୨୩୪୮କୋଟି ଜାଲିଆତି ମାମଲା: ଭୂଷଣ ଷ୍ଟିଲ ଅଧ୍ୟକ୍ଷଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି

ନୂଆଦିଲ୍ଲୀ,୨୫-୪: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୨୩୪୮ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ମାମଲାରେ ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ୍‌ ଲିମିଟେଡର ଅଧ୍ୟକ୍ଷ ସଞ୍ଜୟ ସିଂଘଲ ଏବଂ ତାଙ୍କ ସ୍ତ୍ରୀ ଆରତୀ ସିଂଘଲଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି କରିଛି। ଆରତୀ କମ୍ପାନୀର ଉପାଧ୍ୟକ୍ଷ ରହିଛନ୍ତି। କର୍ତ୍ତୃପକ୍ଷ ତଥା ଯାଞ୍ଚ ଏଜେନ୍ସିଙ୍କ ଅନୁମତି ବିନା ସେମାନେ ଯେପରି ଦେଶରୁ ପଳାୟନ କରି ନ ପାରିବେ ସେଥିନେଇ ସିବିଆଇ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ ଯେ, କୌଣସି ବ୍ୟକ୍ତି ଉପରେ ନଜର ରଖିବା ପାଇଁ ଲୁକ୍‌ ଆଉଟ ସର୍କୁଲାର ଜାରି କରାଯାଇଥାଏ। ଏହାଦ୍ୱାରା ଦେଶର ସମସ୍ତ ବିମାନ ବନ୍ଦର ତଥା ଦେଶର ପ୍ରବେଶ-ପ୍ରସ୍ଥାନ ସ୍ଥାନରେ କର୍ତ୍ତବ୍ୟରତ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ବାଧ୍ୟ ରହିଥାଏ। ସିଂଘଲ ଦମ୍ପତ୍ତି ବିଦେଶକୁ ପଳାୟନ କରିବାକୁ ଉଦ୍ୟମ କଲେ ସେମାନେ ଏ ସମ୍ପର୍କରେ ସିବିଆଇକୁ ଜଣାଇବେ। ପୂର୍ବରୁ ୨୩୪୮ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଜାଲିଆତି ମାମଲାରେ ସିବିଆଇ ଚଳିତ ମାସ ୬ରେ କମ୍ପାନୀ ସହ ଜଡ଼ିତ ୧୮ ସ୍ଥାନରେ ଚଢ଼ାଉ କରିଥିଲା। କମ୍ପାନୀ, ଏହାର ନିର୍ଦ୍ଦେଶକ, ପ୍ରମୋଟରଙ୍କ ଦିଲ୍ଲୀ-ଏନ୍‌ସିଆର୍‌, ଚଣ୍ଡିଗଡ଼ ଏବଂ କୋଲକାତା ସମେତ କେତେକ ସହରରେ ଥିବା କାର୍ଯ୍ୟାଳୟ ଏବଂ ବାସସ୍ଥାନରେ ଚଢ଼ାଉ ହୋଇଥିଲା। ଯାଞ୍ଚ ଏଜେନ୍ସି ପକ୍ଷରୁ ପୂର୍ବରୁ ସଞ୍ଜୟ ସିଂଘଲ, ଆରତୀ ସିଂଘଲ,କମ୍ପାନୀ ନିର୍ଦ୍ଦେଶକ ରବି ପ୍ରକାଶ ଗୋୟଲ, ରାମ ନରେଶ ଯାଦବ, ହରଦେବ ଚନ୍ଦ ବର୍ମା, ରବିନ୍ଦର କୁମାର ଗୁପ୍ତା, ରିତେଶ କପୁର ଏବଂ ଅନ୍ୟ ଅଜ୍ଞାତ ଅଧିକାରୀ/କର୍ମଚାରୀଙ୍କ ବିରୋଧରେ ମାମଲା ଦାଏର କରାଯାଇଥିଲା। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଉକ୍ତ କମ୍ପାନୀ ୨୦୦୭ରୁ ୨୦୧୪ ମଧ୍ୟରେ ୩୩ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନରୁ ୪୭,୨୦୪ କୋଟି ଟଙ୍କା ଋଣ ନେଇଥିଲା। କିନ୍ତୁ ଏହାକୁ ପରିଶୋଧ  ନ କରି କମ୍ପାନୀ ଏହାକୁ ଅପ୍ରାପ୍ୟ ଋଣ ଭାବେ ଦର୍ଶାଇବାରୁ ବ୍ୟାଙ୍କଗୁଡ଼ିକ ପ୍ରାୟ ୨୩୪୮ କୋଟି ଟଙ୍କା କ୍ଷତି ସହିଛନ୍ତି ବୋଲି ସିବିଆଇ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri