ସେବା ମହାବିଦ୍ୟାଳୟ ଛାତ୍ରଙ୍କୁ ଛାତ୍ରାବାସ ପ୍ରଦାନ ଦାବି : ଉଦ୍‌ଘାଟନ ପରେ ବି ଛାତ୍ରଙ୍କୁ ରହିବାକୁ ମିଳୁନି ଅନୁମତି

ବ୍ରହ୍ମପୁର ଅଫିସ,୧୮ା୭-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଥିବା ସରକାରୀ ସେବା(ନର୍ସିଂ) ମହାବିଦ୍ୟାଳୟର ଛାତ୍ରଙ୍କୁ ଛାତ୍ରାବାସ ପ୍ରଦାନ କରାଯିବାକୁ ଦାବି ହୋଇଛି ା ଏନେଇ ଛାତ୍ରମାନେ ବୁଧବାର ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ୨୦୦୯ରୁ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ପୁରୁଷ ନର୍ସିଂ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଙ୍କ ପାଇଁ ଛାତ୍ରାବାସ ନିର୍ମାଣ ହୋଇଛି ା
ଗତ ସପ୍ତାହରେ ଏହାର ଉଦ୍‌ଘାଟନ ମଧ୍ୟ ସରିଛି ା କିନ୍ତୁ ଏଯାଏ ଛାତ୍ରାବାସରେ ରହିବାକୁ ଅନୁମତି ପ୍ରଦାନ କରାଯାଉ ନ ଥିବା ଆନ୍ଦୋଳନରତ ଛାତ୍ରମାନେ ଅଭିଯୋଗ କରିଛନ୍ତି ା
ସୂଚନା ପ୍ରକାରେ, ୨୦୦୯ରୁ ମହାବିଦ୍ୟାଳୟରେ ପୁରୁଷ ସେବା ପାଠ୍ୟକ୍ରମର ଶୁଭାରମ୍ଭ ହୋଇଛି। ବର୍ତ୍ତମାନ ଏହି ମହାବିଦ୍ୟାଳୟର ପୁରୁଷ ବେସିକ୍‌ ନର୍ସିଂରେ ୧୬, ପୋଷ୍ଟ ବେସିକ ନର୍ସିଂରେ ୮୭ ଏବଂ ଏମ୍‌ଏସ୍‌ସି ନର୍ସିଂ ପାଠ୍ୟକ୍ରମରେ ଜଣେ ଛାତ୍ର ଅଧ୍ୟୟନ କରୁଛନ୍ତି। ଏମାନଙ୍କ ରହିବାକୁ ଛାତ୍ରାବାସ ନିର୍ମାଣ ପାଇଁ ବହୁବାର ଦାବି ହୋଇଥିଲା ା
ଏହାପରେ ମହାବିଦ୍ୟାଳୟ ପରିସରରେ ଛାତ୍ରାବାସ ନିର୍ମାଣ ପାଇଁ ୨୦୧୭ ଫେବୃୟାରୀରେ ରାଜ୍ୟ ସରକାରଙ୍କ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ଅନୁମତି ମିଳିଥିଲା। ଏବେ ୨୬୨.୨୭ ଲକ୍ଷ ଟଙ୍କା ବ୍ୟୟରେ ମହାବିଦ୍ୟାଳୟ ପରିସରରେ ୧୧ କୋଠରି ବିଶିଷ୍ଟ ଛାତ୍ରାବାସ ନିର୍ମାଣ କାର୍ଯ୍ୟ ମଧ୍ୟ ସରିିଛି। ଗତ ସପ୍ତାହରେ ଏହି ଛାତ୍ରାବାସର ଉଦ୍‌ଘାଟନ ମଧ୍ୟ ହୋଇଛି ା ତଥାପି ଏଯାଏ ରହିବାକୁ ଅନୁମତି ପ୍ରଦାନ କରାଯାଇ ନ ଥିବା ଛାତ୍ରମାନେ କହିଛନ୍ତି। ସନ୍ଧ୍ୟାରେ ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟ ଆନ୍ଦୋଳନସ୍ଥଳରେ ପହଞ୍ଚି ଛାତ୍ରଙ୍କ ସହ ଆଲୋଚନା କରିଥିଲେ ା ଦାବି ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇବା ନେଇ ସେ କହିଥିଲେ ା କିନ୍ତୁ ଦାବି ପୂରଣ ଦିଗରେ ପ୍ରତିଶ୍ରୁତି ଦେବାରେ ଉପଜିଲାପାଳ ଅସମର୍ଥ ହୋଇଥିଲେ ା
ଫଳରେ ଗୁରୁବାର ପୁଣି ଆନ୍ଦୋଳନ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଥିବା ଛାତ୍ରମାନେ କହିଛନ୍ତି ା ଅନ୍ୟପକ୍ଷରେ ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ରାଜଲକ୍ଷ୍ମୀ ମିଶ୍ର ଛାତ୍ରାବାସ ନିର୍ମାଣ ଓ ଉଦ୍‌ଘାଟନକୁ ଅସ୍ବୀକାର କରିଛନ୍ତି ା
ବର୍ତ୍ତମାନ ଛାତ୍ରାବାସ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି ା ପ୍ରସ୍ତାବ ଗୃହୀତ ହେବା ପରେ ଛାତ୍ରାବାସ ନିର୍ମାଣ କରାଯାଇ ଛାତ୍ରମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି ା ସେବାଛାତ୍ରଙ୍କ ଏହି ଆନ୍ଦୋଳନକୁ ଅଲ ଇଣ୍ଡିଆ ଡିଏସ୍‌ଓ ପୂର୍ଣ୍ଣମାତ୍ରରେ ସମର୍ଥନ ଜଣାଇଛି ା ମହାବିଦ୍ୟାଳୟ ନର୍ସିଂ ଛାତ୍ର କେଦାର ନାଥ ବେହେରା, ବିନୋଦ ନାୟକ, ଜଗନ୍ନାଥ ବେହେରା, ଅଭିଳାଷ ପାତ୍ର, ଦିବ୍ୟଲୋଚନ ପଣ୍ଡା, ସୌରଭ ସେଠୀ ଓ ପ୍ରଣବ ସାହୁଙ୍କ ସମେତ ସମସ୍ତ ଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri