ସ୍କୁଲ ବାରଣ୍ଡାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ନୂଆଗାଁ,୨୩।୩(ଡି.ଏନ.ଏ.): ଅନୁଦାନ ଆସିଛି ହେଲେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ହୋଇପାରୁନାହିଁ। ଫଳରେ ସ୍କୁଲ ବାରଣ୍ଡାରେ ଚାଲିଛି କେନ୍ଦ୍ର। ଏଥିସହିତ ଉକ୍ତ କେନ୍ଦ୍ର ପକ୍ଷରୁ ପ୍ରତିଦିନ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସେହି ସ୍କୁଲ ବାରଣ୍ଡାରେ ହିଁ ଚାଲିଛି। ମଙ୍ଗଳବାର ମମତା ଦିବସ ମଧ୍ୟ ସ୍କୁଲ ବାରଣ୍ଡାରେ ପାଳିତ ହୋଇଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୋହିରିବାଦୁ ଗ୍ରାମରେ ଥିବା ଏକ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଗ୍ରାମର ଶିଶୁମାନଙ୍କୁ ଶିକ୍ଷା,ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା, ଗର୍ଭବତୀ , ପ୍ରସୂତୀ ମହିଳାମାନଙ୍କ ଦାୟିତ୍ୱ ନେବା ଉଦ୍ଦେଶ୍ୟରେ ୨୦୦୪ରେ ଉକ୍ତ ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଚଳିତ ବର୍ଷ ଉକ୍ତ କେନ୍ଦ୍ର ପ୍ରି-ସ୍କୁଲରେ ୧୮ ଜଣ ଶିଶୁ , ୭ ମାସରୁ ୩ ବର୍ଷର ୧୯ ଜଣ ଶିଶୁ , ୪ ଜଣ ଗର୍ଭବତୀ ଓ ୨ ପ୍ରସୂତି ମହିଳା ରହିଛନ୍ତି। କିନ୍ତୁ ସେମାନଙ୍କ ପାଇଁ ନିଜସ୍ବ ଗୃହ ନ ଥିବାରୁ ଗୋହିରିବାଦୁଠାରେ ଥିବା ଆଶ୍ରମ ସ୍କୁଲ ବାରଣ୍ଡାରେ ଏହି କେନ୍ଦ୍ର ଚାଲିଛି। ଗ୍ରାମବାସୀ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୭-୧୮ରେ ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା। ୨ ବର୍ଷ ତଳେ କୋଠ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା। ହେଲେ ବ୍ଲକ ପ୍ରଶାସନ ଆଜି ପର୍ଯ୍ୟନ୍ତ ସେଥିପାଇଁ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଫଳରେ ଶିଶୁମାନଙ୍କୁ ପାଠ ପଢାଇବା , ମମତା ଦିବସ ପାଳନ କରିବା , ଟିକାକରଣ ଆଦି କାର୍ଯ୍ୟ ନାନା ଅସୁବିଧାରେ କରାଯାଉଥିବା ଗୋହିରିବାଦୁ ଅଙ୍ଗନାଓ୍ବାଡି କେନ୍ଦ୍ରର କର୍ମୀ ଜ୍ୟୋତ୍ସ୍ନାରାଣୀ ସାହୁ କହିଛନ୍ତି। ଗୃହ ନିର୍ମାଣ ପାଇଁ ବାରମ୍ବାର ନେହୁରା ହେଉଥିଲେ ମଧ୍ୟ ଆମ କଥା କେହି ଶୁଣୁ ନାହାନ୍ତି ବୋଲି ସେ ସୂଚନା ଦେଇଛନ୍ତି।
କେବଳ ଗୋହିରିବାଦୁ ଗ୍ରାମରେ ନୁହେଁ, ନୂଆଗାଁ ବ୍ଲକରେ ୨୨ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ । ବ୍ଲକରେ ମୋଟ ୧୬୮ ଅଙ୍ଗନଓ୍ବାଡି କେନ୍ଦ୍ର ଅଛି। ସେଥିମଧ୍ୟରୁ ୧୦୪ କେନ୍ଦ୍ରର ନିଜସ୍ବ ଗୃହ ଅଛି । ସରକାର ଅନୁଦାନ ଦେଉଥିଲେ ମଧ୍ୟ ବ୍ଲକ ପ୍ରଶାସନ ହାତବାନ୍ଧି ବସିଥିବା ଅଭିଯୋଗ ହୋଇଛି। ନୂଆଗାଁ ସଦର ମହକୁମାଠାରେ ଅଙ୍ଗନଓ୍ବାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ୩ ବର୍ଷ ହେଲା ଆରମ୍ଭ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା ଅଧାପନ୍ତରିଆ ଭାବେ ପଡ଼ି ରହିଛି । ନୂଆଗାଁ ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୮୦୦ ମିଟର ଦୂରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ଗୃହ ନିର୍ମାଣ ପ୍ରତି ଗୁରୁତ୍ୱ ଦିଆଯାଇ ନ ଥିବା ବେଳେ ଅନ୍ୟ କେନ୍ଦ୍ର ନିର୍ମାଣ ପାଇଁ କିଭଳି ଗୁରୁତ୍ୱ ଦିଆ ଯାଉଥିବ ତାହା ସହଜରେ ଅନୁମେୟ । ଅଙ୍ଗନଓ୍ବାଡି କେନ୍ଦ୍ର ଗୃହ ନିର୍ମାଣ ବାବଦରେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରେ ସେ କୁହନ୍ତି, ଗୃହ ନିର୍ମାଣ ପାଇଁ ଆମେ ଚେଷ୍ଠା ଜାରି ରଖିଛୁ , କିନ୍ତୁ ଅଧିକାଂଶ ସ୍ଥାନରେ ଗ୍ରାମବାସୀଙ୍କ ଅସହଯୋଗ ଯୋଗୁ ଜାଗା ନିରୂପଣ ହୋଇ ପାରୁ ନାହିଁ । ଫଳରେ ଗୃହ ନିର୍ମାଣରେ ବିଳମ୍ବ ଘଟୁଥିବା ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?