Posted inଜାତୀୟ

ଖବରଦାତାଙ୍କ ଟୁଇଟ୍‌ ହଟାଇବା ଦାବିରେ ଭାରତ ପ୍ରଥମ

ନୂଆଦିଲ୍ଲୀ,୩୦ା୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଖବରଦାତା ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ପୋଷ୍ଟ ହଟାଇବା ପାଇଁ ଦାବି କରିବାରେ ବିଶ୍ୱରେ ଭାରତ ସବୁଠୁ ଆଗରେ ରହିଛି। ସେହିପରି ଟୁଇଟର ଆକାଉଣ୍ଟ ସୂଚନା ମାଗିବାରେ ଆମେରିକା ପରେ ଭାରତ ହେଉଛି ଦ୍ୱିତୀୟ। ଟୁଇଟର କମ୍ପାନୀକୁ ଭାରତ ସରକାର ମାଗିଥିବା ଏହି ତଥ୍ୟ ମୋଟ ବୈଶ୍ୱିକ ଅନୁରୋଧର ୧୯% ବୋଲି ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ପ୍ରଘଟ ହୋଇଛି।
ଟୁଇଟର୍‌ର ଟ୍ରାନ୍ସପରେନ୍ସି ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୧ ଜୁଲାଇରୁ ଡିସେମ୍ବର ମଧ୍ୟରେ ଭାରତ ସରକାର ଖବରଦାତା ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପକ୍ଷରୁ କରାଯାଇଥିବା ଟୁଇଟ୍‌ଗୁଡ଼ିକୁ ହଟାଇବା ପାଇଁ ସର୍ବାଧିକ ଦାବି କରିଥିଲେ। ସବୁ ପ୍ରକାର ୟୁଜର୍ସଙ୍କ କଣ୍ଟେଣ୍ଟ ବ୍ଲକିଂ ପାଇଁ ଅର୍ଡର ଜାରି କରିଥିବା ୫ ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ପ୍ରଥମରେ ରହିଛି। ସାରା ବିଶ୍ୱର ଖବରଦାତାଙ୍କ ଓ ନ୍ୟୁଜ୍‌ ଆଉଟ୍‌ଲେଟ୍‌ର ୩୪୯ ଭେରିଫାଏଡ୍‌ ଆକାଉଣ୍ଟ ବିରୋଧରେ ବିଭିନ୍ନ ରାଷ୍ଟ୍ର ଆପତ୍ତି ଉଠାଇଥିଲେ। ସେଗୁଡ଼ିକରୁ କରାଯାଇଥିବା ପୋଷ୍ଟ ହଟାଇବା ପାଇଁ ମୋଟ ୩୨୬ ଲିଗାଲ ଡିମାଣ୍ଡ (ଆଇନଗତ ଦାବି) କରାଯାଇଥିଲା। ୨୦୨୧ ଜାନୁୟାରୀରୁ ଜୁନ୍‌ ମଧ୍ୟରେ କରାଯାଇଥିବା ଦାବି ତୁଳନାରେ ଏଥିରେ ୧୦୩% ବୃଦ୍ଧି ଦେଖିବାକୁ ମିଳିଥିଲା। ଏହି କ୍ଷେତ୍ରରେ ସର୍ବାଧିକ ୧୧୪ ଦାବି କରିଥିବା ରାଷ୍ଟ୍ର ହେଉଛି ଭାରତ। ସେହିପରି ତୁର୍କୀ ୭୮, ରୁଷିଆ ୫୫ ଓ ପାକିସ୍ତାନ ପକ୍ଷରୁ ୪୮ ଥର ଅନୁରୂପ ଦାବି କରାଯାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୨୧ ଜାନୁୟାରୀ-ଜୁନ୍‌ ତାଲିକାରେ ମଧ୍ୟ ଭାରତ ସର୍ବାଗ୍ରେ ରହିଛି। ଏହି ଅବଧି ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ନିକଟରେ ସାରା ବିଶ୍ୱରୁ ୨୩୧ ଦାବି କରାଯାଇଥିଲା, ଯହିଁରୁ ଭାରତର ଲିଗାଲ ଡିମାଣ୍ଡ ସଂଖ୍ୟା ହେଉଛି ୮୯। ଅଦାଲତଙ୍କ ରାୟ ସମେତ ଉଭୟ ସରକାରୀ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କ ପରାମର୍ଶ ଏହି ଆଇନଗତ ଦାବିଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ। ୨୦୨୧ ଜାନୁୟାରୀ-ଜୁନ୍‌ରେ ବିଶ୍ୱର ଖବରଦାତା ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ୧୧ ଟୁଇଟ୍‌ ହଟାଯାଇଥିବାବେଳେ ଦ୍ୱିତୀୟାର୍ଦ୍ଧରେ ଏହା ୧୭କୁ ବୃଦ୍ଧି ପାଇଥିଲା।
ଗତ ବର୍ଷ ବଳାତ୍କାର ଶିକାର ହୋଇଥିବା ଜଣେ ଦଳିତ ନାବାଳିକାଙ୍କ ଫଟୋକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍‌ କରିଥିଲେ। ଏହା ଉପରେ ଟୁଇଟର ପକ୍ଷରୁ କୁହାଯାଇଛି ଯେ, ଭାରତର ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର୍‌) ମଧ୍ୟ ଜଣେ ଶିଶୁଙ୍କ ପ୍ରିଭେସି ପ୍ରସଙ୍ଗ ସମ୍ପର୍କିତ ଏକ ଟୁଇଟ୍‌ ହଟାଇବାକୁ କମ୍ପାନୀ ନିକଟରେ ଲିଗାଲ ଡିମାଣ୍ଡ କରିଥିଲେ। ସେହିପରି ଟୁଇଟର ଆକାଉଣ୍ଟ ସମ୍ପର୍କିତ ସୂଚନା ମାଗିବାରେ ଆମେରିକା ପରେ ଭାରତ ହେଉଛି ଦ୍ୱିତୀୟ। ଆମେରିକା ଏଭଳି ୨୦% ସୂଚନା ମାଗିଥିବାବେଳେ ଭାରତ ୧୯% ତଥ୍ୟ ଦାବି କରିଥିଲା। ଏହି କ୍ଷେତ୍ରରେ ଜାପାନ, ଫ୍ରାନ୍ସ ଓ ଜର୍ମାନୀ ମଧ୍ୟ ଶୀର୍ଷ ୫ ରାଷ୍ଟ୍ର ମଧ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶ ସମେତ ଏହି ୫ ରାଜ୍ୟର ନିର୍ବାଚନରେ ଭାଜପା ଖର୍ଚ୍ଚ କରିଛି ୩୪୦ କୋଟି

ନୂଆଦିଲ୍ଲୀ,୨୨।୯: ଚଳିତ ବର୍ଷ ଆରମ୍ଭରେ ହୋଇଥିବା ୫ରାଜ୍ୟ ବିଧାନସଭା ନିର୍ବାଚନରେ ଭାଜପା ୩୪୦ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ କରିଛି। ଅନ୍ୟପକ୍ଷରେ କଂଗ୍ରେସ ଏହି ରାଜ୍ୟଗୁଡ଼ିକରେ...

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୧୬।୬: ଉତ୍ତରପ୍ରଦେଶ ସରକାର ଉପଯୁକ୍ତ ଆଇନଗତ ପ୍ରକ୍ରୟା ବିନା ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଚଳାଇଥିବାରୁ ଏହାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଜମାଏତ୍‌-ଉଲେମା-ଇ-ହିନ୍ଦ୍‌ ଓ ଅନ୍ୟମାନେ...

ମୋଫେଡ ଚାଳକଙ୍କୁ ଦେଖି ଚାଲାଣ କାଟିବା ପରିବର୍ତ୍ତେ ହାତ ଯୋଡି ଦେଲା ପାଲିସ

ଚନ୍ଦୌଲି,୧୩।୯: ଉତ୍ତର ପ୍ରଦେଶରେ ଜଣେ ମୋଫେଡ ଚାଳକଙ୍କୁ ଦେଖି ଟ୍ରାଫିକ୍‌ ପୋଲିସ ଯାଞ୍ଚ କରି ଚାଲାଣ କାଟିବା ପରିବର୍ତ୍ତେ ହାତ ଯୋଡି ଦେବା ଏବେ ଚର୍ଚ୍ଚାର...

ପିତୃପୁରୁଷଙ୍କ ନାମରେ ଟ୍ରେନ୍‌ରେ କରାଯାଉଛି ସିଟ୍‌ ବୁକିଂ: ପରିବାର ସଦସ୍ୟ ପିତୃଦଣ୍ଡକୁ ଦେଉଛନ୍ତି ପହରା

ନୂଆଦିଲ୍ଲୀ,୧୮।୯: ଏବେ ପିତୃପକ୍ଷ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ମହାଳୟାଠାରୁ ୧୫ ଦିନ ଧରି ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। ଗୟାରେ ପିଣ୍ଡଦାନ ଲାଗି ଲୋକେ...

ଓମିକ୍ରନ୍‌ ଆତଙ୍କ ସହିତ ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨।୧୨: ଓମିକ୍ରନ୍‌ ଆତଙ୍କ ସହିତ ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯...

ନାରଦା ଷ୍ଟିଙ୍ଗ୍‌ ଅପରେଶନ୍‌ ମାମଲା: ୪ଟିଏମ୍‌ସି ନେତାଙ୍କୁ ଅନ୍ତରୀଣ ଜାମିନ

କୋଲକାତା,୨୮।୫: ନାରଦା ଷ୍ଟିଙ୍ଗ୍‌ ଅପରେଶନ୍‌ ମାମଲାରେ ପଶ୍ଚିମବଙ୍ଗର ୪ଜଣ ଟିଏମ୍‌ସି ନେତାଙ୍କୁ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ହାଇକୋର୍ଟ ୪ଜଣ ଟିଏମ୍‌ସି ନେତାଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ...

ଥିରୁଭାନନ୍ତପୁରମ୍‌ରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ଥିରୁଭାନନ୍ତପୁରମ୍‌,୨୪।୨: କାଲିକଟରୁ ଡାମାମ ଯାଉଥିବା ଏକ ବିମାନ ଥିରୁଭାନନ୍ତପୁରମ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଜରୁରୀ ଅବତରଣ...

ପ୍ଲାଷ୍ଟିକ୍‌ ବର୍ଜ୍ୟ ପଦାର୍ଥରୁ ହେବ ଟାଇଲ୍ସ୍‌ ନିର୍ମାଣ

ଡେରାଡୁନ୍‌,୪।୭: ଦେଶରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପଦାର୍ଥ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହାଯୋଗୁ ପ୍ରଦୂଷଣ ବୃଦ୍ଧି ପାଇଛି। ତେବେ ଉତ୍ତରଖଣ୍ଡ ଚାମୋଲି ମ୍ୟୁନିସିପାଲିଟି ପକ୍ଷରୁ...

Advertisement
Archives

Model This Week