୨ ଘଣ୍ଟାରେ ବେପାର ସରେ

ପିଲାବେଳେ ବାପାଙ୍କୁ ଦୋକାନରେ ସହଯୋଗ କରୁଥିଲେ। ତାଙ୍କଠାରୁ ସ୍ବାଦିଷ୍ଟ ଜଳଖିଆ ତିଆରି କରିବା ଶିଖିଥିଲେ। ଟିକେ ବଡ଼ ହେବା ପରେ ନିଜେ ଏହି ବ୍ୟବସାୟ ଆରମ୍ଭ କଲେ। ସେତେବେଳେ ସେ ଏକା ଜଳଖିଆ ପ୍ରସ୍ତୁତ ସହ ବିକ୍ରି କରୁଥିଲେ। ଏବେ ତାଙ୍କୁ ସହଯୋଗ କରୁଛନ୍ତି ସ୍ତ୍ରୀ ଓ ପୁଅ। ସେଥିପାଇଁ ପୂର୍ବାପେକ୍ଷା ଭଲ ଚାଲୁଛି ତାଙ୍କ ଜଳଖିଆ ଦୋକାନ। ଗ୍ରାହକଙ୍କ ସଂଖ୍ୟା ବଢ଼ୁଥିଲେ ବି ଅଧିକ ଲାଭ ଆଶାରେ ସେ ଖାଦ୍ୟର ମାନ ବା ସ୍ବାଦରେ କୌଣସି ଫରକ ଆଣିନାହାନ୍ତି। କେବଳ ସକାଳ ବେଳା ଦୋକାନ ଖୋଲୁଥିବାରୁ ଗ୍ରାହକଙ୍କ ବେଶ୍‌ ଭିଡ଼ ଲାଗିଥାଏ ତାଙ୍କ ନିକଟରେ। ମାତ୍ର ୨ ଘଣ୍ଟା ମଧ୍ୟରେ ପ୍ରସ୍ତୁତ ଜଳଖିଆ ଶେଷ ହୋଇଯାଏ ଓ ତାଙ୍କ ବେପାର ବି ସାରିଯାଏ ବୋଲି କହିଛନ୍ତି ଅନୁଗୋଳ ବ୍ଲକ ବନ୍ତଳା ରେଞ୍ଜ ଅଫିସ ନିକଟରେ ଦୋକାନ ଦେଇଥିବା ଗିରିଆ ସାହୁ।
ଗିରିଆଙ୍କ ବୟସ ଏବେ ୫୨ ଛୁଇଁଲାଣି। ତାଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ବେଶୀ ନୁହେଁ। ୮ ଭଉଣୀ ଭାଇଙ୍କ ମଧ୍ୟରୁ ସେ ୪ର୍ଥ। ବଡ଼ ପରିବାର ହୋଇଥିବାରୁ ବାପା ଅଧିକ ପଢ଼ାଇ ପାରି ନ ଥିଲେ। ତେଣୁ ପିଲାବେଳେ ବନ୍ତଳା ଛକରେ ଥିବା ବାପାଙ୍କ ଛୋଟ ଜଳଖିଆ ଦୋକାନରେ ସେ ବହୁ ସମୟ ବିତାଉଥିଲେ। ଛୋଟ ମୋଟ କାମ କରିବା ସହ ସେଠାରେ ବାପାଙ୍କ ଠାରୁ ଜଳଖିଆ ପ୍ରସ୍ତୁତି ଶିଖିଥିଲେ। ୧୫ ବର୍ଷ ବୟସରେ ସେ ନିଜେ ବନ୍ତଳା ଛକରେ ଏକ ଜଳଖିଆ ଦୋକାନ ଆରମ୍ଭ କରିଥିଲେ। ବ୍ୟବସାୟ କରିବାର ୫ ବର୍ଷ ପରେ ଖିଣ୍ଡା ଗ୍ରାମର ମଳେଇ ସାହୁଙ୍କ ଝିଅ କବିତାଙ୍କୁ ବିବାହ କରିଥିଲେ। ପରେ ରେଞ୍ଜ ଅଫିସ ନିକଟରେ ଜଳଖିଆ ଦୋକାନ ଦେଲେ। ଦୀର୍ଘ ୩୫ ବର୍ଷ ଧରି ସେ ଏହି ବ୍ୟବସାୟ ଚଳାଇଛନ୍ତି। ତାଙ୍କର ହାତ ତିଆରି ଇଟିଲି, ବରା ଓ ପରିବା ତରକାରୀ ଭାରି ସ୍ବାଦିଷ୍ଟ। ଏଥିସହିତ ପୁରୀ ଓ ଆଳୁଚପ ମଧ୍ୟ ତାଙ୍କ ପ୍ରସ୍ତୁତ ଜଳଖିଆ ମଧ୍ୟରେ ଥାଏ। ସକାଳେ ଦୁଇ ଘଣ୍ଟା ମଧ୍ୟରେ ଦୁଇଶହରୁ ଊଦ୍ଧର୍‌ବ ଗରାଖ ତାଙ୍କ ଦୋକାନରୁ ଜଳଖିଆ ଖାଇଥାନ୍ତି। ଏହି ବ୍ୟବସାୟ କରି ସେ ପକ୍କା ଘରଟିଏ କରିବା ସହିତ ବଡ଼ ଝିଅ ମଧୁସ୍ମିତା (୨୫)ଙ୍କୁ ପାଠ ପଢ଼ାଇ ଭଲ ଘରେ ବିବାହ ଦେଇପାରିଛନ୍ତି। ସାନ ପୁଅ ସତ୍ୟମ ମାଟ୍ରିକ ପାସ ପରେ ଏବେ ଜଳଖିଆ ଦୋକାନରେ ସାହାଯ୍ୟ କରୁଛନ୍ତି। ସ୍ବାଦିଷ୍ଟ ଜଳଖିଆ ପ୍ରସ୍ତୁତିରେ ତାଙ୍କ ସ୍ତ୍ରୀଙ୍କ ଅବଦାନ ମଧ୍ୟ କିଛି କମ୍‌ ନୁହେଁ। ରାତିରେ ବତୁରା ଯାଇଥିବା ବିରି ଓ ଚାଉଳକୁ ଶୀଳରେ ବାଟି ସ୍ତ୍ରୀ କବିତା ପିଠଉ ପ୍ରସ୍ତୁତ କରିଥାନ୍ତି। ଆଉ ଶୀଳରେ ବଟାଯାଉଥିବାରୁ ଅନ୍ୟମାନଙ୍କ ଅପେକ୍ଷା ତାଙ୍କ ଦୋକାନର ବରା, ଇଟିଲି ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ଗିରିଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri