ଲଘୁଚାପ ବରଷା ପରଭାବ: ବାସହରା ହେଲେ ଅନେକ ଗରିବ୍‌ଦୁଖି

ଗଣ୍ଡତୁରୁମ, ୬।୯ (ଡି.ଏନ୍‌.ଏ.): ଗଲା ମଙ୍ଗଲବାରନୁ ଲାଗି ରହିଥିବାର ଲଘୁଚାପ ବରଷାରେ ବରଗଡ଼ ଜିଲା ଭେଡ଼େନ ବ୍ଲକରେ ଲୁକ୍‌କର ବହୁତ୍‌ କ୍ଷୟକ୍ଷତି ହେଇଛେ। ବରଷାରେ ଅନେକ ଗରିବ୍‌ ଖଟିଖିଆ ଲୁକ୍‌କର ମାଏଟ୍‌ କୁରିଆ, ଗୁହାଲମାନ୍‌ ଭାଂଗି ଯାଇଛେ। ଏନ୍‌ତାଥି ସେମାନକର ଧାନ୍‌, ଚାଉଲ ଜିନିଷପାତି ବରଷା ପାଏନ୍‌ରେ ଭିଜି ଯାଇଛେ। ଇଆଡ଼େ ଅନେକ ଲୁକ୍‌କର ଗୁହାଲ ଭାଂଗିଯିବାର ଲାଗି ଗାଈବଲଦ, ଛେଲମେଢ଼ି କେନ୍‌ଠାନେ ରଖବେ ସେ ଚିନ୍‌ତାରେ ସେମାନେ ଘାରି ହେଉଛନ୍‌। ଅନେକ ପରିବାରର ଘର ଭାଂଗିଯିବାର ଲାଗି ସେମାନେ ନିଜର ଲାଗେଲେସର ଘରମାନକେ ମୁଡ଼ ଗୁଁଜିଛନ୍‌। ସେନ୍‌ତା ଆରକେତେ ଗଁାରେ ଲୁକ୍‌କର ବାରନ୍‌ଡା, କ୍ଲବଘରେ ଆଶ୍‌ରେ ନେଇଛନ୍‌। ହେଲେ ଗାଈବଲଦ, ଛେଲମେଢ଼ି ଗୁହାଲ ଅଭାବୁ ଏହେଦେ ବି ବରଷାରେ ଭିଜୁଛନ୍‌। ଇ ଅସାହା ଦୁଖି ପରିବାରମାନେ ବରଷା ପାଏନ୍‌ରୁ ବଁଚ୍‌ବାର ଲାଗି ପଲିଥିନ୍‌ ଖଁଡ଼େ ପାଏବାକେ ରାଜସ୍ବ ନିରୀକ୍ଷକକଁର ଅଫିସକେ ଯାଇ ନିରାଶ ହେଇ ଘରକେ ଫିରୁଥିବାର କହିଛନ୍‌। ମହୁଲପାଲି ପଁଚେତ୍‌ର ବୁଦେଲବାହାଲ ଗଁାର ସୁରେଶ ଭୁଏ, ଉର୍କୁଲୁ ଭୁଏ, ପ୍ରମୋଦ କୁମୁରା, ରାଧେଶ୍ୟାମ ଭୁଏ, ମୁରଲୀ ଭୁଏ, ଗଣ୍ଡତୁରୁମ ଗଁାର ଜୟରାମ ରାଉତିଆ, କଏରା ରାଉତିଆ, ହେମବନ୍ତ ଷଡ଼ଙ୍ଗୀ, କପିଳ ସୁନା, ରାତ୍ର ବଣ୍ଡକି, ବ୍ରାହ୍ମଣତୁରୁର ତାରାଚାନ୍ଦ ସେଟ, ଦିଲୀପ ଦାଶ, ନାମ ମେହେର ସମେତ ମେହେନା, ଭୁତଲୋଡ଼, ଜାମପାଲି, ପଧାନପାଲି, କେଶଡ଼ିହି, ଟିହିକିପାଲି ଗଁାର ଅନେକ ଲୁକ୍‌କର ଘର ଗୁଟାମୁଟା ଭାଂଗି ଯାଇଛେ। ବଡ଼ଭାରି ହିସାବେ ମହୁଲପାଲି ଗଁାର ରୂପେଶ ପେରା ଆର ସମ୍ପଦ ଛୁଟିକଁର ଘର ଭାଂଗି ବିପଦ ଅବସ୍‌ତାରେ ରହିଛେ। ଇ ଦୁଇ ପରିବାରର ଲୋକ୍‌ ଉପେ ଶୂଇନ୍‌ ହେଇ ଭଂଗା ଘରେ ବିପଦ୍‌ ଅବସ୍‌ତାରେ ରହୁଛନ୍‌। ସେନ୍‌ତା ଖପରି ହିଟା ବରଷାରେ ଗଣ୍ଡତୁରୁମ କେନାଲରେ ଘାଇ ହେବାର ସଂଗେ ଫଟାମୁଣ୍ଡା ନାଲର ଉଛ୍‌ଲା ପାଏନ୍‌ ପଶି ଶତାଧିକ ଏକର ଜମିରେ ବାଲି ପାଟି ଦେଇଛେ। ଇ ବାବ୍‌ଦେ ମତାମତ ନେବାର ଲାଗି ଭେଡ଼େନ ତହସିଲଦାରକୁଁ ତାକର ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ବି ମୋବାଇଲ ସୁଇଚ୍‌ ଅଫ୍‌ ଥିବାରଲାଗି ମତାମତ ନାଇଁ ମିଲିପାରି। ହେଲେ ଥାନୀୟ ପରଶାସନ ଅଂଚଲବାସୀକର କ୍ଷୟକ୍ଷତିର ସଠିକ୍‌ ଆକଲନ କରି ଯେତେ ଜଲଦି ହେବା ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri