ବ୍ରହ୍ମପୁରରେ ଖୋଲିଲା ୮ ସରକାରୀ ଜ୍ୱର କ୍ଲିନିକ: କରୋନା ଲକ୍ଷଣ ଉପରେ ମିଳିବ ପରାମର୍ଶ

ଛତ୍ରପୁର, ୧୪।୭( ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ତେଣୁ ବ୍ରହ୍ମପୁର ସହରରେ ୮ଟି ସରକାରୀ ସ୍ବତନ୍ତ୍ର ଜ୍ୱର କ୍ଲିନିକ୍‌ ଖୋଲାଯାଇଛି। ଉକ୍ତ କ୍ଲିନିକକୁ ଯାଇ ଲୋକେ ନିଜର କରୋନା ଲକ୍ଷଣ ଉପରେ ପରାମର୍ଶ ନେଇପାରିବେ। ଏ ନେଇ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ରିଟୁଇଟ୍‌କରି ସୂଚନା ଦେଇଛନ୍ତି। ଏହି ଜ୍ୱର କ୍ଲିନିକ୍‌ ବ୍ରହ୍ମପୁର ସହରରେ ଥିବା ଆସିକା ରୋଡ଼, ଆଗା ସାହି, ବୈକୁଣ୍ଠନଗର, ଗୁଡ୍‌ସେଡ୍‌ ରୋଡ଼, ଖୋଡାସିଙ୍ଗି, ଆମ୍ବପୁଆ, ଉତ୍ତରାମୁଖୀ, ଏସଏନଟି ରୋଡ଼ ରେଡ଼କ୍ରସ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଖୋଲାଯାଇଛି। ଏହା ଦୈନିକ ସକାଳ ୮ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଳମଞ୍ଜିିର ଅଭାବୀ ବିକ୍ରି: ବେପାରୀ ମାଲାମାଲ

କପ୍ତିପଦା,୪ା୬(ଡି.ଏନ.ଏ)- ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଯୋଗୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଶାଳମଞ୍ଜି, ମହୁଲ ଓ କେନ୍ଦୁପତ୍ର ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ...

ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର: ଯୁବକ ଗିରଫ

କୋରୁକୋଣ୍ଡା ୧୫।୧୦(ଡି.ଏନ.ଏ): ବିବାହର ମିଛ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। କୋରାପୁଟ ଜିଲାର ଦୋରାଗୁଡା ଗ୍ରାମର ନିରଞ୍ଜନ ଗରଡା(୨୨)...

ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ଆରମ୍ଭ;ଶିଳ୍ପ ପ୍ରତିଷ୍ଠା ଲାଗି ଯୁବ ଉଦ୍ୟୋଗୀଙ୍କୁ ଆହ୍ବାନ

ଭୁବନେଶ୍ୱର,୯-୧(ବ୍ୟୁରୋ): ବହୁ ପ୍ରାଚୀନ ସମୟରୁ ଓଡିଶା ଉଦ୍ୟୋଗ ବିକାଶକୁ ପ୍ରାଥମିକତା ଦେଇଆସିଛି। ପୂର୍ବ କାଳର ଏହି ଐତିହ୍ୟ ଏବେ କଳିଙ୍ଗ ଏବଂ ଉତ୍କଳ ବ୍ରାଣ୍ଡ ନାମରେ...

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସିଲ୍‌

ଭୋଗରାଇ, ୨୪।୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ସୋମବାର ସନ୍ଧ୍ୟାଠାରୁ ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱର ସୀମାନ୍ତକୁ ସିଲ୍‌...

‘ପାଣିପିଆ ଘଣ୍ଟା’ ଅଭିଯାନ: ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ବାଜିଲା ଘଣ୍ଟା

ବ୍ରହ୍ମପୁର ଅଫିସ,୨୫।୧୧: ଛାତ୍ରୀଛାତ୍ରଙ୍କ ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି। ପାଣି ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋମବାରଠାରୁ...

ଦବୁଛି କପିଳାସ ମନ୍ଦିର

ଢେଙ୍କାନାଳ ଅଫିସ, ୨୬।୮ – ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ ଉପରେ ବିପଦ ଘନେଇବାରେ...

୧୬ରୁ ପୁରୁଷୋତ୍ତମପୁର ସହର ଶଟ୍‌ଡାଉନ: ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୁଷୋତ୍ତମପୁର, ୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି। କେତେକ ଅମାନିଆ ଦୋକାନ ବଜାରରେ ସାମାଜିକ ଦୂରତ୍ୱ ରକ୍ଷା କରୁ...

କରୋନା ଟୀକା ପ୍ରଥମେ ଏହି ଦେଶର ଲୋକଙ୍କୁ ଦିଆଯିବ…

ମସ୍କୋ, ୩୦।୭: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଗତ ୬ ମାସ ଧରି ଆତଙ୍କ ଦେଖାଦେଇଥିବାବେଳେ ଆଶାର କିରଣ ଦେଖାଦେଇଛି। ବିଭିନ୍ନ ଦେଶର ବହୁ...

Coronavirus Update


Archives

Model This Week

Why Dharitri