୭ମ ଅର୍ଥନୈତିକ ଗଣନା-୨୦୧୯ ଆରମ୍ଭ:ଠିକ୍‌ ତଥ୍ୟ ସଂଗ୍ରହରେ ହେବ ଆର୍ଥିକ ବିକାଶ

ଢେଙ୍କାନାଳ ଅଫିସ,୨୭ା୮

ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ୭ମ ଅର୍ଥନୈତିକ ଗଣନା ୨୦୧୯ ସୋମବାର ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ ହୋଇଛି। ସବୁଜ ପତାକା ଦେଖାଇ ଜିଲାପାଳ ଭୂମେଶଚନ୍ଦ୍ର ବେହେରା କାର୍ଯ୍ୟକ୍ରମକୁ ଆରମ୍ଭ କରିବା ସହ ସମସ୍ତ ଗଣନାକାରୀ ଦାୟିତ୍ୱବାନ ହୋଇ ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ। ନିର୍ଭୁଲ ତଥା ଠିକ୍‌ ତଥ୍ୟ ସଂଗ୍ରହ ଦ୍ୱାରା ଜିଲାର ଆର୍ଥିକ ବିକାଶ ସମ୍ଭବ ହେବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ଏହି ଅର୍ଥନୈତିକ ଗଣନା ଆଗାମୀ ୩ ମାସ ମଧ୍ୟରେ ଶେଷ ହେବ। ଗଣନାର ସୁପରଭାଇଜର ଓ ନୋଡାଲ ଅଧିକାରୀମାନେ ଗଣନାକାରୀମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ତଥ୍ୟ ସଂଗ୍ରହ ବେଳେ ଜିପିଏସ୍‌ ସମ୍ବନ୍ଧୀୟ ଓ ଦୋହରା ତଥ୍ୟ ଏଡାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲାର ସମସ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସହିତ ହସ୍ତତନ୍ତ ଓ କୁଟୀର ଶିଳ୍ପ ଇତ୍ୟାଦିର ଗଣନା ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ। ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଉଦ୍ୟୋଗ, ହସ୍ତତନ୍ତ ଓ କୁଟୀରଶିଳ୍ପ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଇତ୍ୟାଦିଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ସମସ୍ତ ଗ୍ରାମ ଓ ସହରରେ ଥିବା ଅର୍ଥନୈତିକ ଉଦ୍ୟୋଗଗୁଡିକର ଗଣନା ଜିଲାର ଜନସେବା କେନ୍ଦ୍ର ପରିଚାଳକଙ୍କ ଦ୍ୱାରା ସମ୍ପାଦିତ ହେବ ବୋଲି ଯୋଜନା ବିଭାଗର ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଥିଲେ। ଜିଲାର ଘରକୁ ଘର ବୁଲି ଗଣନାକାରୀମାନେ ମୋବାଇଲ ଆପ୍‌ରେ ସୂଚନା ଲୋଡିଂ କରିବେ। ଜିଲାରେ ପ୍ରାୟ ୯୦୦ ଗଣନାକାରୀ ଏଥିପାଇଁ ନିୟୋଜିତ ହୋଇଛନ୍ତି। ପ୍ରତି ୫ ବର୍ଷରେ ଥରେ ଏହି ଅର୍ଥନୈତିକ ଗଣନା କରାଯାଇଥାଏ। କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍‌ଓ ଏସ୍‌ସି ବେହେରା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ, ଯୋଜନା ବିଭାଗର ସହକାରୀ ନିର୍ଦ୍ଦେଶକ କୈଳାସଚନ୍ଦ୍ର ସେଠୀ, ଜନସେବା କେନ୍ଦ୍ରର ଜିଲା ପରିଚାଳକ ରାକେଶ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଢେଙ୍କାନାଳ ପୌରାଞ୍ଚଳର ଜନସେବା କେନ୍ଦ୍ରର ସ୍ବତ୍ୱାଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଗଣନାକାରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଟୋଲ ଫ୍ରି ନମ୍ବର ୧୮୦୦-୩୦୦୦-୩୪୬୮ରେ ନିଜ ଆଞ୍ଚଳିକ ଭାଷାରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର,ସମ୍ୱଲପୁର,୨୨ା୧୧(ବନ୍ଦନା ସେଠୀ/ପ୍ରମୋଦ ବହିଦାର): ବଙ୍ଗୋପସାଗରରେ ପ୍ରତିବର୍ଷ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ଏବଂ ଏହାର ପ୍ରଭାବ ଓଡ଼ିଶାରେ ପଡ଼େ। ଚଳିତବର୍ଷ ଅକ୍ଟୋବର-ନଭେମ୍ୱର ମଧ୍ୟରେ ଏପର୍ଯ୍ୟନ୍ତ ୩ଟି ବାତ୍ୟା…

ଖାକି ପୋଷାକ ପଛରେ ଅକୁହା ଯନ୍ତ୍ରଣା: ୧୩ ବର୍ଷରେ ୩୦ରୁ ଅଧିକଙ୍କ ଗଲାଣି ଜୀବନ

ଭୁବନେଶ୍ୱର,୨୨ା୧୧(ତ୍ରିନାଥ ମହାନ୍ତି): ଓଡ଼ିଶାରେ ପ୍ରାୟ ୬୦ ପ୍ରତିଶତ ପୋଲିସ କର୍ମଚାରୀ ୧୬ ଘଣ୍ଟାରୁ ଅଧିକ ଏବଂ ୨୨ପ୍ରତିଶତ କର୍ମଚାରୀ ଦିନକୁ ୧୩ ଘଣ୍ଟାରୁ ଅଧିକ କାମ କରନ୍ତି।…

ବନ୍ୟା ରୋକିବାକୁ ଦୀର୍ଘମିଆଦୀ ରୋଡ୍‌ମ୍ୟାପ୍‌: ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୨୨ା୧୧(ସୁନିତ୍‌ ମିଶ୍ର): ବନ୍ୟା ରୋକିବାକୁ ରାଜ୍ୟ ସରକାର ଦୀର୍ଘମିଆଦୀ ଯୋଜନା କରିବା ସହ ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀ ସିଷ୍ଟମର ଭିତ୍ତିଭୂମି ବିକାଶ ପାଇଁ ରୋଡ୍‌ ମ୍ୟାପ୍‌…

ନବୀନ, ପାଣ୍ଡିଆନ, ରବିକାନ୍ତଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨।୧୧(ସୁନିତ୍‌ ମିଶ୍ର): ପୂର୍ୱତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନ ଏବଂ ଆଇପିଏସ୍‌ ଅଫିସର ରବି…

ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ସୀମା ବିବାଦ: କୋଟିଆର ତଳ ଗଞ୍ଜେଇପଦର ପାଇଁ ଆନ୍ଧ୍ରରେ ପ୍ରାର୍ଥୀପତ୍ର ଦାଖଲ କଲେ ଦୁଇ ପ୍ରାର୍ଥୀ

ପଟ୍ଟାଙ୍ଗି,୨୧।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର ଗ୍ରାମ ପାଇଁ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ…

ବାଳିଆ ମାଛ ଧରିବାକୁ ପକାଇଥିଲେ ବନିସୀ, ଲାଗିଲା ସାଢ଼େ ଚାରି ଫୁଟିଆ କୁମ୍ଭୀର: ଚିକିତ୍ସା ପରେ ଉଦ୍ଧାର କଲା…

ଆଳି,୨୧।୧୧(ବନମାଳୀ ସେନାପତି ): ନଦୀରେ ମାଛ ଧରିବା ପାଇଁ ପକାଯାଇଥିବା ବନିସୀ କଣ୍ଟାରେ ମାଛ ବଦଳରେ ଲାଗିଛି ଏକ ସାଢ଼େ ଚାରି ଫୁଟିଆ କୁମ୍ଭୀର। କେନ୍ଦ୍ରାପଡ଼ା ଜିଲା…

ଷ୍ଟ୍ରିଟଲାଇଟ୍‌ ନାଁରେ ୭.୨୪ ଲକ୍ଷ ହଡ଼ପ, ବନ୍ଧାହେଲେ ପୂର୍ବତନ ପିଇଓ, ଜେଇ, ଠିକାଦାର

ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକର ବାଲ୍ୟସରା ଗ୍ରାମପଞ୍ଚାୟତରେ ଷ୍ଟ୍ରିଟ ଲାଇଟ୍‌ ସ୍ଥାପନ ଓ ରକ୍ଷଣାବେକ୍ଷଣ ନାଁରେ ସରକାରୀ ଅର୍ଥ ହଡ଼ପ ମାମଲାରେ ଭିଜିଲାନ୍ସ…

ଆବାସ ନାହିଁ କି ରୋଜଗାର ନାହିଁ, ଆମେ ବଞ୍ଚିବୁ କେମିତି?’ ବାତ୍ୟା ଆଶ୍ରୟସ୍ଥଳୀରେ ଜିଲାପାଳଙ୍କୁ ଗୁହାରି କଲେ ଜନଜାତି

ମହାକାଳପଡ଼ା,୨୧ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବାତ୍ୟା ଅକ୍ୱାନ ପ୍ରଭାବରେ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ବିପନ୍ନମାନଙ୍କୁ ଥଇଥାନ କରାଯାଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?