ସ୍ଥାଣୁ ପାଲଟିଲାଣି ଜିଲା ଅବକାରୀ ବିଭାଗ : ୧୧ ପଦବୀ ଖାଲି, ଅନିଶ୍ଚିତତାରେ ଅବକାରୀ ଥାନା

ଜଗତ୍‌ସିଂହପୁର ଅଫିସ,୧୨ା୬: ଜଗତ୍‌ସିଂହପୁର ଜିଲା ଅବକାରୀ ବିଭାଗ ଏକ ପ୍ରକାର ସୁପ୍ତ ଅବସ୍ଥାରେ ରହିଛି। ଅନୁମୋଦିତ ୪୧ ପଦବୀରୁ ୧୧ଟି ଖାଲିପଡିଛି। ସେହିପରି ଜିଲାରେ ହେବାକୁ ଥିବା ଅବକାରୀ ଥାନାଗୁଡିକ ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି। ଏଥିଯୋଗୁ ଜିଲାରେ ଅବାଧରେ ବେଆଇନ ବ୍ରାଉନ ସୁଗାର, ଗଞ୍ଜେଇ, ଅଫିମ, ଭାଙ୍ଗ ଓ ମଦ କାରବାର ବଢି ଚାଲିଛି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଜିଲାରେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପଦବୀ ଖାଲିପଡିଛି। ଏହି ସ୍ଥାନରେ ଏକମାତ୍ର ଡାଏ ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱ ସମ୍ଭାଳିଛନ୍ତି। କେବଳ ଇନ୍‌ସ୍ପେକ୍ଟର ଓ ସବ୍‌ ଇନ୍‌ସ୍ପେକ୍ଟର(ଏସ୍‌ଆଇ) ପଦବୀ (୨ଟି ଲେଖାଏଁ) ପୂରଣ ଅଛି। କିନ୍ତୁ ଏଏସ୍‌ଆଇ ପଦବୀ ସଂଖ୍ୟା ୬ ଥିଲେ ସୁଦ୍ଧା ୧ଟି ଖାଲିପଡିଛି। ସର୍ବାଧିକ କନ୍‌ଷ୍ଟେବଳ ପଦବୀ ଖାଲି ରହିଛି। ମୋଟ ଅନୁମୋଦିତ ପଦବୀ ସଂଖ୍ୟା ୨୩ ଥିବାବେଳେ ୯ଟି ଖାଲି ରହିଛି। ଅନୁରୂପ ଭାବେ ମୁଖ୍ୟ କିରାଣୀ ପଦବୀ ଖାଲିପଡିଛି। ଜିଲା ଅବକାରୀ ବିଭାଗ ଆବଶ୍ୟକତା ଦୃଷ୍ଟିରୁ ଅନୁମୋଦିତ ପଦବୀ ସଂଖ୍ୟା ବୃଦ୍ଧି କରାଯିବା କଥା। କାରଣ ଜନସଂଖ୍ୟା ବଢିବା ସହ ବଜାର ମଧ୍ୟ ଆଶାତୀତ ଭାବେ ବଢିଛି। ପୂର୍ବରୁ ରାଜ୍ୟ ସରକାର ବେଆଇନ ମାଦକଦ୍ରବ୍ୟ କାରବାର ରୋକିବା ସହ ରାଜସ୍ବ ବୃଦ୍ଧି ପାଇଁ ଯେତିକି ଅନୁମୋଦିତ ପଦବୀ ସୃଷ୍ଟି କରିଥିଲେ ତାହା ଏବେ ବି ବଳବତ୍ତର ରହିଛି। ଏଭଳି ସ୍ଥିତିରେ ବିଭାଗ ଅନୁମୋଦିତ ପଦବୀ ପୂରଣ ନ କରିବା ଚିନ୍ତାର ବିଷୟ ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଅବକାରୀ ବିଭାଗ ଜିଲା ପାଇଁ ୨୧ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ବ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କିନ୍ତୁ ଏହାର ୭୮.୮୧% ଅର୍ଥାତ୍‌ ୧୬ କୋଟି ୯୪ଲକ୍ଷ ୬୨ ହଜାର ୮୬ ଟଙ୍କା ସଂଗ୍ରହ ହୋଇଥିଲା। ରାଜସ୍ବ ସଂଗ୍ରହ କମିଥିବାରୁ ୨୦୧୮-୧୯ରେ ସରକାର ଧାର୍ଯ୍ୟଲକ୍ଷ ୧୮କୋଟିକୁ କମାଇଥିଲେ। ଏଥର ମଧ୍ୟ ୪୧.୧୯% ଅର୍ଥାତ୍‌ ମାତ୍ର ୭ କୋଟି ୪୧ଲକ୍ଷ ୪୯ ହଜାର ୧୯୧ ଟଙ୍କା ସଂଗ୍ରହ ହୋଇଥିଲା। ୨୦୧୯-୨୦ରେ ଧାର୍ଯ୍ୟଲକ୍ଷ୍ୟ ଆହୁରି କମାଯାଇ ୯ କୋଟି ରଖାଯାଇଛି। ତେବେ ବିଭାଗ ଏହି ଲକ୍ଷ୍ୟ ପୂରଣରେ କେତେ ସଫଳ ହେଉଛି ତାହା ସମୟ କହିବ। ସୂଚନାଯୋଗ୍ୟ, ଅବକାରୀ ବିଭାଗର ଏକ ସ୍କ୍ବାଡ୍‌ ରହିଛି। ଏହି ସ୍କ୍ବାଡ୍‌ ବେଆଇନ ମାଦକଦ୍ରବ୍ୟ କାରବାର ରୋକିବା କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇବା କଥା। କିନ୍ତୁ ଜିଲାରେ ଏହି ସ୍କ୍ବାଡ୍‌ ସ୍ଥାଣୁ ପାଲଟିଯାଇଛି। ସ୍କ୍ବାଡ୍‌ ଅଧିକାରୀ ଅସୁସ୍ଥ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଥିଲେ ସୁଦ୍ଧା ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାର ପ୍ରତି ଜିଲାରେ ଅବକାରୀ ଥାନା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଥାନା ପ୍ରତିଷ୍ଠା ହେବାପରେ ପୋଲିସ ଉପରେ ଅବକାରୀ ମାମଲାର ଚାପ କମିଯିବ। ଏଥିସହ ଅବକାରୀ ଥାନା ଜିଲାରେ ବେଆଇନ ମାଦକଦ୍ରବ୍ୟ କାରବାର ରୋକିବା ସହ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଜିଲାରେ ୪ଟି ଥାନା ଓ ୧ ମୋବାଇଲ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ, ଜଗତ୍‌ସିଂହପୁର, ବାଲିକୁଦା, ତିର୍ତ୍ତୋଲ ଓ ପାରାଦୀପ ଠାରେ ଅବକାରୀ ଥାନା ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଗୁଡିକ ମଧ୍ୟରୁ ଜଗତ୍‌ସିଂହପୁର ଅବକାରୀ ଥାନା ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ନିକଟରେ ପ୍ରତିଷ୍ଠା ହେବ। ଏନେଇ ପାଖାପାଖି ୨ ବର୍ଷ ପୂର୍ବରୁ ଜମି ଚିହ୍ନଟ ସହ ଟେଣ୍ଡର ସରିଥିଲା। କିନ୍ତୁ ଠିକାଦାରଙ୍କ ମୃତ୍ୟୁପରେ ପୁନଃ ଟେଣ୍ଡର ହୋଇଥିଲା। ମାତ୍ର କାମ ସନ୍ତୋଷଜନକ ଭାବେ ଆଗେଇପାରିନି। ଏଥିମଧ୍ୟରେ କେବଳ ବିଲ୍ଡିଂର ମୂଳଦୁଆ ପଡିଛି। ବାଲିକୁଦା ବାଲିସାହି ନିକଟରେ ଥାନା ପାଇଁ ଜମି ଚିହ୍ନଟ ହୋଇଛି। କିନ୍ତୁ କାମ ଆଗାଉନି। ତିର୍ତ୍ତୋଲ ତେନ୍ତୁଳିପଦା ନିକଟରେ ଥାନା ନିର୍ମାଣ ପାଇଁ ଟେଣ୍ଡର ହୋଇଛି। ପାରାଦୀପ ଚୁନଭାଡିରେ ଜମି ଚିହ୍ନଟ ହୋଇଛି। କାମ ପାଇଁ ଟେଣ୍ଡର ହୋଇଥିଲେ ସୁଦ୍ଧା ବିଭିନ୍ନ କାରଣରୁ ବାତିଲ କରି ଦିଆଯାଇଛି। ନୂଆ ଟେଣ୍ଡର ଏ ପର୍ଯ୍ୟନ୍ତ ହୋଇନାହିଁ। ମୋବାଇଲ କାର୍ଯ୍ୟାଳୟଟି ପୂର୍ବରୁ କୋର୍ଟ ଛକ ନିକଟରେ ଥିଲା। ଏହି କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଏସ୍‌ଆଇ ଅନୁପସ୍ଥିତ ଥିବାରୁ ତାହା ଅଚଳ ରହିଛି। ଏହାର ସ୍ଥାୟୀ ବିଲ୍ଡିଂ ପାଇଁ ସ୍ଥାନ ଚିହ୍ନଟ ହୋଇନି। ଥାନା ବିଲ୍ଡିଂ ପାଇଁ ଅନୁଦାନ ଆସିଛି। ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗକୁ ପୃଥକ ଭାବେ ଅନୁଦାନ ରାଶି ଦିଆଯାଇଛି। କିନ୍ତୁ ବିଭିନ୍ନ ବାହାନା ନେଇ କାମରେ ବିଳମ୍ବ କରାଯାଉଛି। ଏହାଦ୍ୱାରା ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନି। ଏ ସମ୍ପର୍କରେ ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱରେ ଥିବା ରତିକାନ୍ତ ପଣ୍ଡା କହିଛନ୍ତି ଯେ, ବାସ୍ତବରେ କର୍ମଚାରୀ ଅଭାବ ସମସ୍ୟା ସୃଷ୍ଟି କରୁଛି। ଏଥିସହ ବିଭିନ୍ନ କାରଣରୁ ଥାନା ବିଲ୍ଡିଂ କାମ ଆଗେଇପାରୁନି। ଅନୁମୋଦିତ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ଆବଶ୍ୟକ। ତାହା ନ ହେଲେ ବେଆଇନ ମାଦକଦ୍ରବ୍ୟ କାରବାର ରୋକିବା କ୍ଷେତ୍ରରେ ବିଭାଗ ଶତପ୍ରତିଶତ ସଫଳ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri