Posted inଫୁରସତ

ସର୍କସର ନୂଆ ପ୍ରୟାସ: ସତ ନୁହେଁ, ହୋଲୋଗ୍ରାମ୍‌ ପ୍ରାଣୀ

ସର୍କସର ଆକର୍ଷଣ ଥାଏ ହାତୀ, ଘୋଡା, ବାଘ, ମାଙ୍କଡ ଭଳି ପ୍ରାଣୀଙ୍କ ଆଶ୍ଚର୍ଯ୍ୟଜନକ ଖେଳ। ପିଲାଠୁ ବୁଢା ସମସ୍ତେ ଏହାକୁ ଦେଖି ଆନନ୍ଦ ଉଠାନ୍ତି। ଏହିସବୁ ପ୍ରାଣୀଙ୍କୁ ବାଦ୍‌ ଦେଲେ ସର୍କସର ମାନେ କିଛି ରହେନା ବୋଲି ଅନେକେ ଭାବନ୍ତି। କିନ୍ତୁ ଜର୍ମାନୀର ସର୍କସ ରୋନକାଲି ଏବେ କରିଛି ଏକ ଅଭିନବ ପ୍ରୟାସ। ୧୯୭୬ ମସିହାର ଏହି ପୁରୁଣା ସର୍କସ ପାର୍ଟି ସର୍କସରେ ହେଉଥିବା ପ୍ରାଣୀଙ୍କ ଉପରେ ଅତ୍ୟାଚାର ରୋକିବା ଲାଗି ସେମାନଙ୍କ ବ୍ୟବହାରକୁ ବନ୍ଦ କରି ଦେଇଛି। ହେଲେ ଦର୍ଶକଙ୍କ ମନୋରଞ୍ଜନ ଯେମିତି କମି ନ ଯାଏ ସେଥିପାଇଁ ଆପଣେଇଛି ଆଧୁନିକ ଟେକ୍ନୋଲୋଜି ‘ହୋଲୋଗ୍ରାମ’। ଏହାଦ୍ୱାରା ଲୋକେ ବିଭିନ୍ନ ପ୍ରାଣୀଙ୍କ ଖେଳ ଦେଖିପାରିବେ। ହେଲେ ସେହି ପ୍ରାଣୀମାନେ ସତସତିକା ହୋଇ ନ ଥାଆନ୍ତି। ବରଂ ସେଗୁଡିକ ହୋଲୋଗ୍ରାମ ବା ଥ୍ରୀଡି ଇମେଜ ଯାହାକୁ ଖାଲିଆଖିରେ ଦେଖିହୁଏ। ପ୍ରୋଜେକ୍ଟରରୁ ଥ୍ରୀଡି ହୋଲୋଗ୍ରାଫିକ ଚିତ୍ର ୧୦୫ ଫୁଟ ଓସାର ଓ ୧୬ ଫୁଟ ଗଭୀରତାରେ ବସିଥିବା ସମସ୍ତ ଦର୍ଶକଙ୍କୁ ଯେପରି ୩୬୦ଂର ଭିଜିବିଲିଟି ମିଳିବ ବ୍ୟବସ୍ଥା କରାଯାଇଛି। ଏହି ଚିତ୍ରଗୁଡିକ ବେଶ୍‌ ବାସ୍ତବ ଲାଗେ। ଆଉ ଦର୍ଶକ ଏହାକୁ ବହୁତ ପସନ୍ଦ ବି କରୁଛନ୍ତି। ତାଙ୍କୁ ଏକ ଯାଦୁକରୀ ଦୁନିଆରେ ଥିବାର ଅନୁଭୂତି ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri