ହାଣ୍ଡି ମାଠିଆ ଧରି ରାସ୍ତାରେ ବସିଲେ ମହିଳା

ପୁରୁଷୋତ୍ତମପୁର,୧୫।୭(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ବ୍ଲକ ବଡ ବରଗାଁରେ ଦୀର୍ଘଦିନ ହେଲା ପାନୀୟ ଜଳର ସଙ୍କଟ ଦେଖାଦେଇଛି। ଲୋକେ ପୋଖରୀ ପାଣିପିଇ ରୋଗାକ୍ରାନ୍ତ ହେଉଛନ୍ତି। ସମସ୍ୟା ସମାଧାନ ପାଇଁ ବ୍ଲକ ପ୍ରଶାସନ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କଠାରେ ଦାବି କରି ଆସୁଥିଲେ କୌଣସି ସୁଫଳ ମିଳୁନାହିଁ। ତେଣୁ ସେମାବାର ଗ୍ରାମବାସୀ ଆଛୁଲି ଛକରୁ କୋଦଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ମହିଳା ମାନେ ହାଣ୍ଡି, ମାଠିଆ ଧରି ରାସ୍ତା ଉପରେ ବସିରହିଥିଲେ। ଫଳରେ ସକାଳ ୮ ଟାରୁ ୧୧ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଯାନବାହନ ଅଟକି ରହିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲେ। ସ୍ଥାନୀୟ ପୋଲିସ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ଲୋକେ ରାସ୍ତାରୁ ହଟିନଥିଲେ। ପରେ ବିଡିଓ ସତ୍ୟସୁନ୍ଦର ରାଉତ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଏସ୍‌ ଶ୍ରୀନିବାସ ରାଓ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଉତ୍ତ୍ୟକ୍ତ ମହିଳାମାନେ ଘେରିଯାଇ ଜଳ ଯୋଗାଇଦେବା ଲାଗି ଦାବି କରିଥିଲେ। ବିଡିଓ ଗ୍ରାମବାସୀଙ୍କୁ ୪ରୁ ୫ ମାସ ମଧ୍ୟରେ ଜଳ ଯୋଗାଣ ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା। ବଡ ବରଗାଁ ଓ ବେଲୁଆଗଁ।ରେ ଲୋକଙ୍କ ପାଇଁ ଦୈନିକ ୪ ଲକ୍ଷ ଲିଟର ପାଣିର ଆବଶ୍ୟକତା ରହିଛି। ସରକାରଙ୍କ ପକ୍ଷରୁ ୧୮ ଲକ୍ଷ ଟଙ୍କା ବ୍ୟୟରେ ୫ବର୍ଷ ତଳେ ଓଭରହେଡ୍‌ ପାଣିଟାଙ୍କି ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ସମ୍ପୂର୍ଣ୍ଣ ହୋଇ ନାହିଁ। ଗଁ।ନଳକୂପରୁ ଖାରି ପାଣି ବାହାରୁଥିବାରୁ ତାହା ପିଇବା ପାଇଁ ଅନୁପଯୁକ୍ତ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଠିକାଦାର ପାଣିଟାଙ୍କି ନିର୍ମାଣ କରୁଥିବା ବେଳେ ତାଙ୍କର ବହୁତ ଜିନିଷ ଚୋରି ହୋଇଯାଇଥିବାରୁ ସେ କାମ ଅଧାରୁ ବନ୍ଦ କରି ଚାଲିଯାଇଥିଲେ ବୋଲି କହିଛନ୍ତି। ତେଣୁ ଦୀର୍ଘ ଦିନ ହେଲା ଅଧା ପନ୍ତରିଆ ହୋଇ ପଡିରହିଛି। ଗଁ।ରେ ଖାରି ପାଣି ବାହାରୁଥିବାରୁ ବୋର ଖୋଳା କାମକୁ ବନ୍ଦ କରି ଦିଆଯାଇଛି। ନିକଟସ୍ଥ ଗ୍ରାମରେ ଜାଗା ଚିହ୍ନଟ କରି ବୋର୍‌ ଖୋଳି ଶୀଘ୍ର ପାନୀୟ ଜଳ ଯୋଗାଣର ବ୍ୟବସ୍ଥାର କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଗଞ୍ଜାମରୁ ସୋମନାଥ ମନ୍ଦିର ଯାତ୍ରା: ଶୁଭାରମ୍ଭ କଲେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୪।୬ (ଦିଲ୍ଲୀପ ସାମଲ): ‘ସୋମନାଥ ସ୍ୱାଭିମାନ ଯାତ୍ରା’ ଅଭିଯାନରେ ଗଞ୍ଜାମ ଜିଲାର ୫୨ ଜଣ ତୀର୍ଥଯାତ୍ରୀ ଶନିବାର ଛତ୍ରପୁର ନୂଆ ବସ୍‌ଷ୍ଟାଣ୍ଡରୁ ଗୁଜରାଟସ୍ଥିତ ପବିତ୍ର ସୋମନାଥ…

ଚରୁଥିବାବେଳେ ବଜ୍ରପାତରେ ଜଳିଗଲେ ୧୨ ଛେଳି, କ୍ଷତିପୂରଣ ଦାବି କରି…

ଭଞ୍ଜନଗର,୧୪ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବାରଦଣ୍ଡା ଗ୍ରାମରେ ବଜ୍ରପାତ ମାରିବାରୁ ରବିବାର ଅପରାହ୍ନରେ ୧୨ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଏଥିରେ ଛେଳି ଚରାଳି…

ରଜ କୁଇନ୍ ପ୍ରତିଯୋଗିତା: ଘୁମୁସରର ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ…

ଭଞ୍ଜନଗର,୧୪।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପାତ୍ର କଲୋନୀସ୍ଥିତ ଶ୍ରୀଜଗନ୍ନାଥ ବ୍ୟାଙ୍କ୍ୱେଟ୍ ହଲ୍ ଆଣ୍ଡ ରିସର୍ଟରେ ତିନି ଦିନିଆ ‘ରଜ କୁଇନ୍ ପ୍ରତିଯୋଗିତା’ ରବିବାର ଉଦ୍‌ଘାଟିତ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri