ବଢ଼ୁଛି ଜଙ୍ଗଲ ନିଆଁ, ନଷ୍ଟ ହେଉଛି ପରିବେଶ

ନବରଙ୍ଗପୁର,୧୫।୨(ବି.ପ୍ର.): ଜଙ୍ଗଲରେ ଲାଗୁଛି ନିଆଁ। ପରିବେଶ ପ୍ରଦୂଷଣ ସହ ମୂଲ୍ୟବାନ୍‌ ଔଷଧୀୟ ଗଛ ସବୁ ନଷ୍ଟ ହୋଇ ଜଙ୍ଗଲ କ୍ଷୟ ହେଉଛି। ବିଭିନ୍ନ କାରଣରୁ ଲୋକେ ନିଆଁ ଲଗାଉଛନ୍ତି। ତାହା ବ୍ୟାପି ଜଙ୍ଗଲ ଭିତରେ ପଶୁଛି। ପରିବେଶକୁ ନେଇ ସଚେତନ ଅଭାବ ସହ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସମ୍ପୃକ୍ତି ଓ ଭୋଟ ବ୍ୟାଙ୍କ ପାଇଁ ଜଙ୍ଗଲ ଜମିରେ ମକାଚାଷ କରାଯାଉଛି। ଚାଷ ପରେ ସେଠାରେ ନିଆଁ ଲଗାଯାଉଛି, ଯାହାକି ଏବେ ଜିଲା ପାଇଁ ଚିନ୍ତାର କାରଣ ପାଲଟିଛି। ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ସରକାର ସଚେତନତା କରାଇବା ସହ ଅନୁଦାନ ମଧ୍ୟ ଯୋଗାଉଛନ୍ତି। ତଥାପି ଜଙ୍ଗଲ ନିଅଁା ଦିନକୁ ଦିନ ବଢ଼ିବାରେ ଲାଗିଛି।
ମକାଚାଷ ପାଇଁ ନବରଙ୍ଗପୁର ଭାରତରେ ପ୍ରସିଦ୍ଧ। କୃଷି ବିଭାଗର ଆକଳନ ଅନୁଯାୟୀ ଜିଲାରେ ୬୦ ହଜାର ହେକ୍ଟର ଜମିରେ ମକାଚାଷ ହେଉଛି। ସେଥିରୁ ଜଙ୍ଗଲ ଜମିରେ ମକାଚାଷ ୧୭ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ। ତେବେ ଜିଲାର ଝରିଗାଁ, ଉମରକୋଟ ଓ ରାଇଘରରେ ଜଙ୍ଗଲରେ ଅଧିକ ନିଅଁା ଲାଗିଛି। ନିଆଁ ଲଗାଇବା ଘଟଣାରେ କାହାରିକୁ ଗିରଫ କରାଗଲେ ରାଜନୈତିକ ବ୍ୟକ୍ତିବିଶେଷମାନେ ଗିରଫ ନ କରିବା ପାଇଁ ବନ ବିଭାଗ କର୍ମଚାରୀଙ୍କୁ ଚାପ ପକାଉଥିବା ଅଭିଯୋଗ ହେଉଛି। ନବରଙ୍ଗପୁର ଜିଲାରେ ୭ଟି ରେଞ୍ଜରେ ୧୫୬ଟି ବନ ସୁରକ୍ଷା ସମିତି ରହିଛି। ଜଙ୍ଗଲରେ ନିଆଁ ଲାଗିରେ ଲିଭାଇବା ପାଇଁ ୭ଟି ସ୍କ୍ବାଡ୍‌ ଗଠନ କରାଯାଇଛି। ଗୋଟିଏ ସ୍କ୍ବାଡ୍‌ରେ ୧୦ ଜଣ ଅଛନ୍ତି। ଆବଶ୍ୟକ ଉପକରଣ ସହ ଜଙ୍ଗଲରେ ନିଆଁ ଲାଗିଲେ ତାହାକୁ ଲିଭାଇବାକୁ ନେଇ ତାଲିମ ଦିଆଯାଇଛି। ବନ ସୁରକ୍ଷା ସମିତି ସହ ମିଶି ନିଆଲିଭାଇବା ଓ ସଚେତନ କରିବାକୁ ୧୯୦ ଏସ୍‌ଏଚ୍‌ଜିଙ୍କୁ ୨ ହଜାର ୫ଶହ ଟଙ୍କା ଲେଖାଏ ଦିଆଯାଉଛି। ଏହାକୁ ୮୦ଟି ବନ ସୁରକ୍ଷା ସମିତି ସହ ସାମିଲ କରାଯାଇଛି। ସଚେତନତା ଓ ନିଆଁ ଲିଭାଇବାରେ ସହଯୋଗ କରିବାକୁ ୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟ ୫୫ ବନସୁରକ୍ଷା ସମିତିଓ ୩୦ ଗ୍ରାମବାସୀଙ୍କୁ ୬ ହଜାର ଟଙ୍କା ହିସାବରେ ୩ ଲକ୍ଷ ୩୦ ହଜାର ଟଙ୍କା ଦିଆଯାଇଛି। ନିଆଁ ଲିଭାଇବା ପାଇଁ ୨୮ଟି ବ୍ଲଏରର୍ସ ଯୋଗାଇ ଦିଆଯାଇଛି। ନବରଙ୍ଗପୁର ଜିଲାର ୭ ରେଞ୍ଜ ମଧ୍ୟରୁ ଝରିଗାଁରେ ସର୍ବାଧିକ ନିଆଁ ଲାଗିଛି। ଝରିଗାଁ ରେଞ୍ଜରେ ୩୦୩, ରାଇଘରରେ ୧୭୨, ଉମରକୋଟରେ ୧୪୫, ଡାବୁଗାଁରେ ୨୦, ନବରଙ୍ଗପୁରରେ ୬ ଓ କୋଡିଙ୍ଗା ରେଞ୍ଜରେ ଗୋଟିଏ ସ୍ଥାନରେ ନିଆଁ ଲାଗିଛି। ଜିଲାର ୬୪୭ ସ୍ଥାନରେ ଜଙ୍ଗଲରେ ନିଅଁା ଲାଗିଥିବାବେଳେ ସେଥିମଧ୍ୟରୁ ଜଙ୍ଗଲ ଅଞ୍ଚଳ ୧୧, ଗ୍ରାମୀଣ ଜଙ୍ଗଲ ୩, ଜଙ୍ଗଲ ଜମିରେ ମକାଚାଷ ପରେ ୬୨୫ ସ୍ଥାନରେ ଓ ୮ଟି ଅନ୍ୟ କୃଷି ଅଞ୍ଚଳ ସ୍ଥାନରେ ନିଆଁ ଲାଗିଛି। ଜିଲାର ୭ଟି ରେଞ୍ଜ ଅଧୀରେ ୭୮ଟି ସ୍ଥାନରେ ଅଣଜଙ୍ଗଲ ଜମି ଅଞ୍ଚଳରେ ନିଅଁା ଲାଗିଥିବା ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଜିଲାରେ ୭୨୫ ସ୍ଥାନରେ ସ୍କ୍ବାଡ୍‌ ନିଆଁ ଲିଭାଇଛନ୍ତି।
ଜାନୁୟାରୀରୁ ଜଙ୍ଗଲ ଜମିରେ ନିଆଁ ଲାଗିବା ଆରମ୍ଭ ହୋଇ ଫେବୃୟାରୀରେ ବଢ଼ି ମାର୍ଚ୍ଚ ମାସ ଆଡ଼କୁ କମିଯାଏ। ଏହାର ମୁଖ୍ୟ କାରଣ ନଭେମ୍ବର ମାସରୁ ମକାଚାଷ ଆରମ୍ଭ ହୋଇଥାଏ ା ମକା ଗଛ ଶୁଖିବା ପାଇଁ ସମୟ ଲାଗେ। ଅମଳର ୨ମାସ ଅପେକ୍ଷା ପରେ ମକା କ୍ଷେତରେ ନିଆଁ ଲଗାଇଦେଇଥାନ୍ତି ଚାଷୀ। ଜଙ୍ଗଲ ପରିସୀମାକୁ ଲାଗି ରହିଥିବା ମକା କ୍ଷେତର ନିଆଁ ଜଙ୍ଗଲ ଆଡ଼କୁ ଗତି କରୁଛି। ୨୦୨୦ରେ ୨୭୦.୨୫ ହେକ୍ଟର, ୨୦୨୧ରେ ୫୨୮.୮୮ ହେକ୍ଟରରେ ନିଅଁା ଲାଗିଥିଲା। ୨୦୨୨ ବର୍ଷରେ ନିଅଁା ଲାଗିଥିବା ଅଞ୍ଚଳର ଆକଳନ ଚାଲିଛି। ଜଙ୍ଗଲରେ ନିଅଁା ଲାଗିବା ଘଟଣାକୁ ନେଇ କ’ଣ ପଦକ୍ଷେପ ନିଆଯାଇଛିି ବୋଲି ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ରଙ୍କୁ ପଚାରିବାରୁ, ନିଆଁ ଲାଗିବା ଖବର ମିଳିବା ପରେ ସ୍କ୍ବାଡ୍‌ ପହଞ୍ଚତ୍ ନିଅଁା ଲିଭାଉଛନ୍ତି। ଏଥିସହ ବନ ସୁରକ୍ଷା ସମିତି ଓ ଏସ୍‌ଏଚ୍‌ଜି ପକ୍ଷରୁ ସଚେତନ କରାଯାଉଛି। ଜଙ୍ଗଲ ଜମିରେ ନିଆଁ ଲଗାଇବା ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି। କାର୍ଯ୍ୟରେ ଅବହେଳା ଯୋଗୁ ୨୦ ଜଣ ଫରେଷ୍ଟର ଓ ଗାର୍ଡଙ୍କ ଦରମା ବନ୍ଦ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?