୧ ଲକ୍ଷ ୧୨ ହଜାର

ଭାରତରେ ୨୦୧୯ରୁ ୨୦୨୧ ମଧ୍ୟରେ ୧ ଲକ୍ଷ ୧୨ ହଜାର ଦିନମଜୁରିଆ ଆତ୍ମହତ୍ୟା କରିଥିବା ବିଷୟ କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ୧୩ ଫେବୃୟାରୀରେ ଲୋକ ସଭାରେ ତଥ୍ୟ ଦେଇଛନ୍ତି। ଏହା ସରକାରୀ ତଥ୍ୟ। ସାଧାରଣରେ ଭାରତ ସରକାର ଏହିଭଳି ସମ୍ବେଦନଶୀଳ ତଥ୍ୟକୁ କେବେହେଲେ ସଚ୍ଚୋଟ ଭାବେ ପ୍ରକାଶ କରନ୍ତି ନାହିଁ। ସେଥିପାଇଁ ଲୋକ ସଭାରେ କହିଦିଆଯିବାର ଅର୍ଥ ନୁହେଁ ଯେ, ତାହା ସମ୍ପୂର୍ଣ୍ଣ ସତ୍ୟ। ସରକାରୀ ବ୍ୟବସ୍ଥାରେ ଆତ୍ମହତ୍ୟା ସଂଖ୍ୟା କମାଇବାର ଅନେକ ପନ୍ଥା ରହିଛି। ସର୍ବଦା କୁହାଯାଉଛି ସରକାର ଗରିବ, ଅସହାୟ ଓ ଦିନଦରିଦ୍ରଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା କରୁଛନ୍ତି। ତେବେ ଏଠାରେ ଯେଉଁ ଅବଧି ବିଷୟରେ ଉଲ୍ଲେଖ କରାଯାଇଛି, ସେଥିମଧ୍ୟରେ କୋଭିଡ୍‌-୧୯ ମହାମାରୀ ସମୟ ବିଶେଷଭାବେ ଅନ୍ତର୍ଭୁକ୍ତ ବୋଲି ବୁଝିବାକୁ ହେବ। ସରକାରୀ ତଥ୍ୟକୁ ହିସାବକୁ ନେଲେ ୧.୧୨ ଲକ୍ଷ ଦିନମଜୁରିଆ ଆତ୍ମହତ୍ୟା କରିବା ଅର୍ଥ ସର୍ବନିମ୍ନ ସେହି ସଂଖ୍ୟକ ପରିବାର ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିବେ। କାରଣ ଜଣେ ଦିନମଜୁରିଆ ଉପରେ ଅତି କମ୍‌ରେ ୪ରୁ ୫ ଜଣ ନିର୍ଭରଶୀଳ ଥାଆନ୍ତି। ପୁନଶ୍ଚ ଜାତୀୟ ଆପରାଧିକ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ରିପୋର୍ଟ ଯେ ଆତ୍ମହତ୍ୟା କରିଥିବା ସବୁ ଦିନମଜୁରିଆଙ୍କୁ ହିସାବକୁ ନେଇଥିବ ତାହାର ସତ୍ୟାସତ୍ୟ ଜାଣିବା କଷ୍ଟକର।
କରୋନା ଯୋଗୁ ଲୋକେ କିଭଳି ଅସ୍ବାଭାବିକ ସ୍ଥିତିର ସମ୍ମୁଖୀନ ହୋଇଥିଲେ ବଞ୍ଚତ୍ଥିବା ଲୋକଙ୍କୁ ବେଶି ବୁଝାଇବା ଦରକାର ନାହିଁ। ଅଚାନକ ଲକ୍‌ଡାଉନ୍‌ ଓ ଶଟ୍‌ଟାଉନ କରାଯିବା ଦ୍ୱାରା ପ୍ରବାସୀ ଶ୍ରମିକମାନେ ଖାଇବାକୁ ନ ପାଇ ଡହଳବିକଳ ହୋଇପଡ଼ିଥିଲେ। ଅନେକ ହଜାର ଶ୍ରମିକ ଚାଲି ଚାଲି ଘରକୁ ଫେରିଥିଲେ। ଘରେ ପହଞ୍ଚତ୍ବା ପରେ ନିଜର ଦକ୍ଷତା ଅନୁଯାୟୀ କୌଣସି ରୋଜଗାର ପନ୍ଥା ଅଧିକାଂଶଙ୍କୁ ମିଳି ନ ଥିଲା। ଫଳରେ ସମ୍ପୃକ୍ତ ପରିବାରର ଆର୍ଥିକ ଅବସ୍ଥା ଆହୁରି ଦୁର୍ବଳ ହୋଇଯାଇଥିଲା। ତେବେ କେନ୍ଦ୍ର ସରକାର ୨୦ ମାର୍ଚ୍ଚ ୨୦୨୦ରେ ପ୍ରାୟ ୮୦ କୋଟି ହିତାଧିକାରୀଙ୍କ ପାଇଁ ଖାଦ୍ୟ ନିରାପତ୍ତା ଯୋଜନା ଘୋଷଣା କରି ବାହାବା ନେବାକୁ ଚାହିଁଲେ। ଏହାର ଅନ୍ୟ ଅର୍ଥ ହେଲା ଯେ, ଦେଶର ୧୫୦ କୋଟି ମୋଟ ଲୋକସଂଖ୍ୟା ମଧ୍ୟରୁ ୮୦ କୋଟି ଅତ୍ୟନ୍ତ ଦରିଦ୍ର ଭାବେ ଜୀବନଯାପନ କରୁଛନ୍ତି। ଯଦି ଲକ୍‌ଡାଉନ/ଶଟ୍‌ଡାଉନ୍‌ ସମୟରେ ପ୍ରବାସୀମାନଙ୍କୁ ଯିଏ ଯେଉଁଠାରେ ଥିଲେ ସେହିଠାରେ ରହି କାର୍ଯ୍ୟ କରିବାର ସୁଯୋଗ ସରକାର ଦେଇଥାଆନ୍ତେ; ତେବେ ଏତେ ମାତ୍ରାରେ ସଂକ୍ରମଣ ବଢ଼ି ନ ଥାଆନ୍ତା ଏବଂ ତତ୍‌ସହିତ ଅନେକ କଳକାରଖାନା ଚାଲୁ ରହିବା ସହ ପରବର୍ତ୍ତୀ ସମୟରେ କର୍ମଯୋଗାଣର ଏସବୁ କ୍ଷେତ୍ର ହୋଇପାରିଥାଆନ୍ତା।
ଭାରତୀୟ ଅର୍ଥନୀତି ବିଶ୍ୱର ପଞ୍ଚମ ବୃହତ୍‌ ବୋଲି କୁହାଯାଉଛି। ଜି୨୦ ଅଧ୍ୟକ୍ଷ ପଦ ଭାରତ ନିକଟରେ ଥିବାରୁ ନେତାମାନେ ତାହାକୁ ନେଇ ଉତ୍ସବ ମନାଉଛନ୍ତି। ୨୦୧୬ ନଭେମ୍ବର ୮ ବିମୁଦ୍ରୀକରଣ ବେଳୁ ଧିମେଇ ଯାଇଥିବା ଅର୍ଥନୀତି କୋଭିଡ୍‌-୧୯ ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଥିଲା। ସେହି ଧାରା ଆହୁରି କ୍ଷୀଣ ହୋଇଚାଲିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟକୁ ଆସିପାରୁ ନ ଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବାରମ୍ବାର ରେପୋ ରେଟ୍‌ ବଢ଼ାଇଚାଲିଛି। ବିମୁଦ୍ରୀକରଣ ବେଳେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା ଧୂଳିସାତ୍‌ ହୋଇଥିଲା। ପରବର୍ତ୍ତୀ ସମୟରେ ବ୍ୟାଙ୍କ ଋଣ ନେଇ ଯେଉଁ କେତେଗୁଡ଼ିଏ ଉଧେଇବାକୁ ଚାହୁଁଥିଲେ, ଆର୍‌ବିଆଇର ସୁଧ ମାଡ଼ ସେମାନଙ୍କୁ ଆହୁରି ଦୁର୍ବଳ କରିଦେଇଛି। ଅର୍ଥାତ୍‌ ଯେଉଁ କେତେକ ସଂସ୍ଥା ବଞ୍ଚିଛନ୍ତି ସେଗୁଡ଼ିକ ମଧ୍ୟ ଧ୍ୱଂସ ପାଇଯିବା ସମ୍ଭବ ଲାଗୁଛି। ଏମିତି ଦେଖିଲେ ଦେଶରେ ବେକାରଙ୍କ ସଂଖ୍ୟା ବୃଦ୍ଧି ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ନିଯୁକ୍ତି ଦେଉଥିବା ଛୋଟିଆ ସଂସ୍ଥା ବୁଡ଼ିଗଲେ ସ୍ଥିତି ଅଣାୟତ୍ତ ହୋଇଯିବ। ଯାହା ଦେଖାଯାଏ ଛୋଟିଆ ଉଦ୍ୟୋଗରେ ବହୁ ଦିନମଜୁରିଆ, ସ୍ବଳ୍ପ ଆୟକାରୀ ବର୍ଗ କାମଧନ୍ଦା ପାଇଥାଆନ୍ତି। ଆଗକୁ ଆର୍ଥିକ ସଙ୍କଟ ଉତ୍କଟ ହେଲେ ବେକାରିଙ୍କ ସଂଖ୍ୟା ବହୁମାତ୍ରାରେ ବଢ଼ିଯିବ। ପୁଣି ଏତିକି ବେଳକୁ ୧୩ ଫେବୃୟାରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୨୫ ପ୍ରତିଶତକୁ ବୃଦ୍ଧି ପାଇ ପୁନଶ୍ଚ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଅର୍ଥାତ୍‌ ଉଚ୍ଚଦରରେ ଖାଦ୍ୟସାମଗ୍ରୀ କିଣିବାକୁ ଅସମର୍ଥ ବର୍ଗ ମଧ୍ୟ ଭୋକବିକଳରେ ମୃତ୍ୟୁମୁଖରେ ପଡ଼ିବା ଥୟ। ସରକାରଙ୍କ ନୀତିରେ ତୁରନ୍ତ ପରିବର୍ତ୍ତନ ନ ଆସିଲେ ଭାରତ ଚଳିତବର୍ଷ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବହୁଳ ଦେଶ ହେବା ସହିତ ଏହି ଭୂଖଣ୍ଡ ସର୍ବାଧିକ ଦରିଦ୍ରଙ୍କ ପାଇଁ ପରିଚିତି ହାସଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?