Posted inଜାତୀୟ

ଶହେ ପ୍ରଦୂଷିତ ସହର ମଧ୍ୟରେ ଭାରତର ୬୩

ନୂଆଦିଲ୍ଲୀ, ୨୩ା୩: ଦେଶରେ ତିନି ବର୍ଷ ଧରି ବାୟୁ ଗୁଣବତ୍ତା ବୃଦ୍ଧିରେ ବ୍ରେକ୍‌ ଲାଗିଛି। ଭାରତରେ ପ୍ରଦୂଷଣ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ୨୦୨୧ରେ ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ହୋଇଛି। ଏହାବାଦ୍‌ ଦୁନିଆର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ କେବଳ ଭାରତର ୬୩ ସହର ରହିଛି ବୋଲି ସ୍ବିସ୍‌ ଫାର୍ମ ଆଇକ୍ୟୁଏୟାର ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଅନୁସାରେ, ଲେଥାଲ ଏବଂ ମାଇକ୍ରୋସ୍କୋପିକ୍‌ ପିଏମ୍‌ ୨.୫ ପ୍ରଦୂଷକରେ ମପା ଯାଉଥିବା ହାରାହାରି ବାୟୁ ପ୍ରଦୂଷଣ କ୍ୟୁବିକ୍‌ ମିଟର ପିଛା ୫୮.୧ ମାଇକ୍ରୋଗ୍ରାମ୍‌ ରହିଛି, ଯାହା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ବାୟୁ ଗୁଣବତ୍ତା ଗାଇଡ୍‌ଲାଇନ୍‌ ତୁଳନାରେ ୧୦ ଗୁଣା ଅଧିକ। ଏଥିସହ ଭାରତର କୌଣସି ସହର ଡବ୍ଲ୍ୟୁଏଚ୍‌ଓର ମାନକ ପୂରଣ କରିପାରିନାହିଁ।
ଉତ୍ତର ଭାରତର ସ୍ଥିତି ସବୁଠାରୁ ଖରାପ ରହିଛି। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ହୋଇଛି। ପୂର୍ବବର୍ଷ ତୁଳନାରେ ଦିଲ୍ଲୀରେ ପଲ୍ୟୁସନ୍‌ ୧୫% ବୃଦ୍ଧି ପାଇଛି। ଡବ୍ଲ୍ୟୁଏଚ୍‌ଓ ସୁରକ୍ଷା ଲିମିଟ୍‌ ୫ ମାଇକ୍ରୋଗ୍ରାମ୍‌ ଥିବାବେଳେ ଦିଲ୍ଲୀରେ ପିଏମ୍‌୨.୫ ପ୍ରାୟ ୨୦ ଗୁଣା ବଢ଼ି କ୍ୟୁବିକ୍‌ ମିଟର ପିଛା ୯୬.୪ ମାଇକ୍ରୋଗ୍ରାମ୍‌ ରହିଛି। କେବଳ ବାୟୁ ପ୍ରଦୂଷଣରେ ଦିଲ୍ଲୀର ସ୍ଥାନ ବିଶ୍ୱରେ ୪ ନମ୍ବର ରହିଛି। ରାଜସ୍ଥାନର ଭିଓ୍ବାଡି ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ହୋଇଛି। ଏହା ତଳକୁ ଉତ୍ତରପ୍ରଦେଶର ଗାଜିଆବାଦ ରହିଛି। ଶୀର୍ଷ ୧୫ ପ୍ରଦୂଷିତ ସହର ଦିଲ୍ଲୀ ପାଖାପାଖି ରହିଛି। ପ୍ରଦୂଷିତ ସହର ମଧ୍ୟରୁ ଅର୍ଦ୍ଧାଧିକ ଉତ୍ତରପ୍ରଦେଶ ଏବଂ ହରିୟାଣାର। କେବଳ ଚେନ୍ନାଇକୁ ଛାଡ଼ି ଅନ୍ୟ ସମସ୍ତ ୬ ମେଟ୍ରୋରେ ଗତବର୍ଷ ପ୍ରଦୂଷଣ ମାତ୍ରା ବଢ଼ିଛି। ମୁଖ୍ୟତଃ ଯାନବାହନରୁ ନିର୍ଗତ ଧୂଆଁ, କୋଇଲା ପାଓ୍ବାର ପ୍ଲାଣ୍ଟ, ଶିଳ୍ପ ବର୍ଜ୍ୟ, ନିର୍ମାଣ ଓ ରନ୍ଧନ କ୍ଷେତ୍ରରେ ଜୈବ ଇନ୍ଧନ ବ୍ୟବହାର ଆଦି ପ୍ରଦୂଷଣ ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି। ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିବା କାରଣରୁ ଗତ ବର୍ଷ ନଭେମ୍ବରରେ ଦିଲ୍ଲୀରେ ଏକାଧିକ ବୃହତ୍‌ ପାଓ୍ବାର ପ୍ଲାଣ୍ଟ୍‌, ସହ କଳକାରଖାନା ବନ୍ଦ କରିଦିଆଯାଇଥିଲା। ଏଥିଜନିତ ସଙ୍କଟ ଯୋଗୁ ଭାରତ ବାର୍ଷିକ ପ୍ରାୟ ୧୫୦ ବିଲିୟନ ଡଲାର(ପ୍ରାୟ ୧,୧୪,୦୨,୭୯,୦୦,୦୦,୦୦୦ ଟଙ୍କା) କ୍ଷତି ସହିବ ବୋଲି ଆକଳନ କରାଯାଇଛି। ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଦୂଷଣର ବ୍ୟାପକ ପ୍ରଭାବ ପଡ଼ିବ। ଏଥିଯୋଗୁ ହୃଦ୍‌ଜନିତ ସମସ୍ୟା ଏବଂ ଫୁସ୍‌ଫୁସ୍‌ ସଂକ୍ରମଣ କାରଣରୁ ପ୍ରତି ୩ ମିନିଟ୍‌ରେ ମୃତ୍ୟୁ ଘଟିପାରେ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?