ପ୍ରଚାର ଶେଷ, ଏଥର ଭୋଟ ପ୍ରସ୍ତୁତ

ନୟାଗଡ଼ ଅଫିସ, ୨୩।୩: ପୌର ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାର ଶେଷ ହୋଇଛି । ୨୪ରେ ଭୋଟ ଗ୍ରହଣ ହେବ। ସେଥିପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ପ୍ରାର୍ଥୀ ଓ ନେତାମାନେ ପ୍ରସ୍ତୁତ ହେଉଛନ୍ତି ା ଆଉ ମାତ୍ର ଗୋଟିଏ ଦିନ ହାତରେ ଥିବାରୁ ପ୍ରାର୍ଥୀମାନେ ନିଜର ଅଳ୍ପ ସଂଖ୍ୟକ ସମର୍ଥକଙ୍କୁ ଧରି ଅତି ଗୋପନୀୟ ଭାବେ ଭୋଟରଙ୍କୁ ଭେଟୁଥିବା ସୂଚନା ମିଳିଛି ା ଭୋଟ ଗ୍ରହଣର ପୂର୍ବରାତି ପ୍ରାର୍ଥୀମାନଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ପୂର୍ବରୁ ବିଶ୍ୱାସ ରହିଛି । ଏହି ପରିପେକ୍ଷୀରେ ପ୍ରାର୍ଥୀମାନେ ସେହି ସୁଯୋଗକୁ ହାତଛଡ଼ା କରିବାକୁ ପ୍ରସ୍ତୁତ ନାହାନ୍ତି ା ଅନ୍ୟପକ୍ଷେ ନୟାଗଡ଼ ମ୍ୟୁନିସିପାଲିଟି, ଦଶପଲ୍ଲା, ରଣପୁର ଓ ଖଣ୍ଡପଡ଼ା ଏନଏସିରେ ଭୋଟ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତତି ଶେଷ ହୋଇଛି ା ଏହି ୪ ସହରାଞ୍ଚଳର ୬୦ଟି ୱାର୍ଡରେ ୭୫ ବୁଥ୍‌ ରହିଛି । ସେଥିମଧ୍ୟରୁ ୨୨ବୁଥ୍‌ ଉତ୍ତେଜନା ପ୍ରବଣ ବୋଲି ଚିହ୍ନଟ ହୋଇଛି। ପଞ୍ଚାୟତ ନିର୍ବାଚନ ପରି ୪ ସହରାଞ୍ଚଳରେ ୬ ମଡେଲ ବୁଥ୍‌ ଓ ୭ ପିଙ୍କ୍‌ ବୁଥ୍‌ ରହିଛି ।
ନୟାଗଡ଼ ମ୍ୟୁନିସିପାଲିଟିର ୧୬ଟି ୱାର୍ଡରୁ ୧୫ ୱାର୍ଡରେ କାଉନସିଲର ପଦବୀ ପାଇଁ ନିର୍ବାଚନ ହେବ । ୫ନଂ. ୱାର୍ଡରେ କାଉନସିଲର ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ସେଠାରେ କେବଳ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ। ଏଣୁ ୧୫ଟି ୱାର୍ଡ ପାଇଁ ୩୭ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିର ୧୫, ଭାଜପାର୧୫ , କଂଗ୍ରେସର ୮ ପ୍ରାର୍ଥୀ ଅଛନ୍ତି। ସେହିପରି ୪ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଅଛନ୍ତି । ଏଣୁ ନୟାଗଡ଼ ମ୍ୟୁନିସିପାଲିଟିରେ ୧୮ ହଜାର ୨୩୭ ଭୋଟର ୪୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୱାର୍ଡ ନଂ. ୧ରେ ୧୬୫୯ ଭୋଟର ୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେହିପରି ୨ ନଂ. ୱାର୍ଡରେ ୯୪୩ ଭୋଟର ୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୱାର୍ଡ ନଂ. ୩ରେ ୧୨୮୧ ଭୋଟର ୩ ପ୍ରାର୍ଥୀଙ୍କ , ୱାର୍ଡ ନଂ. ୪ରେ ୧୫୬୪ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୱାର୍ଡ ନଂ.୬ରେ ୩ ପ୍ରାର୍ଥୀଙ୍କ ୭୭୪ ଭୋଟର, ୱାର୍ଡ ନଂ. ୭ରେ ୩ ପ୍ରାର୍ଥୀଙ୍କ ୧୧୯୩ ଭୋଟର ଭାଗ୍ୟ ପରୀକ୍ଷା କରିବେ । ୱାର୍ଡ ନଂ. ୮ରେ ୧୦୯୫ ଭୋଟର ୨ଜଣଙ୍କ, ୱାର୍ଡ ନଂ. ୯ରେ ୭୫୬ ଭୋଟର ୨ଜଣଙ୍କ, ୱାର୍ଡ ନଂ. ୧୦ରେ ୭୭୩ ଭୋଟର ୩ଜଣଙ୍କ, ୱାର୍ଡ ନଂ. ୧୧ରେ ୪୦୦ଭୋଟର ୩ଜଣଙ୍କ, ୱାର୍ଡ ନଂ. ୧୨ରେ ୧୬୨୮ଭୋଟର ୨ଜଣଙ୍କ, ୱାର୍ଡ ନଂ. ୧୩ରେ ୭୮୦ଭୋଟର ୨ଜଣଙ୍କ, ୱାର୍ଡ ନଂ. ୧୪ରେ ୧୩୭୧ଭୋଟର ୩ଜଣଙ୍କ, ୱାର୍ଡ ନଂ. ୧୫ରେ ୧୫୯୦ ଭୋଟର ୨ଜଣଙ୍କ, ୱାର୍ଡ ନଂ. ୧୬ରେ ୧୬୯୯ ଭୋଟର ୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri