୩ ଦିନ ପରେ ସତ୍କାର କଲେ ସାମାଜିକ କର୍ମୀ

ଅନୁଗୋଳ ଅଫିସ, ୧୮।୬ମାସେ ତଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଅଜଣା ମହିଳା ରୋଗୀଙ୍କୁ ସାମାଜିକ କର୍ମୀମାନେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବା ବେଳେ ସମ୍ପୃକ୍ତା ମହିଳାଙ୍କ ପରିଚୟ ମିଳିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଓ ପୋଲିସ ତାଙ୍କ ଘରକୁ ଖବର ପଠାଇବା ସହ ମେଡିକାଲ ଆସି ଦେଖାଶୁଣା କରିବାକୁ ଅନୁରୋଧ କରିଥିଲେ। ହେଲେ ପରିବାରର କୌଣସି ସଦସ୍ୟ ଆସି ନ ଥିଲେ। ଏପରି କି ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାରକୁ ଖବର ଦିଆଯାଇଥିଲା। ମୃତଦେହ ନେଇଯିବାକୁ ବାରମ୍ବାର ଅନୁରୋଧ କରାଯାଇଥିଲା। କିନ୍ତୁ ମହିଳାଙ୍କ ଝିଅ, ପୁଅ କିମ୍ବା ସମ୍ପର୍କୀୟ କେହି ବି ଆସି ନ ଥିଲେ। ୩ ଦିନ ଧରି ମେଡିକାଲରେ ମୃତଦେହ ପଡ଼ି ରହିବା ପରେ ରବିବାର ଅନୁଗୋଳର ସାମାଜିକ କର୍ମୀମାନେ ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିବା ଖବର ମିଳିଛି।
ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ଘର ମହୀଧରପୁର ଅଞ୍ଚଳରେ। ଅନୁଗୋଳର ଏକ ଘରୋଇ ହଷ୍ଟେଲରେ ସେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ମାସେ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ସାମାଜିକ କର୍ମୀମାନେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ୩ ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ତାଙ୍କ ପରିବାରକୁ ମେଡିକାଲ ଓ ପୋଲିସ ପକ୍ଷରୁ ଜଣାଇ ଦିଆଯାଇଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ଜନପ୍ରତିନିଧି ମଧ୍ୟ ମହିଳାଙ୍କ ଘରକୁ ଯାଇ ଖବର ଦେବା ସହ ମା’ଙ୍କ ମୃତଦେହ ଆଣିବାକୁ ଝିଅ ଓ ପୁଅଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ପରିବାର ଲୋକେ ନ ଆସିବାରୁ ଶେଷରେ ରବିବାର ସନ୍ଧ୍ୟାରେ ଅନୁଗୋଳର ସାମାଜିକ କର୍ମୀ ପ୍ରତାପ ମହାପାତ୍ର ଓ ରୁକେଶ ରୋଷନ ଦାସ ମୃତଦେହ ନେଇ କରଡ଼ାଗାଡ଼ିଆସ୍ଥିତ ଶ୍ମଶାନରେ ସଂସ୍କାର କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?