ବଢ଼ୁଛି ଜଙ୍ଗଲ ନିଆଁ, ନଷ୍ଟ ହେଉଛି ପରିବେଶ

ନବରଙ୍ଗପୁର,୧୫।୨(ବି.ପ୍ର.): ଜଙ୍ଗଲରେ ଲାଗୁଛି ନିଆଁ। ପରିବେଶ ପ୍ରଦୂଷଣ ସହ ମୂଲ୍ୟବାନ୍‌ ଔଷଧୀୟ ଗଛ ସବୁ ନଷ୍ଟ ହୋଇ ଜଙ୍ଗଲ କ୍ଷୟ ହେଉଛି। ବିଭିନ୍ନ କାରଣରୁ ଲୋକେ ନିଆଁ ଲଗାଉଛନ୍ତି। ତାହା ବ୍ୟାପି ଜଙ୍ଗଲ ଭିତରେ ପଶୁଛି। ପରିବେଶକୁ ନେଇ ସଚେତନ ଅଭାବ ସହ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସମ୍ପୃକ୍ତି ଓ ଭୋଟ ବ୍ୟାଙ୍କ ପାଇଁ ଜଙ୍ଗଲ ଜମିରେ ମକାଚାଷ କରାଯାଉଛି। ଚାଷ ପରେ ସେଠାରେ ନିଆଁ ଲଗାଯାଉଛି, ଯାହାକି ଏବେ ଜିଲା ପାଇଁ ଚିନ୍ତାର କାରଣ ପାଲଟିଛି। ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ସରକାର ସଚେତନତା କରାଇବା ସହ ଅନୁଦାନ ମଧ୍ୟ ଯୋଗାଉଛନ୍ତି। ତଥାପି ଜଙ୍ଗଲ ନିଅଁା ଦିନକୁ ଦିନ ବଢ଼ିବାରେ ଲାଗିଛି।
ମକାଚାଷ ପାଇଁ ନବରଙ୍ଗପୁର ଭାରତରେ ପ୍ରସିଦ୍ଧ। କୃଷି ବିଭାଗର ଆକଳନ ଅନୁଯାୟୀ ଜିଲାରେ ୬୦ ହଜାର ହେକ୍ଟର ଜମିରେ ମକାଚାଷ ହେଉଛି। ସେଥିରୁ ଜଙ୍ଗଲ ଜମିରେ ମକାଚାଷ ୧୭ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ। ତେବେ ଜିଲାର ଝରିଗାଁ, ଉମରକୋଟ ଓ ରାଇଘରରେ ଜଙ୍ଗଲରେ ଅଧିକ ନିଅଁା ଲାଗିଛି। ନିଆଁ ଲଗାଇବା ଘଟଣାରେ କାହାରିକୁ ଗିରଫ କରାଗଲେ ରାଜନୈତିକ ବ୍ୟକ୍ତିବିଶେଷମାନେ ଗିରଫ ନ କରିବା ପାଇଁ ବନ ବିଭାଗ କର୍ମଚାରୀଙ୍କୁ ଚାପ ପକାଉଥିବା ଅଭିଯୋଗ ହେଉଛି। ନବରଙ୍ଗପୁର ଜିଲାରେ ୭ଟି ରେଞ୍ଜରେ ୧୫୬ଟି ବନ ସୁରକ୍ଷା ସମିତି ରହିଛି। ଜଙ୍ଗଲରେ ନିଆଁ ଲାଗିରେ ଲିଭାଇବା ପାଇଁ ୭ଟି ସ୍କ୍ବାଡ୍‌ ଗଠନ କରାଯାଇଛି। ଗୋଟିଏ ସ୍କ୍ବାଡ୍‌ରେ ୧୦ ଜଣ ଅଛନ୍ତି। ଆବଶ୍ୟକ ଉପକରଣ ସହ ଜଙ୍ଗଲରେ ନିଆଁ ଲାଗିଲେ ତାହାକୁ ଲିଭାଇବାକୁ ନେଇ ତାଲିମ ଦିଆଯାଇଛି। ବନ ସୁରକ୍ଷା ସମିତି ସହ ମିଶି ନିଆଲିଭାଇବା ଓ ସଚେତନ କରିବାକୁ ୧୯୦ ଏସ୍‌ଏଚ୍‌ଜିଙ୍କୁ ୨ ହଜାର ୫ଶହ ଟଙ୍କା ଲେଖାଏ ଦିଆଯାଉଛି। ଏହାକୁ ୮୦ଟି ବନ ସୁରକ୍ଷା ସମିତି ସହ ସାମିଲ କରାଯାଇଛି। ସଚେତନତା ଓ ନିଆଁ ଲିଭାଇବାରେ ସହଯୋଗ କରିବାକୁ ୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟ ୫୫ ବନସୁରକ୍ଷା ସମିତିଓ ୩୦ ଗ୍ରାମବାସୀଙ୍କୁ ୬ ହଜାର ଟଙ୍କା ହିସାବରେ ୩ ଲକ୍ଷ ୩୦ ହଜାର ଟଙ୍କା ଦିଆଯାଇଛି। ନିଆଁ ଲିଭାଇବା ପାଇଁ ୨୮ଟି ବ୍ଲଏରର୍ସ ଯୋଗାଇ ଦିଆଯାଇଛି। ନବରଙ୍ଗପୁର ଜିଲାର ୭ ରେଞ୍ଜ ମଧ୍ୟରୁ ଝରିଗାଁରେ ସର୍ବାଧିକ ନିଆଁ ଲାଗିଛି। ଝରିଗାଁ ରେଞ୍ଜରେ ୩୦୩, ରାଇଘରରେ ୧୭୨, ଉମରକୋଟରେ ୧୪୫, ଡାବୁଗାଁରେ ୨୦, ନବରଙ୍ଗପୁରରେ ୬ ଓ କୋଡିଙ୍ଗା ରେଞ୍ଜରେ ଗୋଟିଏ ସ୍ଥାନରେ ନିଆଁ ଲାଗିଛି। ଜିଲାର ୬୪୭ ସ୍ଥାନରେ ଜଙ୍ଗଲରେ ନିଅଁା ଲାଗିଥିବାବେଳେ ସେଥିମଧ୍ୟରୁ ଜଙ୍ଗଲ ଅଞ୍ଚଳ ୧୧, ଗ୍ରାମୀଣ ଜଙ୍ଗଲ ୩, ଜଙ୍ଗଲ ଜମିରେ ମକାଚାଷ ପରେ ୬୨୫ ସ୍ଥାନରେ ଓ ୮ଟି ଅନ୍ୟ କୃଷି ଅଞ୍ଚଳ ସ୍ଥାନରେ ନିଆଁ ଲାଗିଛି। ଜିଲାର ୭ଟି ରେଞ୍ଜ ଅଧୀରେ ୭୮ଟି ସ୍ଥାନରେ ଅଣଜଙ୍ଗଲ ଜମି ଅଞ୍ଚଳରେ ନିଅଁା ଲାଗିଥିବା ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଜିଲାରେ ୭୨୫ ସ୍ଥାନରେ ସ୍କ୍ବାଡ୍‌ ନିଆଁ ଲିଭାଇଛନ୍ତି।
ଜାନୁୟାରୀରୁ ଜଙ୍ଗଲ ଜମିରେ ନିଆଁ ଲାଗିବା ଆରମ୍ଭ ହୋଇ ଫେବୃୟାରୀରେ ବଢ଼ି ମାର୍ଚ୍ଚ ମାସ ଆଡ଼କୁ କମିଯାଏ। ଏହାର ମୁଖ୍ୟ କାରଣ ନଭେମ୍ବର ମାସରୁ ମକାଚାଷ ଆରମ୍ଭ ହୋଇଥାଏ ା ମକା ଗଛ ଶୁଖିବା ପାଇଁ ସମୟ ଲାଗେ। ଅମଳର ୨ମାସ ଅପେକ୍ଷା ପରେ ମକା କ୍ଷେତରେ ନିଆଁ ଲଗାଇଦେଇଥାନ୍ତି ଚାଷୀ। ଜଙ୍ଗଲ ପରିସୀମାକୁ ଲାଗି ରହିଥିବା ମକା କ୍ଷେତର ନିଆଁ ଜଙ୍ଗଲ ଆଡ଼କୁ ଗତି କରୁଛି। ୨୦୨୦ରେ ୨୭୦.୨୫ ହେକ୍ଟର, ୨୦୨୧ରେ ୫୨୮.୮୮ ହେକ୍ଟରରେ ନିଅଁା ଲାଗିଥିଲା। ୨୦୨୨ ବର୍ଷରେ ନିଅଁା ଲାଗିଥିବା ଅଞ୍ଚଳର ଆକଳନ ଚାଲିଛି। ଜଙ୍ଗଲରେ ନିଅଁା ଲାଗିବା ଘଟଣାକୁ ନେଇ କ’ଣ ପଦକ୍ଷେପ ନିଆଯାଇଛିି ବୋଲି ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ରଙ୍କୁ ପଚାରିବାରୁ, ନିଆଁ ଲାଗିବା ଖବର ମିଳିବା ପରେ ସ୍କ୍ବାଡ୍‌ ପହଞ୍ଚତ୍ ନିଅଁା ଲିଭାଉଛନ୍ତି। ଏଥିସହ ବନ ସୁରକ୍ଷା ସମିତି ଓ ଏସ୍‌ଏଚ୍‌ଜି ପକ୍ଷରୁ ସଚେତନ କରାଯାଉଛି। ଜଙ୍ଗଲ ଜମିରେ ନିଆଁ ଲଗାଇବା ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଛି। କାର୍ଯ୍ୟରେ ଅବହେଳା ଯୋଗୁ ୨୦ ଜଣ ଫରେଷ୍ଟର ଓ ଗାର୍ଡଙ୍କ ଦରମା ବନ୍ଦ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri