୫ ଜଣିଆ ଡକାୟତ ଦଳ ଗିରଫ

ତାଳଚେର,୧୩ା୩(ନି.ପ୍ର.) – ତାଳଚେର ବ୍ଲକ ଡେରା ନିକଟସ୍ଥ ସୁଭଦ୍ରା ପେଟ୍ରୋଲ ପମ୍ପରୁ ଲୁଟ୍‌ ଯୋଜନା କରୁଥିବାବେଳେ ଏକ ୫ ଜଣିଆ ଡକାୟତ ଦଳକୁ ମଙ୍ଗଳବାର ସନ୍ଧ୍ୟାରେ କୋଲିୟରୀ ପୋଲିସ ଗିରଫ କରିଛି। ତେବେ ଅନ୍ୟ ଜଣେ ଡକାୟତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗିରଫମାନେ ହେଲେ ସମଲ ଥାନା ଚନ୍ଦ୍ରବିଲ ଅଞ୍ଚଳର ଦୀପକ ପ୍ରଧାନ ଓରଫ ଦିପୁ(୨୮), ଦେଉଳବେଡ଼ା କଲୋନୀ ଅଞ୍ଚଳର ଆଶୁତୋଷ ବାରିକ ଓରଫ ହାପି(୨୩), ଦେଉଳବେଡ଼ା କଲୋନୀ ଅଞ୍ଚଳର ଜମ୍ବେଶ୍ୱର ନାଏକ ଓରଫ ବାବୁ (୩୦), ତାରିଣୀସେନ୍‌ ନାଏକ ଓରଫ ବବୁଲୁ(୨୫), ଟାଉନ ମହାରଣା ସାହିର ଭଗବାନ ସାହୁ(୫୦)। ସେମାନଙ୍କ ନିକଟରୁ ଏକ ବୋଲେରୋ, ୨ଟି ମୋବାଇଲ, ଗୋଟିଏ ଦେଶୀ ପିସ୍ତଲ, ୬ଟି କଳା ରଙ୍ଗର ମୁଖା, ଏକ ଲୁହା ରଡ, ୪ଟି ଖାଲି ମଦ ବୋତଲ, ୧୦ଟି ପ୍ଲାଷ୍ଟିକ ଗ୍ଲାସ, ଏକ ପ୍ୟାକେଟ୍‌ ଲଙ୍କା ଗୁଣ୍ଡ ଜବତ କରାଯାଇଛି। ଏ ନେଇ ନଂ. ୭୩/୨୦ରେ ଏକ ମାମଲା ରୁଜୁ ହୋଇଛି। ଗୁରୁବାର ସମସ୍ତ ଅଭିଯୁକ୍ତଙ୍କୁ ତାଳଚେର ଏସଡିଜେଏମ୍‌ କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri