଖବରଦାତା ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ପୋଷ୍ଟ ହଟାଇବା ପାଇଁ ଦାବି କରିବାରେ ବିଶ୍ୱରେ ଭାରତ ସବୁଠୁ ଆଗରେ ରହିଛି। ସେହିପରି ଟୁଇଟର ଆକାଉଣ୍ଟ ସୂଚନା ମାଗିବାରେ ଆମେରିକା ପରେ ଭାରତ ହେଉଛି ଦ୍ୱିତୀୟ। ଟୁଇଟର କମ୍ପାନୀକୁ ଭାରତ ସରକାର ମାଗିଥିବା ଏହି ତଥ୍ୟ ମୋଟ ବୈଶ୍ୱିକ ଅନୁରୋଧର ୧୯% ବୋଲି ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ପ୍ରଘଟ ହୋଇଛି।
ଟୁଇଟର୍‌ର ଟ୍ରାନ୍ସପରେନ୍ସି ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୧ ଜୁଲାଇରୁ ଡିସେମ୍ବର ମଧ୍ୟରେ ଭାରତ ସରକାର ଖବରଦାତା ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପକ୍ଷରୁ କରାଯାଇଥିବା ଟୁଇଟ୍‌ଗୁଡ଼ିକୁ ହଟାଇବା ପାଇଁ ସର୍ବାଧିକ ଦାବି କରିଥିଲେ। ସବୁ ପ୍ରକାର ୟୁଜର୍ସଙ୍କ କଣ୍ଟେଣ୍ଟ ବ୍ଲକିଂ ପାଇଁ ଅର୍ଡର ଜାରି କରିଥିବା ୫ ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ପ୍ରଥମରେ ରହିଛି। ସାରା ବିଶ୍ୱର ଖବରଦାତାଙ୍କ ଓ ନ୍ୟୁଜ୍‌ ଆଉଟ୍‌ଲେଟ୍‌ର ୩୪୯ ଭେରିଫାଏଡ୍‌ ଆକାଉଣ୍ଟ ବିରୋଧରେ ବିଭିନ୍ନ ରାଷ୍ଟ୍ର ଆପତ୍ତି ଉଠାଇଥିଲେ। ସେଗୁଡ଼ିକରୁ କରାଯାଇଥିବା ପୋଷ୍ଟ ହଟାଇବା ପାଇଁ ମୋଟ ୩୨୬ ଲିଗାଲ ଡିମାଣ୍ଡ (ଆଇନଗତ ଦାବି) କରାଯାଇଥିଲା। ୨୦୨୧ ଜାନୁୟାରୀରୁ ଜୁନ୍‌ ମଧ୍ୟରେ କରାଯାଇଥିବା ଦାବି ତୁଳନାରେ ଏଥିରେ ୧୦୩% ବୃଦ୍ଧି ଦେଖିବାକୁ ମିଳିଥିଲା। ଏହି କ୍ଷେତ୍ରରେ ସର୍ବାଧିକ ୧୧୪ ଦାବି କରିଥିବା ରାଷ୍ଟ୍ର ହେଉଛି ଭାରତ। ସେହିପରି ତୁର୍କୀ ୭୮, ରୁଷିଆ ୫୫ ଓ ପାକିସ୍ତାନ ପକ୍ଷରୁ ୪୮ ଥର ଅନୁରୂପ ଦାବି କରାଯାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୨୧ ଜାନୁୟାରୀ-ଜୁନ୍‌ ତାଲିକାରେ ମଧ୍ୟ ଭାରତ ସର୍ବାଗ୍ରେ ରହିଛି। ଏହି ଅବଧି ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ନିକଟରେ ସାରା ବିଶ୍ୱରୁ ୨୩୧ ଦାବି କରାଯାଇଥିଲା, ଯହିଁରୁ ଭାରତର ଲିଗାଲ ଡିମାଣ୍ଡ ସଂଖ୍ୟା ହେଉଛି ୮୯। ଅଦାଲତଙ୍କ ରାୟ ସମେତ ଉଭୟ ସରକାରୀ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କ ପରାମର୍ଶ ଏହି ଆଇନଗତ ଦାବିଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ। ୨୦୨୧ ଜାନୁୟାରୀ-ଜୁନ୍‌ରେ ବିଶ୍ୱର ଖବରଦାତା ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ୧୧ ଟୁଇଟ୍‌ ହଟାଯାଇଥିବାବେଳେ ଦ୍ୱିତୀୟାର୍ଦ୍ଧରେ ଏହା ୧୭କୁ ବୃଦ୍ଧି ପାଇଥିଲା।
ଗତ ବର୍ଷ ବଳାତ୍କାର ଶିକାର ହୋଇଥିବା ଜଣେ ଦଳିତ ନାବାଳିକାଙ୍କ ଫଟୋକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍‌ କରିଥିଲେ। ଏହା ଉପରେ ଟୁଇଟର ପକ୍ଷରୁ କୁହାଯାଇଛି ଯେ, ଭାରତର ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର୍‌) ମଧ୍ୟ ଜଣେ ଶିଶୁଙ୍କ ପ୍ରିଭେସି ପ୍ରସଙ୍ଗ ସମ୍ପର୍କିତ ଏକ ଟୁଇଟ୍‌ ହଟାଇବାକୁ କମ୍ପାନୀ ନିକଟରେ ଲିଗାଲ ଡିମାଣ୍ଡ କରିଥିଲେ। ସେହିପରି ଟୁଇଟର ଆକାଉଣ୍ଟ ସମ୍ପର୍କିତ ସୂଚନା ମାଗିବାରେ ଆମେରିକା ପରେ ଭାରତ ହେଉଛି ଦ୍ୱିତୀୟ। ଆମେରିକା ଏଭଳି ୨୦% ସୂଚନା ମାଗିଥିବାବେଳେ ଭାରତ ୧୯% ତଥ୍ୟ ଦାବି କରିଥିଲା। ଏହି କ୍ଷେତ୍ରରେ ଜାପାନ, ଫ୍ରାନ୍ସ ଓ ଜର୍ମାନୀ ମଧ୍ୟ ଶୀର୍ଷ ୫ ରାଷ୍ଟ୍ର ମଧ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?