ପ୍ରଚାର ଶେଷ, ଏଥର ଭୋଟ ପ୍ରସ୍ତୁତ

ନୟାଗଡ଼ ଅଫିସ, ୨୩।୩: ପୌର ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାର ଶେଷ ହୋଇଛି । ୨୪ରେ ଭୋଟ ଗ୍ରହଣ ହେବ। ସେଥିପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ପ୍ରାର୍ଥୀ ଓ ନେତାମାନେ ପ୍ରସ୍ତୁତ ହେଉଛନ୍ତି ା ଆଉ ମାତ୍ର ଗୋଟିଏ ଦିନ ହାତରେ ଥିବାରୁ ପ୍ରାର୍ଥୀମାନେ ନିଜର ଅଳ୍ପ ସଂଖ୍ୟକ ସମର୍ଥକଙ୍କୁ ଧରି ଅତି ଗୋପନୀୟ ଭାବେ ଭୋଟରଙ୍କୁ ଭେଟୁଥିବା ସୂଚନା ମିଳିଛି ା ଭୋଟ ଗ୍ରହଣର ପୂର୍ବରାତି ପ୍ରାର୍ଥୀମାନଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ପୂର୍ବରୁ ବିଶ୍ୱାସ ରହିଛି । ଏହି ପରିପେକ୍ଷୀରେ ପ୍ରାର୍ଥୀମାନେ ସେହି ସୁଯୋଗକୁ ହାତଛଡ଼ା କରିବାକୁ ପ୍ରସ୍ତୁତ ନାହାନ୍ତି ା ଅନ୍ୟପକ୍ଷେ ନୟାଗଡ଼ ମ୍ୟୁନିସିପାଲିଟି, ଦଶପଲ୍ଲା, ରଣପୁର ଓ ଖଣ୍ଡପଡ଼ା ଏନଏସିରେ ଭୋଟ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତତି ଶେଷ ହୋଇଛି ା ଏହି ୪ ସହରାଞ୍ଚଳର ୬୦ଟି ୱାର୍ଡରେ ୭୫ ବୁଥ୍‌ ରହିଛି । ସେଥିମଧ୍ୟରୁ ୨୨ବୁଥ୍‌ ଉତ୍ତେଜନା ପ୍ରବଣ ବୋଲି ଚିହ୍ନଟ ହୋଇଛି। ପଞ୍ଚାୟତ ନିର୍ବାଚନ ପରି ୪ ସହରାଞ୍ଚଳରେ ୬ ମଡେଲ ବୁଥ୍‌ ଓ ୭ ପିଙ୍କ୍‌ ବୁଥ୍‌ ରହିଛି ।
ନୟାଗଡ଼ ମ୍ୟୁନିସିପାଲିଟିର ୧୬ଟି ୱାର୍ଡରୁ ୧୫ ୱାର୍ଡରେ କାଉନସିଲର ପଦବୀ ପାଇଁ ନିର୍ବାଚନ ହେବ । ୫ନଂ. ୱାର୍ଡରେ କାଉନସିଲର ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ସେଠାରେ କେବଳ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ। ଏଣୁ ୧୫ଟି ୱାର୍ଡ ପାଇଁ ୩୭ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିର ୧୫, ଭାଜପାର୧୫ , କଂଗ୍ରେସର ୮ ପ୍ରାର୍ଥୀ ଅଛନ୍ତି। ସେହିପରି ୪ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଅଛନ୍ତି । ଏଣୁ ନୟାଗଡ଼ ମ୍ୟୁନିସିପାଲିଟିରେ ୧୮ ହଜାର ୨୩୭ ଭୋଟର ୪୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୱାର୍ଡ ନଂ. ୧ରେ ୧୬୫୯ ଭୋଟର ୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେହିପରି ୨ ନଂ. ୱାର୍ଡରେ ୯୪୩ ଭୋଟର ୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୱାର୍ଡ ନଂ. ୩ରେ ୧୨୮୧ ଭୋଟର ୩ ପ୍ରାର୍ଥୀଙ୍କ , ୱାର୍ଡ ନଂ. ୪ରେ ୧୫୬୪ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୱାର୍ଡ ନଂ.୬ରେ ୩ ପ୍ରାର୍ଥୀଙ୍କ ୭୭୪ ଭୋଟର, ୱାର୍ଡ ନଂ. ୭ରେ ୩ ପ୍ରାର୍ଥୀଙ୍କ ୧୧୯୩ ଭୋଟର ଭାଗ୍ୟ ପରୀକ୍ଷା କରିବେ । ୱାର୍ଡ ନଂ. ୮ରେ ୧୦୯୫ ଭୋଟର ୨ଜଣଙ୍କ, ୱାର୍ଡ ନଂ. ୯ରେ ୭୫୬ ଭୋଟର ୨ଜଣଙ୍କ, ୱାର୍ଡ ନଂ. ୧୦ରେ ୭୭୩ ଭୋଟର ୩ଜଣଙ୍କ, ୱାର୍ଡ ନଂ. ୧୧ରେ ୪୦୦ଭୋଟର ୩ଜଣଙ୍କ, ୱାର୍ଡ ନଂ. ୧୨ରେ ୧୬୨୮ଭୋଟର ୨ଜଣଙ୍କ, ୱାର୍ଡ ନଂ. ୧୩ରେ ୭୮୦ଭୋଟର ୨ଜଣଙ୍କ, ୱାର୍ଡ ନଂ. ୧୪ରେ ୧୩୭୧ଭୋଟର ୩ଜଣଙ୍କ, ୱାର୍ଡ ନଂ. ୧୫ରେ ୧୫୯୦ ଭୋଟର ୨ଜଣଙ୍କ, ୱାର୍ଡ ନଂ. ୧୬ରେ ୧୬୯୯ ଭୋଟର ୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?