ସୋମ୍‌ ହିରୋ ପକ୍ଷରୁ ନୂତନ ବାଇକ୍‌ ବଜାର ପ୍ରବେଶ

ଢେଙ୍କାନାଳ ଅଫିସ, ୧୯।୬- ଢେଙ୍କାନାଳ କୁଞ୍ଜକାନ୍ତସ୍ଥିତ ସୋମ୍‌ ହିରୋ ଶୋ’ରୁମ ପରିସରରେ ହିରୋ କମ୍ପାନୀ ପକ୍ଷରୁ ନୂତନ ଜ୍ଞାନକୌଶଳରେ ନିର୍ମିତ ୩ ବାଇକ୍‌ ଓ ସ୍କୁଟର ମଙ୍ଗଳବାର ଅପରାହ୍ନରେ ବଜାର ପ୍ରବେଶ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଶୋ’ରୁମର ସ୍ବତ୍ତ୍ୱାଧିକାରୀ ହର୍ଷବର୍ଦ୍ଧନ ସିଂଦେଓ ଅଧ୍ୟକ୍ଷତା କରି ଏକ୍ସଟ୍ରିମ୍‌-୨୦୦ ଏସ୍‌, ଏକ୍ସପ୍ଲସ୍‌-୨୦୦ଟି ଏବଂ ମାଇଷ୍ଟ୍ରୋ-୧୨୫ ସିସି ବାଇକ୍‌ ଓ ସ୍କୁଟରକୁ ବଜାର ପ୍ରବେଶ କରାଇଥିଲେ।
ଏକ୍ସଟ୍ରିମ୍‌-୨୦୦ଏସ୍‌, ଏକ୍ସପ୍ଲସ୍‌-୨୦୦ଟି ନୂତନ ବାଇକରେ ବିଭିନ୍ନ ଜ୍ଞାନକୌଶଳ ରହିବା ସହିତ ନାଭିଗେସନ ସିଷ୍ଟମ, ବ୍ଲୁଟୁଥ୍‌ କନେକ୍ଟିଭିଟି ରହିଛି ା ଏହାଦ୍ୱାରା ଚାଳକ ନିଜର ଗନ୍ତବ୍ୟସ୍ଥଳ ସମ୍ପର୍କରେ ଜାଣିପାରିବେ। ମୋବାଇଲ କଲ ଆସିଲେ ମଧ୍ୟ ଜାଣିହେବ। ସେହିପରି ମାଇଷ୍ଟ୍ରୋ-୧୨୫ ସିସି ଏଫଆଇ ଟେକ୍ନୋଲୋଜି ଜ୍ଞାନକୌଶଳରେ ନିର୍ମିତ। ଏହା ଯୁବ ପିଢିଙ୍କ ଦ୍ୱାରା ଆଦୃତ ହେବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri