୨.୫ ଲକ୍ଷ ଟଙ୍କାର କାଠ ଜବତ

ଢେଙ୍କାନାଳ ଅଫିସ, ୧୮ା୧ – ଢେଙ୍କାନାଳ ସଦର ରେଞ୍ଜ୍‌ ତାଳବରକୋଟ ଗ୍ରାମ ନିକଟ ଶାମୁକାତଇଲା ଶାଳ ଜଙ୍ଗଲରେ କାଠମାଫିଆ ସକ୍ରିୟ ହୋଇଉଠିଛନ୍ତି। ବନ ବିଭାଗ ସ୍ଥାଣୁ ପାଲଟିଥିବାବେଳେ ଏହାର ସୁଯୋଗରେ ଜଙ୍ଗଲରୁ ମୂଲ୍ୟବାନ କାଠ ଚାଲାଣ କରାଯାଉଛି। ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ଅଞ୍ଚଳବାସୀ ଆନୁମାନିକ ୨ଲକ୍ଷ ୫୦ ହଜାର ଟଙ୍କାର ଶାଳକାଠ ଜବତ କରି ବନ ବିଭାଗ ଜିମା ଦେଇଛନ୍ତି। ଶାଳ କାଠଗୁଡ଼ିକ ୫ଫୁଟରୁ ୯ଫୁଟ ଯାଏ ଗୋଲେଇ ବିଶିଷ୍ଟ। ୮୦ ଘନଫୁଟର ୨୦ଖଣ୍ଡ ଲଗ୍‌କୁ ଜବତ କରାଯାଇଛି।
ଗ୍ରାମବାସୀଙ୍କ କହିବା କଥା, ମାଫିଆମାନେ ଟ୍ରକ୍‌ ଯୋଗେ କାଠ ଚାଲାଣ କରୁଥିବା ସୂଚନା ପାଇ ବନ ବିଭାଗକୁ ଅବଗତ କରାଯାଇଥିଲା। ହେଲେ ଏହାକୁ କେହି ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ସେମାନେ ବାଧ୍ୟ ହୋଇ ଘଟଣାସ୍ଥଳକୁ ଯାଇଥିଲେ। ଦୁର୍ବୃତ୍ତମାନେ ୮୦ଘନ ଫୁଟ କାଠ ଛାଡ଼ି ଟ୍ରକ୍‌ ଧରି ଜଙ୍ଗଲକୁ ପଳାଇଥିଲେ। ଏ ନେଇ ଫରେଷ୍ଟର ପ୍ରଫୁଲ୍ଲ ସେଠୀ କୁହନ୍ତି, ଜଙ୍ଗଲରେ କାଠ ପଡ଼ିଥିବା ସୂଚନା ପାଇ ଯାଇଥିଲୁ। କାଠ ଜବତ କରାଯାଇଛି। ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିଛି। ହାତୀଙ୍କୁ ଘଉଡ଼ାଇବାରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହାର ସୁଯୋଗ ନେଇ କାଠ ମାଫିଆମାନେ ଜଙ୍ଗଲରୁ ଗଛ କାଟୁଛନ୍ତି। ପାଟ୍ରୋଲିଂ କରାଯାଉଛି। ଗତ ୧୧ ତାରିଖରେ ୩୪ ଘନଫୁଟ କାଠ ଜବତ କରାଯାଇଥିଲା। ୨ ମାସ ତଳେ ମଧ୍ୟ କାଠ ଜବତ ହୋଇଥିବା ଫରେଷ୍ଟର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri