ସ୍କୁଲ ବାରଣ୍ଡାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ନୂଆଗାଁ,୨୩।୩(ଡି.ଏନ.ଏ.): ଅନୁଦାନ ଆସିଛି ହେଲେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ହୋଇପାରୁନାହିଁ। ଫଳରେ ସ୍କୁଲ ବାରଣ୍ଡାରେ ଚାଲିଛି କେନ୍ଦ୍ର। ଏଥିସହିତ ଉକ୍ତ କେନ୍ଦ୍ର ପକ୍ଷରୁ ପ୍ରତିଦିନ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସେହି ସ୍କୁଲ ବାରଣ୍ଡାରେ ହିଁ ଚାଲିଛି। ମଙ୍ଗଳବାର ମମତା ଦିବସ ମଧ୍ୟ ସ୍କୁଲ ବାରଣ୍ଡାରେ ପାଳିତ ହୋଇଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୋହିରିବାଦୁ ଗ୍ରାମରେ ଥିବା ଏକ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଗ୍ରାମର ଶିଶୁମାନଙ୍କୁ ଶିକ୍ଷା,ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା, ଗର୍ଭବତୀ , ପ୍ରସୂତୀ ମହିଳାମାନଙ୍କ ଦାୟିତ୍ୱ ନେବା ଉଦ୍ଦେଶ୍ୟରେ ୨୦୦୪ରେ ଉକ୍ତ ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଚଳିତ ବର୍ଷ ଉକ୍ତ କେନ୍ଦ୍ର ପ୍ରି-ସ୍କୁଲରେ ୧୮ ଜଣ ଶିଶୁ , ୭ ମାସରୁ ୩ ବର୍ଷର ୧୯ ଜଣ ଶିଶୁ , ୪ ଜଣ ଗର୍ଭବତୀ ଓ ୨ ପ୍ରସୂତି ମହିଳା ରହିଛନ୍ତି। କିନ୍ତୁ ସେମାନଙ୍କ ପାଇଁ ନିଜସ୍ବ ଗୃହ ନ ଥିବାରୁ ଗୋହିରିବାଦୁଠାରେ ଥିବା ଆଶ୍ରମ ସ୍କୁଲ ବାରଣ୍ଡାରେ ଏହି କେନ୍ଦ୍ର ଚାଲିଛି। ଗ୍ରାମବାସୀ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୭-୧୮ରେ ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା। ୨ ବର୍ଷ ତଳେ କୋଠ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା। ହେଲେ ବ୍ଲକ ପ୍ରଶାସନ ଆଜି ପର୍ଯ୍ୟନ୍ତ ସେଥିପାଇଁ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଫଳରେ ଶିଶୁମାନଙ୍କୁ ପାଠ ପଢାଇବା , ମମତା ଦିବସ ପାଳନ କରିବା , ଟିକାକରଣ ଆଦି କାର୍ଯ୍ୟ ନାନା ଅସୁବିଧାରେ କରାଯାଉଥିବା ଗୋହିରିବାଦୁ ଅଙ୍ଗନାଓ୍ବାଡି କେନ୍ଦ୍ରର କର୍ମୀ ଜ୍ୟୋତ୍ସ୍ନାରାଣୀ ସାହୁ କହିଛନ୍ତି। ଗୃହ ନିର୍ମାଣ ପାଇଁ ବାରମ୍ବାର ନେହୁରା ହେଉଥିଲେ ମଧ୍ୟ ଆମ କଥା କେହି ଶୁଣୁ ନାହାନ୍ତି ବୋଲି ସେ ସୂଚନା ଦେଇଛନ୍ତି।
କେବଳ ଗୋହିରିବାଦୁ ଗ୍ରାମରେ ନୁହେଁ, ନୂଆଗାଁ ବ୍ଲକରେ ୨୨ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ । ବ୍ଲକରେ ମୋଟ ୧୬୮ ଅଙ୍ଗନଓ୍ବାଡି କେନ୍ଦ୍ର ଅଛି। ସେଥିମଧ୍ୟରୁ ୧୦୪ କେନ୍ଦ୍ରର ନିଜସ୍ବ ଗୃହ ଅଛି । ସରକାର ଅନୁଦାନ ଦେଉଥିଲେ ମଧ୍ୟ ବ୍ଲକ ପ୍ରଶାସନ ହାତବାନ୍ଧି ବସିଥିବା ଅଭିଯୋଗ ହୋଇଛି। ନୂଆଗାଁ ସଦର ମହକୁମାଠାରେ ଅଙ୍ଗନଓ୍ବାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ୩ ବର୍ଷ ହେଲା ଆରମ୍ଭ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା ଅଧାପନ୍ତରିଆ ଭାବେ ପଡ଼ି ରହିଛି । ନୂଆଗାଁ ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୮୦୦ ମିଟର ଦୂରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ଗୃହ ନିର୍ମାଣ ପ୍ରତି ଗୁରୁତ୍ୱ ଦିଆଯାଇ ନ ଥିବା ବେଳେ ଅନ୍ୟ କେନ୍ଦ୍ର ନିର୍ମାଣ ପାଇଁ କିଭଳି ଗୁରୁତ୍ୱ ଦିଆ ଯାଉଥିବ ତାହା ସହଜରେ ଅନୁମେୟ । ଅଙ୍ଗନଓ୍ବାଡି କେନ୍ଦ୍ର ଗୃହ ନିର୍ମାଣ ବାବଦରେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରେ ସେ କୁହନ୍ତି, ଗୃହ ନିର୍ମାଣ ପାଇଁ ଆମେ ଚେଷ୍ଠା ଜାରି ରଖିଛୁ , କିନ୍ତୁ ଅଧିକାଂଶ ସ୍ଥାନରେ ଗ୍ରାମବାସୀଙ୍କ ଅସହଯୋଗ ଯୋଗୁ ଜାଗା ନିରୂପଣ ହୋଇ ପାରୁ ନାହିଁ । ଫଳରେ ଗୃହ ନିର୍ମାଣରେ ବିଳମ୍ବ ଘଟୁଥିବା ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri