ବାଇକ ହ୍ୟାଣ୍ଡେଲ୍‌ରେ ଟାଙ୍ଗି ଥିଲେ ଲକ୍ଷେ ୩୨ ହଜାର ଟଙ୍କା, ଚୋର ନେଇ ପାର୍‌

ଭଣ୍ଡାରିପୋଖରୀ,୧୪।୭ (ଡି.ଏନ.ଏ): ଭଣ୍ଡାରିପୋଖରୀ ବ୍ଲକ କୃଷି କାର୍ଯ୍ୟଳୟ ନିକଟରେ ଏକ ବଡ ଲୁଟ୍‌ ହୋଇଛି। ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ନିର୍ଗୁଣ୍ଡି ପଞ୍ଚାୟତ ଗୁହାଳିଆ ଗ୍ରାମର ଉମାକାନ୍ତ ଖଟୁଆଙ୍କ ବାଇକ ହ୍ୟାଣ୍ଡେଲରେ ଟଙ୍ଗା ଯାଇଥିବା ଏକ ଟଙ୍କା ବ୍ୟାଗ ଲୁଟ୍‌ କରିନେଇଛନ୍ତି। ବ୍ୟାଗ୍‌ରେ ଲକ୍ଷେ ୩୨ ହଜାର ଟଙ୍କା ଥିଲା। ଉମାକାନ୍ତ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳେ ପହଞ୍ଚି ଖୋଜାଖୋଜି କରିଥିଲେ ସୁଦ୍ଧା ସୁରାକ ପାଇନାହିଁ। ସ୍ବଚ୍ଛ ଭାରତ ଯୋଜନା ମୋଟିଭେଟର ଥିବା ଉମାକାନ୍ତ କୋଣସି କାମରେ ବ୍ଲକ କୃଷି କାର୍ଯ୍ୟାଳୟକୁ ଆସିଥିଲେ। କାର୍ଯ୍ୟାଳୟରୁ ଫେରି ବାଇକ ଉପରେ କିଛି ମଇଳା ପଡିଥିବା ଦେଖି ପାଣି ଆଣି ଧୋଇଥିଲେ। ଧୋଇସାରି ଟଙ୍କା ବ୍ୟାଗ ବାଇକ ହ୍ୟାଣ୍ଡେଲରେ ଟାଙ୍ଗି ବୋତଲ ଦେବାକୁ ଯାଇଥିବାବେଳେ ବାଇକରେ ଟଙ୍ଗା ଯାଇଥିବା ଟଙ୍କା ବ୍ୟାଗ କେହି ଲୁଟେରା ନେଇ ପାର ହୋଇଯାଇଥିଲେ। ଏ ସମ୍ପର୍କରେ ଥାନାରେ ମୌଖିକ ଅଭିଯୋଗ କରିବା ପରେ ପୋଲିସ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସୁରାକ ପାଇନାହିଁ। ଏଥିନେଇ ଉମାକାନ୍ତ ସୋମବାର ରାତିରେ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଥାନା କେଶ ନଂ ୧୨୮/୨୦ ରେ ରୁଜୁ କରିଛି । ପ୍ରକାଶ ଥାଉ କି କିଛି ଦିନ ଧରି ଚୋରି ଲୁଟ ବନ୍ଦ ଥିବା ବେଳେ ଏବେ ବଢ଼ିବାରେ ଲାଗିଲାଣି। ପୂର୍ବାହ୍ନ ବ୍ଲକ ଛକରେ ଲୋକ ହାଉଯାଉ ହେଉଥିବା ବେଳେ ଚୋରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍ଷାବୃତ୍ତି ଛାଡ଼ିଲେ, ବିଧାୟକଙ୍କ ଗାଡ଼ିରେ ସ୍କୁଲ ଆସିଲେ

ଖଇରା,୧୭।୧୨(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ତୁଡିଗଡିଆ ତେନ୍ତୁଳିଆପଡା ଗ୍ରାମର ଏକ ପରିତ୍ୟକ୍ତ ଘରେ ଭିକ୍ଷାବୃତ୍ତି କରୁଥିବା ଚନ୍ଦନ ଶବରଙ୍କ ନାବାଳକ ପିଲାମାନେ ଶୁକ୍ରବାରଠାରୁ ମୁଖ୍ୟ...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ସିଲ୍‌ ହେଲା ମଦ ଦୋକାନ

ଡେରାବିଶ, ୯।୪ (ସ୍ବ.ପ୍ର.)-ମହାମାରୀ କରୋନାକୁ ସାରାଦେଶରେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ରାଜ୍ୟରେ ଏହାକୁ କଡ଼ାକଡ଼ି କରାଯାଇଛି। ଲକ୍‌ଡାଉନ୍‌ ସମୟରେ ସମସ୍ତ ମଦ ଦୋକନ ବନ୍ଦ ରହିବ...

କରୋନା ସହାୟତା: ସ୍ବେଚ୍ଛାସେବୀ ସଂଗଠନ ‘ହିନ୍ଦ ସେବକ ସଂଘ’ ପକ୍ଷରୁ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଚୌଦ୍ୱାର,୨୨ା୪(ଡି.ଏନ୍‌.ଏ): ଲକ୍‌ଡାଉନ୍‌ ଯୋଗୁ ଗରିବା ତଥା ଖଟିଖିଆ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ସେମାନେ ଦୁଇ ଓଳି ଖାଇବା ପାଇଁ ପାଉ ନାହାନ୍ତି। ଏହି...

ମାଟି ତଳୁ ମିଳିଲା ପୁରାତନ ଦୀପଷ୍ଟାଣ୍ଡ

ଚମ୍ପୁଆ/ଝୁମ୍ପୁରା/ପାଟଣା,୧।୬(ଡି.ଏନ.ଏ/ସ୍ବ.ପ୍ର.)-ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତ ଅଧୀନ ରସବନ୍ତଳା ଗ୍ରାମରୁ ପୁରାତନ କାଳରେ ବ୍ୟବହାର ହେଉଥିବା ସୌଖୀନଯୁକ୍ତ କାରୁକାର୍ଯ୍ୟ ସମ୍ପନ୍ନ ଏକ ଦୀପଷ୍ଟାଣ୍ଡ...

ମୋବାଇଲରେ ଗେମ୍‌ ଖେଳିବାକୁ ବିରୋଧ କରିବାରୁ ନଦୀକୁ ଡେଇଁ ଆତ୍ମହତ୍ୟା କଲେ ନାବାଳକ

ବିଞ୍ଝାରପୁର,୪ା୧୦(ଡି.ଏନ.ଏ.): ମୋବାଇଲରେ ଗେମ୍‌ ଖେଳିବାକୁ ମା’ ବିରୋଧ କରିବାରୁ ଜଣେ ନାବାଳକ ରବିବାର ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯାଜପୁର ଜିଲା ବିଞ୍ଝାରପୁର ଥାନା ଚନ୍ଦ୍ରମୁଁ...

ବରିଷ୍ଠ ସାହିତ୍ୟିକ, ଗବେଷକଙ୍କ ପରଲୋକରେ ଶୋକ

କେନ୍ଦୁଝର , ୪।୪(ସ୍ବ.ପ୍ର.): ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଗବେଷକ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ (୯୦)ଙ୍କ ଶୁକ୍ରବାର ରାତିରେ ଦେହାନ୍ତ ହୋଇଯାଇଛି। ଶିଶୁ ସାହିତ୍ୟ କ୍ଷେତ୍ର...

ବଦଳିଲେ ଟାଉନ ଥାନାଧିକାରୀ

ବାରିପଦା ଅଫିସ,୧୧।୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନାଧିକାରୀ ଅଶୋକ କୁମାର ନାୟକଙ୍କର ଅନୁଗୋଳ ଜିଲାକୁ ବଦଳି ହୋଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପତ୍ରସଂଖ୍ୟା ୬୫୮(୧୦/୭/୨୦୧୯)ରେ...

‘ଅଭିଯୁକ୍ତ ମନ୍ତ୍ରୀଙ୍କୁ ଗିରଫ କର’

ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ୍‌/ନିଶ୍ଚିନ୍ତକୋଇଲି/ମାହାଙ୍ଗା/ ସାଲେପୁର,୫।୧(ସ୍ବ.ପ୍ର./ଡି.ଏନ୍‌.ଏ.) କଟକ ଜିଲା ମାହାଙ୍ଗା ବ୍ଲକର ନୃତାଙ୍ଗରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ୧୩ତମ...

Advertisement
Archives

Model This Week