ସୁସ୍ଥ ତଥା ନିରାମୟ ଜୀବନଯାପନ ପାଇଁ ଯୋଗ ଜରୁରୀ

ଜୁନ୍‌ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଇଥାଏ। ୨୦୧୪ ଡିସେମ୍ବର ୧୧ରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ପ୍ରତିବର୍ଷ ଜୁନ୍‌ ୨୧ରେ ଯୋଗ ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତେଣୁ ୨୦୧୫ ଜୁନ୍‌ ୨୧ରୁ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ବିଶ୍ୱରେ ପାଳନ କରାଯାଇଆସୁଛି। ପ୍ରଥମଥର ପାଳନ କରାଯାଇଥିବା ଯୋଗ ଦିବସରେ ବିଶ୍ୱର ୧୯୨ଟି ଦେଶରେ ଯୋଗର ଆୟୋଜନ କରାଯାଇଥିଲା। ଯେଉଁଥିରେ ୪୭ଟି ମୁସ୍‌ଲିମ ଦେଶ ମଧ୍ୟ ସାମିଲ ଥିଲେ। ଯୋଗ ଏମିତି ପ୍ରଭାବଶାଳୀ ଯାହା ମାଧ୍ୟମରେ କେବଳ ଶରୀର ସୁସ୍ଥ ରହି ନ ଥାଏ; ମସ୍ତିଷ୍କ ଏବଂ ଆତ୍ମାରେ ସନ୍ତୁଳନ ମଧ୍ୟ ରଖାଯାଇଥାଏ। ଯୋଗ ଶାରୀରିକ,ମାନସିକ ଏବଂ ବୌଦ୍ଧିକ ଶକ୍ତିର ବିକାଶ କରାଇଥାଏ। ବୈଦିକ ସଂହିତାରେ ତପସ୍ବୀଙ୍କ ଯୋଗ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରାଯାଇଛି। ମୁନିଋଷିମାନେ ଧ୍ୟାନ କରୁଥିଲେ। ଏହା ଏକ ଯୋଗ। ହିନ୍ଦୁଧର୍ମରେ ସାଧୁ, ସନ୍ଥ ଏବଂ ଯୋଗୀଙ୍କ ଦ୍ୱାରା ଯୋଗ ସଭ୍ୟତାର ଆରମ୍ଭ ହୋଇଥିଲା। କିନ୍ତୁ ଆମେ ସେତିକି ସମୟ ଏବେ ଯୋଗ ପାଇଁ ଦେଇପାରୁନାହୁଁ। ବର୍ତ୍ତମାନ ଜଳ, ସ୍ଥଳ, ବାୟୁ ପ୍ରଦୂଷିତ। ତେଣୁ ଆମକୁ ସୁସ୍ଥ ରହିବାକୁ ହେଲେ ଯୋଗ କରିବା ଜରୁରୀ। ନଚେତ୍‌ ନାନା ବ୍ୟାଧିରେ ଆକ୍ରାନ୍ତ ହେବା ସ୍ଥିରନିଶ୍ଚିତ। ମଣିଷ ଆଜି ଏକ ପ୍ରକାର ବିଶୃଙ୍ଖଳିତ ଜୀବନଯାପନ କରୁଛି। ଯଥା ଖାଦ୍ୟପେୟରେ ଅନିୟମିତତା, ବିଷାକ୍ତ ଖାଦ୍ୟ ଖାଇବା, ବ୍ୟସ୍ତବହୁଳ ଜୀବନ ଆମକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିରୁ ନିସ୍ତାର ପାଇବା ପାଇଁ ଯୋଗ କରିବା ନିହାତି ଆବଶ୍ୟକ। ଖେଳିବା, ଚାଲିବା, ଦୌଡ଼ିବା, ପହଁରିବା ଗୋଟିଏ ଗୋଟିଏ ବ୍ୟାୟାମ ମଧ୍ୟ। ପ୍ରତିଦିନ ଏହି ବ୍ୟାୟାମରୁ ୧ରୁ୨ ଘଣ୍ଟା କରନ୍ତୁ। ସୁସ୍ଥ ତଥା ନିରାମୟ ଜୀବନଯାପନ କରିବେ। ଶରୀର ସୁସ୍ଥ ରହିଲେ ମନ ସୁସ୍ଥ ରହିବ।
ଯୋଗ ବିଭିନ୍ନ ପ୍ରକାର : ମନ୍ତ୍ରଯୋଗ, ଲୟଯୋଗ, ରାଜଯୋଗ, କର୍ମଯୋଗ, ଭକ୍ତିଯୋଗ।
ଯୋଗ ପରେ କ’ଣ କରିବେ : ଯୋଗ ବା ପ୍ରାଣାୟାମ ପରେ ଶରୀରକୁ ବିଶ୍ରାମ ଦରକାର। ତେଣୁ ଅତି କମ୍‌ରେ ୬ ଘଣ୍ଟା ବିଶ୍ରାମ ନିଅନ୍ତୁ।
ଯୋଗ ପରେ କ’ଣ ଖାଦ୍ୟ ଗ୍ରହଣ କରିବେ : ଯୋଗ କରିବା ପରେ ଗଜା ମୁଗ, ବୁଟ ଖାଆନ୍ତୁ। ସାଲାଡ୍‌ ମଧ୍ୟ ଖାଦ୍ୟରେ ସାମିଲ କରିପାରିବେ। ଏହା ଶରୀର ପାଇଁ ଖୁବ୍‌ ଲାଭଦାୟକ। ସବୁଜ ପନିପରିବା ମଧ୍ୟ ଖାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦ ସମ୍ମୁଖରେ ଅସହାୟ ପାକିସ୍ତାନ: ଆତ୍ମଘାତୀ ଆକ୍ରମଣର ମାଷ୍ଟରମାଇଣ୍ଡ ଚିହ୍ନଟରେ ବିଫଳ, ର‘କୁ କଲା ଦାୟୀ…

ଇସଲାମାବାଦ,୧।୧୦ : ବାଲଚିସ୍ତାନରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ନେଇ ପାକିସ୍ତାନ ଏବେ ଭାରତୀୟ ଗୁପ୍ତଚର ସଂସ୍ଥା ର‘କୁ ଦାୟୀ କରିଛି। ବିସ୍ଫୋରଣର ୨ ଦିନ ବିତିଥିଲେ...

କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ନେଇ ବଢ଼ୁଛି ଗୁଜବ

ସିଓଲ,୨୭ା୪: ଉତ୍ତରକୋରିଆ ନେତା କିମ୍‌ ଜଙ୍ଗ୍‌ ଉନ୍‌ ଦୀର୍ଘଦିନ ଅନୁପସ୍ଥିତ ରହିବା ଏବଂ ଏ ସମ୍ପର୍କରେ ଦେଶ ପକ୍ଷରୁ କୌଣସି ସୂଚନା ଦିଆ ନ ଯିବା...

ଯୋଗ କରି ଫିଟ୍‌ ରହିଛନ୍ତି ଏହିସବୁ ଅଭିନେତ୍ରୀ

ଯୋଗ ଆମକୁ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ଶିଖାଇଥାଏ। ଏତଦ୍‌ବ୍ୟତୀତ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗଠାରୁ ଭଲ ମହୌଷଧି କିଛି ନାହିଁ। ଖାସ୍‌ ଏଥିପାଇଁ ତ ବଲିଉଡ୍‌ର...

ଅନ୍ତର୍ଜାତୀୟ ଯୋଗ ଦିବସରେ ଯବାନଙ୍କ ସହ ଯୋଗ କଲା ଡଗ୍‌ ସ୍କ୍ବାଡ

ଶ୍ରୀନଗର,୨୧।୬: ଅନ୍ତର୍ଜାତୀୟ ଦିବସ ଅବସରରେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଞ୍ଚିରେ ଜନସାଧାରଣଙ୍କ ସହ ଯୋଗ କରିଛନ୍ତି। ଯୋଗ...

ପାଣିରେ ଯୋଗାସନ କଲେ ଯବାନ

ଇଟାନଗର,୨୧।୬: ସମଗ୍ର ବିଶ୍ୱରେ ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଯୋଗ ଦିବସକୁ ସ୍ମରଣୀୟ କରିବା ଯବାନମାନେ ପାଣି ଓ ପାହାଡ଼ ଉପରେ ଯୋଗ...

ମୋଦିଙ୍କ ସହ ଯୋଗ କଲେ ମୋଟୁ ପତଲୁ: ଭିଡିଓ ଭାଇରାଲ

ରାଞ୍ଚି,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଦେଶର ମନ୍ତ୍ରୀ, ବଲିଉଡ୍‌ କଳାକାର...

ଯୋଗାସନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲୋମ୍ବୋ,୨୧।୬: ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ଶିରସେନା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗାସନ କରିଛନ୍ତି। ଯୋଗ କରୁଥିବାର ଏକ ଭିଡିଓକୁ ସେ ନିଜ ଟୁଇଟର ଆକାଉଣ୍ଟରେ ଶେୟାର...

‘ଯୋଗ ଦ୍ୱାରା ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ହୋଇଥାଏ’

ବଡ଼ସାହି,୨୧ା୬(ସ୍ବ.ପ୍ର.) : ଯୋଗ ଦ୍ୱାରା ମଣିଷର ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ଘଟିବା ସହ ଦୀର୍ଘାୟୁ ହୋଇଥାଏ।  ରୋଗ ଓ ଦୁଶ୍ଚିନ୍ତାରୁ ମୁକ୍ତ ହେବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri