ସାତ୍‌ସପନ ହେଇଛେ ପକା ରାସ୍‌ତା

ଜାମଟିକ୍ରା, ୧୨।୨ (ଡି.ଏନ୍‌.ଏ.)- ଦେଶ ସୁଆଧୀନ ହେବାର ୭୦ ବଛରନୁ ଅଧ୍‌କା ବିତିଗଲାନ। ହେଲେ ଆଏଜ୍‌ ବି ଆମର ରାଏଜେ ଏନ୍‌ତା ଗଁାଗଁଡ଼ା ଅଛେ ଯେନ୍‌କେ ଫିଦିନିଅଁା ରାସ୍‌ତା ଖଁଡ଼େ ନଁାଇଁନ। ଗଁାବାସୀ ବାରବାର ପଁଚେତ୍‌ନୁ ବ୍ଲକ ତକ୍‌ ଗୁହାରି କରି ଥକିଗଲେ ବି କେହି ସମସିଆର ସମାଧାନ ଦିଗେ ଧିଆନ୍‌ ନାଇଁ ଦେବାର। ଗଁାରେ କାହାରି ଦିହିପା ଖରାପ ହେଲେ, ଘରପୁଡ଼ି ହେଲେ ଲୋକ୍‌ ଭଗବାନ ଭରସାରେ ରହୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ରେ।
ସୂଚନା ଅନ୍‌ସାରେ ବୁଗବୁଗା ପଁଚେତ୍‌ ଜାମଟିକ୍ରାନୁ ସହଁରାପଡ଼ାକେ ୧ କି.ମି. ମାଟି ରାସ୍‌ତା ରହିଛେ। ଖରାଦିନକେ ଛାଡ଼ିଦେଲେ ବାକି ବଛରକୁତା ଇ ରାସ୍‌ତାଟା କାଦୋ ସରସର ହେଇ ରହୁଛେ। ଏନ୍‌ତାଥି ପଡ଼ାର ଲୋକ୍‌, ଛାତ୍ରୀଛାତ୍ର ଯିବାର ଆଏବାରେ ବଡ଼ା ହଇରାନ ହରକତ ହେଉଛନ୍‌। ଏନ୍‌ତା କି ସମିଆ ଅସମିଆରେ ଜରୁରି ସେବା ପାଏବାରୁ ପଡ଼ାବାସୀ ବଁଚିତ୍‌ ହେଉଥିବାର ଅଭିଯୋଗ କରିଛନ୍‌। ସହଁରାପଡ଼ାର ବୁରୁଧ୍‌ ଜେଠୁ ଝାଙ୍କର(୮୦) କହିଛନ୍‌ ଯେ, ଭୋଟ ବେଲେ ପଡ଼ାକେ ନେତାମନ୍ତ୍ରୀ ମାଲମାଲ ଆସୁଛନ୍‌। ହାତୀ ଦେମୁ, ଘୁଡ଼ା ଦେମୁ, ବଁଧ୍‌କଟା, ରାସ୍‌ତା ମରାମତି କରିଦେମୁ ବଲି କେତେ କଥା କହୁଛନ୍‌। ହେଲେ ଭୋଟ ସରିଗଲେ ୫ ବଛର ତକ୍‌ ସେମାନକର ଦେଖାଦରଶନ ନାଇଁ ମିଲବାର। ପଡ଼ାବାସୀ ବି କଂକ୍ରିଟ ରାସ୍‌ତାଟେ ଲାଗି ବ୍ଲକନୁ ଜିଲାପାଳକଁର ଅଫିସ୍‌ ତକ ଗୁହାରି କରି ନିରାଶ ହେଇଛନ୍‌। ଆଏଜ୍‌କେ ୪ ମାସ ତଲେ ଗଁାର କେତେ ପିଲା ରାସ୍‌ତାର ଫଟୋକେ ରାଏଜ୍‌ ସରକାରକୁଁ ଟୁଇଟ କରିଥିଲେ। ଜିଲାପାଳ ବିଡିଓକୁଁ ଘଟନାର ତଦଁତ୍‌ କରବାକେ କହେବେ ବଲି ଟୁଇଟ କରିଥିଲେ। ଇ ଘଟନାକେ ଆଏଜ୍‌ ୪ ମାସ ବିତିଯାଇଥିଲେ ବି ପଡ଼ାକେ ଝନେ ବି ସରକାରୀ ଅଧ୍‌କାରୀ ପୁହୁଁଚି ନାଇଁପାରି।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀ ପାଇଁ ସହର ଭିଡ଼: ମିଠା ଦେକାନରେ ଚାଲିଛି ପ୍ରସ୍ତୁତି

କେସିଙ୍ଗା,୨୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରଠାରୁ ଗ୍ରାମାଞ୍ଚଳରେ ଆସନ୍ତା କାଲି ଶୁକ୍ରବାର ରାକ୍ଷୀ ପାଳନ କରାଯିବ। ସେଥିପାଇଁ ସହରର ବିଭିନ୍ନ ଛକ, ଜାତୀୟ ରାଜପଥ ୨୬…

ବାଇକ-ବଳଦ ମୁହାଁମୁହିଁ ଧକ୍କା: ଯୁବକ ଗୁରୁତର, ଘଟଣାସ୍ଥଳରେ ବଳଦର ମୃତ୍ୟ

ଥୁଆମୂଳ ରାମପୁର, ୨୭।୮ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଭବାନୀପାଟଣା ରାସ୍ତାର କୃଷି କାର୍ଯ୍ୟାଳୟ ନିକଟସ୍ଥ ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର ନିକଟରେ ବୁଧବାର ସା ପ୍ରାୟ ୬ଟା…

ପୋଖରୀରେ ବୁଡି ବୃଦ୍ଧା ମୃତ

ଦେବଗଡ, ୨୭।୮ (ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ବିଡିଘାଟ ଗ୍ରାମରେ ଗୁରୁବାର ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା

କଟକ,୨୭।୮(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଅଧିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଛି। ଚଳିତବର୍ଷ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ତହସିଲଦାର, ଏଆର୍‌ଆଇ ନିଲମ୍ବିତ

ନୂଆପଡ଼ା,୨୭ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗଁାରେ ଜମି ବିକ୍ରିରେ ଜାଲିଆତି କରିବା ଅଭିଯୋଗରେ ମଙ୍ଗଳବାର ତହସିଲଦାର ସର୍ବେଶ୍ୱର ଜାଲ ଓ…

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri