Posted inଜାତୀୟ

ସୁପ୍ରିମକୋର୍ଟରେ ପ୍ରଦୀପଙ୍କ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୫।୨: ଓଡ଼ିଶାର ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ଲୋକାୟୁକ୍ତ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍‌ ପିଟିଶନ ଦାଏର କରିଥିଲେ। ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଏହା ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ସୋମବାର ପୂର୍ବରୁ ଲିଖିତ ଜବାବ ଦାଖଲ କରିବା ପାଇଁ ଜଷ୍ଟିସ୍‌ ଅଜୟ ରାସ୍ତୋଗୀ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କ ଖଣ୍ଡପୀଠ ଉଭୟ ପକ୍ଷର ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାଣିଗ୍ରାହୀଙ୍କ ବିରୋଧରେ ମାମଲାର ତଦନ୍ତ ଶେଷ ହୋଇଛି। ପ୍ରାଥମିକ ତଦନ୍ତରୁ ବିଧାୟକଙ୍କ ବିରୋଧରେ ଦୁର୍ନୀତି ମାମଲାରେ ବ୍ୟାପକ ଆପରାଧିକ ତଥ୍ୟ ମିଳିଥିବା ଲୋକାୟୁକ୍ତ ପୂର୍ବରୁ ଖଣ୍ଡପୀଠଙ୍କୁ ଜଣାଇଥିଲେ।
ଦୁର୍ନୀତି ମାମଲାରେ ରାଜ୍ୟ ଭିଜିଲାନ୍ସ ବିଭାଗ ଅଭିଯୋଗକାରୀ ହୋଇଥିବାରୁ ଲୋକାୟୁକ୍ତ ଏହାକୁ ପାଣିଗ୍ରାହୀଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ପୂର୍ବରୁ ଓଡ଼ିଶା ହାଇକୋର୍ଟ ରାୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଲୋକାୟୁକ୍ତ ସର୍ବୋଚ୍ଚ ଅଦାଲତରେ ସ୍ବତନ୍ତ୍ର ଲିଭ୍‌ ପିଟିଶନ ଦାଏର କରିଥିଲେ। ୨୦୨୧ଏପ୍ରିଲ ୨୩ରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଲଗାଇଥିଲେ। ସୂଚନାଯୋଗ୍ୟ, ବିଧାୟକ ପାଣିଗ୍ରାହୀଙ୍କ ବିରେରଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଡିସେମ୍ବର ୭ରେ ଏହାକୁ ଲୋକାୟୁକ୍ତଙ୍କ ନିକଟକୁ ପଠାଇଥିଲେ। ଲୋକାୟୁକ୍ତ ଉକ୍ତ ସୁପାରିସକୁ ଗ୍ରହଣ କରି ପ୍ରାଥମିକ ତଦନ୍ତ କରିବା ସହ ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri